ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିଶନ ଶକ୍ତି ଋଣ ମେଳା ରେ ୧୮୧ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ତିନି କୋଟି ୭୨ ଲକ୍ଷ ଋଣ ପ୍ରଦାନ 

ଗୋଳାମୁଣ୍ଡା ତା ୨୯/୯ (ମ ନି ସ) ଓଡିଶାର ମାଁ ମାନଙ୍କ ଆର୍ଥିକ କ୍ଷେତ୍ର ର ଉନ୍ନତି ଲାଗି ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି । ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପ୍ରଥମ ଥର ଦୁଇ ଲକ୍ଷ ଲେଖାଏଁ ଋଣ ପ୍ରଦାନ କରୁଥିବା ବେଳେ ପ୍ରଥମ ଥର ନେଇଥିବା ଋଣ ସୁଝି ସାରିଲେ ଦ୍ବିତୀୟ ଥର ରେ ଚାରି ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ ଦେଵାର ବ୍ୟବସ୍ଥା ରହିଅଛି ା ଋଣ ଦେଇ ବିଭିନ୍ନ ପ୍ରକାର ଚାଷ ର ତାଲିମ ମଧ୍ୟ ଦେବାର ବ୍ୟବସ୍ଥା ରହିଅଛି, ମାଛ କୁକୁଡା ଛେଳି ଛତୁ ଓ ବିଭିନ୍ନ ପ୍ରକାର ପନି ପରିବା ଚାଷ ସହିତ ଛୋଟ ଛୋଟ ଧରଣର କୁଟିର ଶିଳ୍ପ ମାଧ୍ୟମରେ ଅର୍ଥ ଉପାର୍ଜନ କରି ଆଣିଥିବା ଋଣ ସୁଝୁଛନ୍ତି । ପ୍ରତ୍ୟେକ ଗାଁ ରେ ଥିବା ସରକାରୀ ପୋଖରୀ ଗୁଡିକୁ ସର୍ବ ପ୍ରଥମରେ ସ୍ବୟଂ ସ୍ବହାୟକ ଗୋଷ୍ଠୀ ଙ୍କୁ ମାଛ ଚାଷ କରିବା ପାଇଁ ଲିଜ୍ ପ୍ରଦାନ କରାଯାଉଅଛି । ଏହି ସବୁ ଦୃଷ୍ଟି ରେ ରଖି ଗୋଳାମୁଣ୍ଡା ବ୍ଲକ ସଭା ଗୃହ ଠାରେ ଏକ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମ ରେ ଗୋଳାମୁଣ୍ଡା ବ୍ଲକ ରେ ଥିବା ସମସ୍ତ ବ୍ୟାଙ୍କ ଶାଖା ପରିଚାଳକ ଆସିଥିଲେ ଓ ୧୮୧ ଗୋଟି ସ୍ବୟଂ ସହାୟକ ଗୋଷ୍ଠୀ ଙ୍କ ଋଣ ମଞୁରୀ ହୋଇଥିବା ବେଳେ ୩ କୋଟି ୭୨ ଲକ୍ଷର ଚେକ୍ ପ୍ରଦାନ କରାଯାଇଥିଲା । ଏଥି ମଧ୍ୟରୁ ଟଙ୍କା ଜମା ହୋଇ ନ ଥିବା କିଛି ସ୍ବୟଂ ସହାୟକ ଗୋଷ୍ଠୀ ଙ୍କ ଅର୍ଥ ଅତି କମ୍ ଦିନ ମଧ୍ୟରେ ଆକାଉଣ୍ଟ୍ ରେ ଟଙ୍କା ଜମା ହୋଇଯିବ ବୋଲି ଶାଖା ପରିଚାଳକ ସମୂହ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ରେ ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଓଡିଶା ଜିବନ ଜୀବିକା ମିଶନ ର ବିପିଏମ ସୁଧାଂଶୁ ଶେଖର ବିଶ୍ବାଳ, ସିଡିପିଓ ପ୍ରେମା ମଞୁରି ସାହୁ, ଗୋଳାମୁଣ୍ଡା ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ବାଲ୍ମିକି ପଣ୍ଡା, ଅତିରିକ୍ତ ଶାଖା ପରିଚାଳକ ଆଦିତ୍ୟ ପାଣିଗ୍ରାହୀ,ଗୋଳାମୁଣ୍ଡା ବିସିସି ମ୍ୟାନେଜର ଅଞନ କୁମାର ମେହେର ,ଫରଙ୍ଗ ଶାଖା ପରିଚାଳକ ଜୟରାମ କୁମ୍ଭାର, ଗୋଳାମୁଣ୍ଡା ସେକ୍ଟର ମହିଳା ପରିଚାରିକା ଅଲିଭା ପଟ୍ଟନାୟକ, ବୃନ୍ଦାବାହାଲ ରୁ ଯଶୋବନ୍ତି ନାଏକ, ଫରଙ୍ଗ ରୁ ମଞୁଲତା ପଟ୍ଟନାୟକ,ମାନଝରୀ ରୁ ପଦ୍ମାବତି ସାହୁ, ମହାଲିଙ୍ଗ ରୁ ଶାନ୍ତିଲତା ମଙ୍ଗରାଜ, ବଡ ଚେରଗାଁ ରୁ ଚନ୍ଦ୍ରିକା ଦୁର୍ଗା, ବିଏଲସି ଅଜୟ ମାଝି ଓ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ର ସଭାନେତ୍ରି ସମ୍ପାଦିକା ଉପସ୍ଥିତ ଥିଲେ ।

ଦାମୋଦର ଦାସ ଙ୍କ ରିପୋର୍ଟ 

Related posts

ମାର୍ଚ୍ଚ ୨୪ରେ ପୌର ନିର୍ବାଚନ, ଫେବୃଆରୀ ୨୮ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି

Sunil Chandra Nayak

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ କ୍ରମେ OUTR ର ହେବ ରୂପାନ୍ତର

ଜୀ ସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର ‘ପାରି କରିବେ ଭୋଳା ଶଙ୍କର’ର ଅଡିଓ ରିଲିଜ

Sunil Chandra Nayak

Leave a Comment

error: Content is protected !!