ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ତାଲୁକ ଆଇନ ସେବା କମିଟି ତରଫରୁ ୭୩ ତମ ବନ ମହୋତ୍ସବ ପାଳିତ

ମୟୂରଭଞ୍ଜ -୭/୭/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସିଭିଲ କୋର୍ଟର ତାଲୁକ ଆଇନ ସେବା ସମିତି ଆନୁକୁଲ୍ୟରେ କୋର୍ଟ ପରିସରରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ଦୀପକ କୁମାରଙ୍କ ପୌରହିତ୍ୟରେ ୭୩ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି ।ସାଂପ୍ରତିକ ପରିସ୍ଥିତିରେ ପରିବେଶ ଦୃତ ପ୍ରଭାବିତ ହେଉଥିବାରୁ ବ୍ୟାପକତା ପରିମାଣରେ ବୃକ୍ଷରୋପଣ , ସୁରକ୍ଷା ସହିତ ପରିବେଶ ସୁରକ୍ଷା ନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ନିହାତି ଜରୁରୀ ହୋଇପଡ଼ିଛି ବୋଲି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ସୂଚନା ଦେଇଥିଲେ । ବୃକ୍ଷ ମଣିଷ ସମାଜ ଓ ଜୀବଜଗତ ପାଇଁ ଅତି ଆବଶ୍ୟକ ବୋଲି କହିଥିଲେ ।ବୃକ୍ଷ ହିଁ ପରିବେଶକୁ ସନ୍ତୁଳିତ ରଖିଥାଏ । ଜଙ୍ଗଲ ଅବକ୍ଷୟ ଓ ବୃକ୍ଷ ନଷ୍ଟ ଯୋଗୁଁ ଜଳବାୟୁରେ ପରିବର୍ତ୍ତନ ଘଟୁଛି । ଜଳବାୟୂ ପରିଵର୍ତନ ନେଇ ସାରା ବିଶ୍ବବାସୀ ଚିନ୍ତିତ । ଯାହାର ପ୍ରଭାବର ସମଗ୍ର ଜୀବ ଜଗତ ଉପରେ ପଡୁଛି । ଖାଲି କଂକ୍ରିଟ ସହର ପଛରେ ନ ଗୋଡ଼ାଇ ଆମକୁ ବ୍ଯାପକ କୃତ୍ରିମ ଜଙ୍ଗଲ ସୃଷ୍ଟି କରିବାକୁ ପଡିବ ବୋଲି କହିଥିଲେ। ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ । ଏହି ବନ ମହୋତ୍ସବରେ ସବ ଜଜ୍ ବାସୁଦେବ ଆଚାର୍ଯ୍ୟ,ଏସଡିଜିଏମ ଜରିନେ ଖାନ , ଜେଏମଏଫସି ମୋନିକା ଆଚାର୍ଯ୍ୟ, ରାଇରଙ୍ଗପୁର ଓକିଲ ସଂଘ ସଂପାଦକ ହରିଚରଣେ ବେହେରା, କୋର୍ଟ କର୍ମଚାରୀ ଲକ୍ଷ୍ମଣ ମାର୍ଣ୍ଡୀ, ରଣଜିତ ବେହେରା ଅଧିବକ୍ତା କିଶୋର ମହାନ୍ତି,ଉମା ରାଜ,ପ୍ରମୋଦ ମହାନ୍ତି, ଶୁଶାନ୍ତ ବେହେରାଏବଂ ରାଇରଙ୍ଗପୁର ବନ ବିଭାଗର ଏସିଏଫ ନବୀନ ନାଏକ,ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ମହାକୁଡ଼,ବନପାଳ ସଂଜୟ ପ୍ରସାଦ ବେହେରା, ବିପିନ ବେହେରା, ପରମାନନ୍ଦ ମହାନ୍ତ ପ୍ରମୁଖ ବୃକ୍ଷରୋପଣ ସାମିଲ ହୋଇଥିଲେ । ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ,ଓ ଫଳ ଜାତୀୟ ବୃକ୍ଷ ରୋପଣ କରାଯାଇଥିଲା ।ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଭାରତରେ ୮ ବର୍ଷରେ ୨୦ ହଜାର ବର୍ଗ କିମି ଜଙ୍ଗଲ ବଢ଼ିଛି: ନରେନ୍ଦ୍ର ମୋଦୀ

ବାଲେଶ୍ବର – ସରକାରୀ ଉପ୍ରା ବିଦ୍ୟାଳୟ ଦିମିରିଆରେ ଗଠନ ହେଲା ଶିଶୁ କ୍ୟାବିନେଟ 

କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ଆଦର୍ଶ ପାଠାଗାରଠାରେ ସ୍ବଚ୍ଛତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!