ଢେଙ୍କାନାଳ(ମ ନି ସ)୨୯/୦୯/୨୨ ଢେଙ୍କାନାଳ ଜୁବୁଲି ଟାଉନ ସ୍ଥିତ ମା କନକ ଦୁର୍ଗା ଙ୍କ ପୀଠରେ ଶାରଦୀୟ ନବଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛିl ପ୍ରାତଃ ସମୟରେ ମା ଙ୍କ ର ମଙ୍ଗଳ ଆଲତୀ ଠାକୁରଙ୍କୁ ମହାସ୍ନାନ ,ନୂତନ ବସ୍ତ୍ର ଓ ବିଭିନ୍ନ ଫୁଲ ହାର ରେ ସୁସଜ୍ଜିତ ହୋଇଥିଲା lସକାଳୁ ବଲଭ ଭୋଗ ଲାଗି ହୋଇଥିଲା ଏବଂ ୧୦.୩୦ ରେ ପଣlଭୋଗ ଲାଗି କରାଯାଇଥିଲା । ତା ପରେ ସୂର୍ଯ୍ୟପୂଜା ,ମଣ୍ଡଳ ଆଦି ଦେବତା ମାନଙ୍କ ଆବାହାନ, ଦେବୀ ଙ୍କୁ ଷୋଡ଼ଶ ଉପଚାର ରେ ପୂଜା , ରୁଦ୍ରlଭିଷେକ ଚଣ୍ଡୀପାଠ, ଘୃତଯଜ୍ଞ, ଅନ୍ନ ଧୂପ ହୋଇଥିଲା । ଆଜି ମଧ୍ୟାନ ସମୟ ରେ ମାଆଙ୍କର ଅନ୍ନ ଧୂପ ଅନୁଷ୍ଠିତ ହୋଇଥିଲା । ଆଜିଠାରୁ ନବ ଦିନ ଯାଏ ବିଭିନ୍ନ ବେଶ ଅନୁଷ୍ଠିତ କରାଯିବ । ନବ ରାତ୍ରର ଚତୁର୍ଥ ଦିବସରେ ଆଜି ମାଆଙ୍କର ଲଳିତା ତ୍ରିପୁରା ସୁନ୍ଦରୀ ବେଶ ଅନୁଷ୍ଠିତ ହୋଇଥିଲା । ଏହି ବେଶ ଦେଖିବାକୁ ବହୁତ ଭକ୍ତଙ୍କ ସମାଗମ ହୋଇଥିଲା । ପ୍ରତ୍ୟେକ ସନ୍ଧ୍ୟାରେ ଆଳତୀ ଓ ବଡ଼ ସିଂହାର ଭୋଗ ଲାଗି କରାଯାଉଛି।
ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ