ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁ ରେ ପାଗଳ କୁକୁର ଆତଙ୍କ , ୨ ଦିନ ମଧ୍ୟରେ ୪ ଆହତ ,୧ ଗୁରୁତର

ଡାବୁଗାଁ, ୨୩/୮ ନବରଙ୍ଗପୁର ଜିଲା ଡାବୁଗାଁ ଅଞ୍ଚଳରେ ଗତ କିଛି ଦିନ ହେଲା ଏକ ପାଗଳ କୁକୁର ଆତଙ୍କ ଖେଳାଇଛି । ସୋମବାର ଦିନ ସକାଳ ସମୟରେ ବିକାଶ ହରିଜନ (୨୪) ଙ୍କୁ କାମୁଡି ଥିଲା ପରେ ରାତ୍ରି ରେ ସନପତ ପନକା (୫୦) ଙ୍କୁ କାମୁଡି ଥିଲା । ଆଜି ମଙ୍ଗଳବାର ସକାଳ ସମୟରେ ରାଇସିଂ ପୂଜାରୀ (୪୯) , ନନ୍ଦିନୀ ଭତ୍ରା (୯) ଙ୍କୁ କାମୁଡିବା ପରେ ଡାବୁଗାଁ ସ୍ଥିତ ଡଙ୍ଗରଗୁଡା ସାହି ର ଏକ ୬ ବର୍ଷ ର ଶିଶୁ ସୋମନାଥ ଗୌଡ଼ (୬) ଗାଧୋଉଥିବା ସମୟରେ ଶିଶୁ କୁ ଆକ୍ରମଣ କରି ତାହାର ମୁହଁ ରେ କାମୁଡିଥିଲା ପରେ ସେହି ଗ୍ରାମର ରୂପଧର କୁକୁର କବଳରୁ ଶିଶୁକୁ ରକ୍ଷା କରିଥିଲା | ପରେ ଶିଶୁ କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇଥିଲା | ସେଠାରେ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ପ୍ରଣବ ସ୍ଵର୍ଣ୍ଣକାର ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଥିଲେ । ପାଗଳ କୁକୁର ଦିନକୁ ଦିନ ନିଜର କାୟା ବିସ୍ତାର କରୁଥିବାରୁ ଡାବୁଗାଁ ଅଞ୍ଚଳରେ ଭୟ ର ବାତାବରଣ ସୃଷ୍ଟି ହୋଇଛି ।

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କୁ ଯୁବ କଂଗ୍ରେସ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା 

Sunil Chandra Nayak

ଚିଙ୍ଗିଡିପାସ ଗ୍ରାମରେ ଝାଡାବାନ୍ତି ଆତଙ୍କ , ଆଉ ଜଣଙ୍କର ମୃତ୍ଯୁ, ମୃତ୍ଯୁ ସଂଖ୍ୟା ୨ କୁ ଛୁଇଁଲା

Sunil Chandra Nayak

ଗୋପାଳପୁର ଅଙ୍ଗନବାଡି କେନ୍ଦ୍ରରେ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳିତ

Sunil Chandra Nayak

Leave a Comment

error: Content is protected !!