ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମା କନକ ଦୁର୍ଗା ଙ୍କ ପୀଠରେ ଆଜି ନବରାତ୍ରୀ ର ଚତୁର୍ଥ ଦିବସ ପାଳିତ 

 ଢେଙ୍କାନାଳ(ମ ନି ସ)୨୯/୦୯/୨୨ ଢେଙ୍କାନାଳ ଜୁବୁଲି ଟାଉନ ସ୍ଥିତ ମା କନକ ଦୁର୍ଗା ଙ୍କ ପୀଠରେ ଶାରଦୀୟ ନବଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛିl ପ୍ରାତଃ ସମୟରେ ମା ଙ୍କ ର ମଙ୍ଗଳ ଆଲତୀ ଠାକୁରଙ୍କୁ ମହାସ୍ନାନ ,ନୂତନ ବସ୍ତ୍ର ଓ ବିଭିନ୍ନ ଫୁଲ ହାର ରେ ସୁସଜ୍ଜିତ ହୋଇଥିଲା lସକାଳୁ ବଲଭ ଭୋଗ ଲାଗି ହୋଇଥିଲା ଏବଂ ୧୦.୩୦ ରେ ପଣlଭୋଗ ଲାଗି କରାଯାଇଥିଲା । ତା ପରେ ସୂର୍ଯ୍ୟପୂଜା ,ମଣ୍ଡଳ ଆଦି ଦେବତା ମାନଙ୍କ ଆବାହାନ, ଦେବୀ ଙ୍କୁ ଷୋଡ଼ଶ ଉପଚାର ରେ ପୂଜା , ରୁଦ୍ରlଭିଷେକ ଚଣ୍ଡୀପାଠ, ଘୃତଯଜ୍ଞ, ଅନ୍ନ ଧୂପ ହୋଇଥିଲା । ଆଜି ମଧ୍ୟାନ ସମୟ ରେ ମାଆଙ୍କର ଅନ୍ନ ଧୂପ ଅନୁଷ୍ଠିତ ହୋଇଥିଲା । ଆଜିଠାରୁ ନବ ଦିନ ଯାଏ ବିଭିନ୍ନ ବେଶ ଅନୁଷ୍ଠିତ କରାଯିବ । ନବ ରାତ୍ରର ଚତୁର୍ଥ ଦିବସରେ ଆଜି ମାଆଙ୍କର ଲଳିତା ତ୍ରିପୁରା ସୁନ୍ଦରୀ ବେଶ ଅନୁଷ୍ଠିତ ହୋଇଥିଲା । ଏହି ବେଶ ଦେଖିବାକୁ ବହୁତ ଭକ୍ତଙ୍କ ସମାଗମ ହୋଇଥିଲା । ପ୍ରତ୍ୟେକ ସନ୍ଧ୍ୟାରେ ଆଳତୀ ଓ ବଡ଼ ସିଂହାର ଭୋଗ ଲାଗି କରାଯାଉଛି।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

କାଙ୍ଗାଳୀଚରଣ ସେଠୀ ଙ୍କ କବିତା ମିଛ ମଣିଷ

Sunil Chandra Nayak

କୋକସରାଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଆଂଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ରକ୍ଷକ-୨ ସଚେତନତା କାର୍ଯ୍ୟକ୍ରମ

Leave a Comment

error: Content is protected !!