ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟସଭା ସାଂସଦ ସୁଜିତ କୁମାର ଙ୍କ ପୋଷ୍ୟ ସାଂସଦ ଆଦର୍ଶ ପଞ୍ଚାୟତ ଶଗଡା ଗସ୍ତ

ଭବାନୀପାଟଣା:୧୭/୮- ମ.ନି.ସ:- ଆଜି ରାଜ୍ଯସଭା ସାଂସଦ ସୁଜିତ କୁମାର ତାଙ୍କ ପୋଷ୍ଯ ସାଂସଦ ଆଦର୍ଶ ପଞ୍ଚାୟତ ଶଗଡା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯର ସମୀକ୍ଷା କରିବା ସହ ବ୍ଳକ ଉନ୍ନୟନ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ଗୋବିନ୍ଦ ମାଝୀ ଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ଭବାନୀପାଟଣା ବ୍ଳକ ଶଗଡା ସ୍ଥିତ 5T ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀ ଙ୍କ ସହ ଆଲୋଚନା କରିବା ପରେ ବୃକ୍ଷରୋପଣ କରିଥିଲେ। ଏହା ବ୍ଯତିତ ଫୁର୍ଲିଝରଣା ଜଳପ୍ରପାତ।ପରିଦର୍ଶନ କରି ତାର ବିକାଶ ପାଇଁ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ପଂଚାୟତ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିବା ସହ ପୁରୁଣାଗୁମା କଂକ୍ରିଟ ରାସ୍ତାର ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମ୍ୟୁନିସିପାଲଟି ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ରାଜ୍ୟ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବିଜେଡ଼ି ଉପ ସଭାପତି ମଣ୍ଟୁ ନାଏକ, ଯୁବନେତା ମାଣିକ୍ୟ ନାଏକ, ଚିନ୍ମୟ ମିଶ୍ର, ବିବେକ ନାଗ, ରଞ୍ଜୁକ୍ତା ପ୍ରଧାନ, ସୁଶାନ୍ତ ସିଂ ପ୍ରମୁଖ ଯୋଗଦେଇଥିଲେ ।

ଭବାନୀପାଟଣା ରୁ କିଷନ୍ ଶର୍ମାଙ୍କ ରିପୋର୍ଟ

Related posts

ବେଣୁଧର ସୂତାର ଙ୍କ କବିତା ରାତ୍ରି ଗୋ ତୁମେ

Sunil Chandra Nayak

ରାସ୍ତା ନ ଥିବାରୁ ବର କନିଆ ଟ୍ରାକ୍ଟର ରେ ଗଲେ

କଳାହାଣ୍ଡି   ପୌର ନିର୍ବାଚନ -: ୧୯ ଜଣ ଚେୟାମେନ୍ ଓ ୧୯୦ କାଉନସିଲର ପ୍ରାର୍ଥୀଙ୍କ  ଭାଗ୍ୟ ପରୀକ୍ଷା ହେବ 

Sunil Chandra Nayak

Leave a Comment

error: Content is protected !!