ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାପା ଛେଉଣ୍ଡ ହେଇଗଲେ କୁନି କୁନି ଝିଅ ଚାରୋଟି 

ଢେଙ୍କାନାଳ(ମ.ନି.ସ) ବେସାହାରା ହେଇଗଲେ ମମତା ନାଏକ ,  କେମିତି ଚାରିଜଣ ପିଲାଙ୍କୁ ଆହାର ଯୋଗାଇବେ ମମତା ନାଏକ l ସ୍ୱାମୀ ଥିଲେ ଦିନ ମଜୁରିଆ , ଘର ଚଳୁଥିଲା ,। ସ୍ୱାମୀ  ରୋହିତ ନାଏକ ଅଜଣା ରୋଗରେ ପିଡୀତ ହୋଇ ଆରପାରିକୁ ଚାଲିଗଲା ପରେ ସ୍ତ୍ରୀ ଏବଂ କୁନି କୁନି ଚାରିଝିଅ ଙ୍କ ର ଭୋକ ଉପାସରେ ଦିନ କଟୁଛି l ଏହିପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଚାନ୍ଦପୁର ପଞ୍ଚାୟତ ଚାନ୍ଦପୁର ଗାଁରେ l ଚାନ୍ଦପୁର ଗାଁ ର ରୋହିତ ନାଏକ ,ଆରପାରିକୁ ଚାଲିଗଲା ପରେ ସ୍ତ୍ରୀ ମମତା ଏବଂ ଚାରିଝିଅ ଭୋକ ଉପାସରେ ଦିନ କାଟୁଛନ୍ତି , ଏହିପରି ଏକ ଖବର ପାଇଲେ  BHRC ର ଜାତୀୟ କାର୍ଯ୍ୟରତ ସଭାପତି ତଥା ସମାଜସେବୀ ଦୁଖବନ୍ଧୁ ବିଶ୍ୱାଳ, ରାସନସାମଗ୍ରୀ ଦେଇ ପଠାଇଥିଲେ ଭାରତୀୟ ମାନବାଧିକାର ପରିଷଦ ର ବ୍ଲକ ସଭାପତି ବିରଞ୍ଚି ସାହୁ  ଙ୍କୁ, ବିରଞ୍ଚି ସାହୁ ମମତା ନାଏକ ଙ୍କ ଘରକୁ ଯାଇ ରାସନସାମଗ୍ରୀ ଦେବା ସହିତ , ପ୍ରଶାସନ ଙ୍କୁ ଅନୁରୋଧ କରିଛନ୍ତି ଏହି ଅସହାୟ ପରିବାର ଙ୍କୁ ସମସ୍ତ ସରକାରୀ ଯୋଜନା ମିଳୁ ବୋଲି   ଭାରତୀୟ ମାନବାଧିକାର ପରିଷଦ ର ଜାତୀୟ କାର୍ଯ୍ୟ ରତ ସଭାପତି ତଥା ସମାଜସେବୀ ଦୁଖବନ୍ଧୁ ବିଶ୍ୱାଳ  ପ୍ରଶାସନ ଙ୍କୁ ଅବଗତ କରାଇଛନ୍ତି lମମତା ନାଏକ ଙ୍କୁ ଯଥାଶୀଘ୍ର ବିଧବାଭତ୍ତା , ଓ ଜାତୀୟ ପରିବାର ମଙ୍ଗଳ ଯୋଜନା ଅନ୍ତୋଦୟ ଅନ୍ନପୂର୍ଣା ଯୋଜନା , ସହିତ ପିଲା ମାନଙ୍କର ଭବିଷ୍ୟତ ପାଇଁ ଶିକ୍ଷା ବ୍ୟବସ୍ଥା ଗ୍ରୀନ୍ ପ୍ୟାକେଜ୍ ଯୋଜନା ରେ  ଅନ୍ତର୍ଭୁକ୍ତ କରି  ଅସହାୟ ମମତା ଙ୍କୁ ସମସ୍ତ ସରକାରୀ ଯୋଜନା ଯୋଗାଇ ଦିଅନ୍ତୁ ବୋଲି ସମାଜ ସେବୀ ଦୁଖବନ୍ଧୁ ବିଶ୍ୱାଳ ପ୍ରଶାସନ ଙ୍କୁ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି l

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ବନ୍ଯା ପାଣିରେ ଫସଲ ନଷ୍ଟ , ଗାଁ ଦାଣ୍ତରେ ପାଣି, ଗଛ ପଡି ଘର ଭାଙ୍ଗିଲା, ବଢୁଛି ଦୁର୍ଦ୍ଦଶା 

Sunil Chandra Nayak

ଜଗଜ୍ଜୀବନ ସା  ଙ୍କ କବିତା ଶ୍ରମବଳେ ଜିଣିପାରେ ମୁଁ ଧରା 

Sunil Chandra Nayak

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବାସରେ ରାୟଗଡା ଜିଲ୍ଳାପରିଷଦ ସଭାପତି

Sunil Chandra Nayak

Leave a Comment

error: Content is protected !!