ଢେଙ୍କାନାଳ(ମ.ନି.ସ) ବେସାହାରା ହେଇଗଲେ ମମତା ନାଏକ , କେମିତି ଚାରିଜଣ ପିଲାଙ୍କୁ ଆହାର ଯୋଗାଇବେ ମମତା ନାଏକ l ସ୍ୱାମୀ ଥିଲେ ଦିନ ମଜୁରିଆ , ଘର ଚଳୁଥିଲା ,। ସ୍ୱାମୀ ରୋହିତ ନାଏକ ଅଜଣା ରୋଗରେ ପିଡୀତ ହୋଇ ଆରପାରିକୁ ଚାଲିଗଲା ପରେ ସ୍ତ୍ରୀ ଏବଂ କୁନି କୁନି ଚାରିଝିଅ ଙ୍କ ର ଭୋକ ଉପାସରେ ଦିନ କଟୁଛି l ଏହିପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଚାନ୍ଦପୁର ପଞ୍ଚାୟତ ଚାନ୍ଦପୁର ଗାଁରେ l ଚାନ୍ଦପୁର ଗାଁ ର ରୋହିତ ନାଏକ ,ଆରପାରିକୁ ଚାଲିଗଲା ପରେ ସ୍ତ୍ରୀ ମମତା ଏବଂ ଚାରିଝିଅ ଭୋକ ଉପାସରେ ଦିନ କାଟୁଛନ୍ତି , ଏହିପରି ଏକ ଖବର ପାଇଲେ BHRC ର ଜାତୀୟ କାର୍ଯ୍ୟରତ ସଭାପତି ତଥା ସମାଜସେବୀ ଦୁଖବନ୍ଧୁ ବିଶ୍ୱାଳ, ରାସନସାମଗ୍ରୀ ଦେଇ ପଠାଇଥିଲେ ଭାରତୀୟ ମାନବାଧିକାର ପରିଷଦ ର ବ୍ଲକ ସଭାପତି ବିରଞ୍ଚି ସାହୁ ଙ୍କୁ, ବିରଞ୍ଚି ସାହୁ ମମତା ନାଏକ ଙ୍କ ଘରକୁ ଯାଇ ରାସନସାମଗ୍ରୀ ଦେବା ସହିତ , ପ୍ରଶାସନ ଙ୍କୁ ଅନୁରୋଧ କରିଛନ୍ତି ଏହି ଅସହାୟ ପରିବାର ଙ୍କୁ ସମସ୍ତ ସରକାରୀ ଯୋଜନା ମିଳୁ ବୋଲି ଭାରତୀୟ ମାନବାଧିକାର ପରିଷଦ ର ଜାତୀୟ କାର୍ଯ୍ୟ ରତ ସଭାପତି ତଥା ସମାଜସେବୀ ଦୁଖବନ୍ଧୁ ବିଶ୍ୱାଳ ପ୍ରଶାସନ ଙ୍କୁ ଅବଗତ କରାଇଛନ୍ତି lମମତା ନାଏକ ଙ୍କୁ ଯଥାଶୀଘ୍ର ବିଧବାଭତ୍ତା , ଓ ଜାତୀୟ ପରିବାର ମଙ୍ଗଳ ଯୋଜନା ଅନ୍ତୋଦୟ ଅନ୍ନପୂର୍ଣା ଯୋଜନା , ସହିତ ପିଲା ମାନଙ୍କର ଭବିଷ୍ୟତ ପାଇଁ ଶିକ୍ଷା ବ୍ୟବସ୍ଥା ଗ୍ରୀନ୍ ପ୍ୟାକେଜ୍ ଯୋଜନା ରେ ଅନ୍ତର୍ଭୁକ୍ତ କରି ଅସହାୟ ମମତା ଙ୍କୁ ସମସ୍ତ ସରକାରୀ ଯୋଜନା ଯୋଗାଇ ଦିଅନ୍ତୁ ବୋଲି ସମାଜ ସେବୀ ଦୁଖବନ୍ଧୁ ବିଶ୍ୱାଳ ପ୍ରଶାସନ ଙ୍କୁ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି l
କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍