ଡାବୁଗାଁ, ୨୯/୯ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟ|ଳୟ ସଭାଗୃହ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନ ଙ୍କ ସଭାପତିତ୍ଵରେ ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ଲକ୍ ସ୍ତରୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସଂଘ ଗଠନ କରାଯାଇଛି । ଏଥିରେ ସଭାପତି ଭାବେ ଗୁପ୍ତେ ପ୍ରସାଦ ନାଗ, ସମ୍ପାଦକ ହେମନ୍ତ କୁମାର ପଣ୍ଡା, ସହସମ୍ପାଦକ ଶ୍ରୀକାନ୍ତ ପଣ୍ଡା ଙ୍କୁ ମନୋନୀତ କରାଯାଇଥିଲା | ଏହି ବୈଠକରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଧନଞ୍ଜୟ ବଡ ଜେନା, ଧନଞ୍ଜୟ ବଡଜେନା, ପିଙ୍କିକୁମାରୀ ଗୁପ୍ତା, ଗୀତାଞ୍ଜଳି ବସ୍ତିଆ, ହେମେନ୍ଦ୍ର ନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ |
ପ୍ରଜ୍ଞା ରଞ୍ଜନ ପରିଡା, ଡାବୁଗାଁ