ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦ୍ୱତୀୟ ତମ ଖଗପତି ପାନ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଟ ୨୦୨୨-୨୩ ପଞ୍ଚମ ଦିନରେ

ନୂଆପଡା, ଖଡ଼ିଆଳ ବ୍ଳକ ଅନ୍ତର୍ଗତ ବିଜେପୁର ଖେଳ ପଡିଆ ଠାରେ ଦୂତୀୟ ତମ ଖଗପତି ପାନ ମେମୋରୀୟଲ କ୍ରିକେଟ  ଟୁର୍ଣ୍ଣାମେଣ୍ଟ ଗୁରୁବାର ପଞ୍ଚମ ଦିନରେ । ଏହି ଖେଳ ର ଆୟୋଜକ ସହିଦ ଭଗତ ସିଂ କ୍ଲବ୍ ବିଜେପୁର ପକ୍ଷରୁ ଆରମ୍ଭ ହୋଇଛି । ଆଜି ପଞ୍ଚମ ଦିନ ରେ ବିଜେପୁର ଏବଂ ଖାସବାହାଲ ମଧ୍ୟରେ ଖେଳ ହୋଇଥିଲା । ଆଜିର  ମୁଖ୍ୟ ଅତିଥି ଭାବେ  ବରିଷ୍ଠ ସାମ୍ବାଦିକ ବିଜୟ କୁମାର ଶହୀଶ , ସମ୍ମାନିତ ଅତିଥି ଭାବେ ତୁକାରମ ହିଆଁଳ , ଡୁଆଝର  ସରପଞ୍ଚ ଜିତୁ କୁମ୍ଭାର , ଇନ୍ଦ୍ରମଣି ମାଝୀ , ଭାଗତ ସିଂ କ୍ଳବର ସଭାପତି ସୁରେନ୍ଦ୍ର କୁମାର ଉପସ୍ଥିତ ଥିଲେ । ଗୁରୁବାର ଦିନର ଖେଳ ପରିଚାଳକ ହେମନ୍ତ ବେହେରା ଓ ରୋମାଞ୍ଚଲ ଭୋଇ ପରିଚାଳନା କରିଥିବା ବେଳେ ଖେଳର ରେଫରି ଭାବରେ ଚକ୍ରଧର ଡାଙ୍ଗରାଜ ଥିବା ବେଳେ ଧାରା ବିବରଣି ଦେଇଥିଲେ  ନନ୍ଦୁ ଶବର । ପଞ୍ଚମ ଦିନରେ ବିଜେପୁର ଏବଂ ଖସବାହାଲ ମଧ୍ୟରେ ଖେଳ ହୋଇଥିଲା । ପ୍ରଥମେ ଖାଶବାହାଲ ଟଚ଼ ଜିତି ଫିଲ୍ଡିଙ୍ଗର ର ନିଷ୍ପତି ନେଲେ । ବିଜେପୁର ୨୦ ଓଭର ରେ ୧୮୯ ରନ ସଂଗ୍ରହ କରିଥିଲା ବେଳେ  ତାହାର ବଦଳରେ  ଖସବାହାଲ ଦଳ୧୪  ଓଭର ରେ ୧୦୭ ରନ କରି ଏହି ମ୍ୟାଚ ରେ ପରାସ୍ତ ହୋଇଥିଲେ । ବିଜେପୁର ର ଶରବେ ଶବର ୨୯ ବଳ ରେ  ୫୪ ରନ ଓ ଦୁଇ ୱକେଟ ପାଇ ଖେଳର ମେନ ଅଫ ଦ ମ୍ୟାଚ ପାଇଥିଲେ । ଆଜିର ଖେଳରେ ଉପ ସଭାପତି ଶ୍ରୀଯୁକ୍ତ ଅର୍ଜୁନ ହରପାଲ , ସମ୍ପାଦକ  ଚକ୍ରଧର ଡ଼ଙ୍ଗରାଜ, ଜୟଦେବ ପଣ୍ଡା  , ଅନିଲ ସିନ୍ଦୁର , ଡୋଳାମନୀ ପଣ୍ଡା , ଦେବାଚନ୍ଦ୍ର ଶବର ,ନରସିଂହ ସୁନାନୀ ,ବାସୁଦେବ ପାନ, ଜଗଦିଶ ,ସଦାନନ୍ଦ ଶବର ପ୍ରମୁଖ ଉପସ୍ଥିତ ଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ବିବେକାନନ୍ଦ ହଲର ଉଧ୍ଘଟାନ କଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା

Sunil Chandra Nayak

କାଳ ବୈଶାଖୀ ନେଇ ରାଜ୍ୟର ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣି ଜାରି କଲା ପାଣିପାଗ ବିଭାଗ

Sunil Chandra Nayak

Leave a Comment

error: Content is protected !!