ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଳ ବିଭାଜିକା ତରଫରୁ କମିଟି ଗଠନ ରେ ବିଭାଗୀୟ ଅଧିକାରୀ ଙ୍କ ଅନିୟମିତତା ଓ ପକ୍ଷପାତ ଅଭିଯୋଗ

ନୂଆପଡ଼, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିଭାଗ ତରଫରୁ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାରେ କମିଟି ଗଠନ ରେ ବ୍ୟାପକ ଅନିୟମିତତା ଓ ପକ୍ଷପାତିତା ହୋଇଥିବା ଅଭିଯୋଗ ହୋଇଛି । ଖଡ଼ିଆଳ ବ୍ଲକ ଖଇରଭାଡ଼ି ଓ ଚଚରାଭଟା ଗାଁକୁ ନେଇ ହେବାକୁ ଥିବା କମିଟି ଗଠନ ରେ ନିଜର ସ୍ୱାର୍ଥ ସାଧନ ପାଇଁ ସରକାରୀ ଅଧିକାରୀ କିଛି ବ୍ୟକ୍ତି ଙ୍କୁ ନେଇ କମିଟି ଗଠନ କରିଥିବା ଅଭିଯୋଗ ହୋଇଛି । ଏମିତିକି କମିଟି ଗଠନ ପୂର୍ବରୁ ରେଜିଷ୍ଟ୍ରେସନ ପାଇଁ ରେଜୁଲେସନ କପି ଉପ ଜିଲ୍ଲାପାଳଙ୍କୁ ପ୍ରେରଣ ହୋଇଛି । ଏହାର ପ୍ରମାଣ ମିଳିବା ପରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ନୂତନ କମିଟି ଗଠନ ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଖାସବାହାଲ ପଂଚାୟତ ର ଖଇରଭାଡ଼ି ଓ ଚଚରାଭଟା ଗାଁକୁ ନେଇ ଜଳବିଭାଜିକା ବିଭାଗ ତରଫରୁ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ କାର୍ଯ୍ୟକ୍ରମ ରେ କମିଟି ଗଠନରେ ବ୍ୟାପକ ଅନିୟମିତତା ଓ ପକ୍ଷପାତିତା ହୋଇଥିବା ପ୍ରମାଣ ମିଳିଛି । ସରକାର ଙ୍କ ଏହି ମହତ ଉଦ୍ଦେଶ୍ୟ ରେ ବିଭାଗୀୟ ଅଧିକାରୀ ଚଞ୍ଚକତା କରି ନିଜ ସ୍ୱାର୍ଥ ସାଧନ କରୁଥିବା ଅଭିଯୋଗ କରିଛନ୍ତି ଚଚରାଭଟା ଗ୍ରାମବାସୀ । ଦୁଇ ଗାଁକୁ ନେଇ ହେବାକୁ ଥିବା ଏହି କମିଟି ଗଠନ ରେ ପ୍ରଥମେ କେବଳ ଖଇରଭାଡ଼ି ଗାଁର କିଛି ଲୋକଙ୍କ ସହାୟତାରେ ଗତ ଜୁଲାଇ ଦଶ ତାରିଖ ଦିନ କମିଟି ଗଠନ ହୋଇଥିଲା । ଏହାକୁ ବିରୋଧ କରି ଚଚରାଭଟା ଗାଁର କିଛି ଲୋକ ନୂତନ କମିଟି ଗଠନ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଅଗଷ୍ଟ ଛବିଷ ତାରିଖ ଦିନ ଏହାର ତଦନ୍ତ ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ହୋଇଥିଲା । ଜିଲ୍ଲାପାଳ ଙ୍କ ନିର୍ଦେଶ ଅନୁଯାୟୀ ଅଗଷ୍ଟ ଛବିଷ ରେ ଦୁଇ ଗାଁର ଲୋକ ଙ୍କ ସହ ଏକ ବୈଠକ ହୋଇ ସେପ୍ଟେମ୍ବର ତେର ତାରିଖ ଦିନ ନୂତନ କମିଟି ଗଠନ ର ନିଷ୍ପତ୍ତି ହୋଇଥିଲା ।  ପୂର୍ବ ନିଷ୍ପତ୍ତି ଅନୁଯାୟୀ ସେପ୍ଟେମ୍ବର ତେର ତାରିଖ ଦିନ ନୂତନ କମିଟି ଗଠନ ର ବୈଠକ ହୋଇଥଲା ହେଲେ ତାହା ମଧ୍ୟ କିଛି ଅସାମାଜିକ ବ୍ୟକ୍ତି ଭଣ୍ଡୁର କରିଥିବା ଅଭିଯୋଗ କାରୀ ଅଭିଯୋଗ କରିଛନ୍ତି । ହେଲେ ଉକ୍ତ ତାରିଖ କମିଟି ଗଠନ ହୋଇଥିବା ବିଭାଗୀୟ ଅଧିକାରୀ କହିଥିଲେ । ଏହି କମିଟି ଅଧିକାରୀ ଙ୍କ ସ୍ୱାର୍ଥ ସାଧନପାଇଁ ହୋଇଥିବା ଗ୍ରାମବାସୀ  ଅଭିଯୋଗ କରିଛନ୍ତି । ଜଳ ବିଭାଜିକା ବିଭାଗ ତରଫରୁ କୃଷି ସିଂଚାଇ କାର୍ଯ୍ୟକ୍ରମ ର କମିଟି ଗଠନରେ ପକ୍ଷପାତିତା ଓ ଚଞ୍ଚକତା ହୋଇଥିବା ପ୍ରମାଣ ଅଭିଯୋଗ କାରୀ ମାନେ ସୂଚନା ଅଧିକାର ଆଇନ ବଳ ରେ ପ୍ରମାଣ ପାଇଛନ୍ତି । ବର୍ତ୍ତମାନ ଯାଏ ଏହି କମିଟି ଗଠନ କୁ ନେଇ ନିଷ୍କର୍ଷ ବାହାରିନଥିବା ବେଳେ ଅନେକ ବୈଠକ କରି ତାରି ସମାଧାନ ପାଇଁ କାର୍ଯ୍ୟ ଜାରି ରହିଛି । ହେଲେ ଏହି କମିଟି ଗଠନ ହୋଇ ସାରିଥିବା ଦର୍ଶାଇ ବିଭାଗୀୟ ଅଧିକାରୀ ଚଞ୍ଚକତା କରୁଥିବା ଗ୍ରାମବାସୀ  ଅଭିଯୋଗ କାରୀ ଅଭିଯୋଗ କରିଛନ୍ତି । ନିୟମାନୁସାରେ କମିଟି ଗଠନ ଦିନ ସ୍ଥାନୀୟ ସରପଞ୍ଚ ଙ୍କ ଉପସ୍ଥିତ ଥିବା ର ନିୟମ ଥିଲେ ହେଁ ତାଙ୍କ ଅନୁପସ୍ଥିତି ରେ କମିଟି ଗଠନ ହୋଇଥିବା ପ୍ରମାଣ ମିଳିଛି । ଏଠି ଗୋଟିଏ ପ୍ରଶ୍ନ ସମସ୍ତ ଙ୍କୁ ଚକିତ କରିଛି ଅଭିଯୋଗ କାରୀ ଙ୍କ ଅଭିଯୋଗ କୁ ଭିତ୍ତି କରି ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦେଶ ତାରିଖ ପୂର୍ବରୁ କେମିତି କମିଟି ଗଠନ ହେଲା ଓ ତାହା ଉପଜିଲ୍ଲାପାଳ ଙ୍କ ପାଖକୁ ପଞ୍ଜିକରଣ ପାଇଁ ଗଲା ତାହା ସନ୍ଦେହ ଘେର ରେ  । ଅର୍ଥାତ ସେପ୍ଟେମ୍ବର ତେର ତାରିଖରେ କମିଟି ଗଠନ ନେଇ ଗଣମାଧ୍ୟମ ରେ ମଧ୍ୟ ଖବର ପ୍ରକାଶିତ ହୋଇଥିଲା । ହେଲେ ପଞ୍ଜିକରଣ ପାଇଁ ଅଗଷ୍ଟ ତେର ତାରିଖ ର ରେଜୁଲେସନ କପି କେମିତି  ଉପଜିଲ୍ଲାପାଳ ଙ୍କ ପାଖରେ ପହଁଚିଲା ତାହା ଏବେ ପ୍ରଶ୍ନବାଚି ସୃଷ୍ଟି କରିଛି । ସୂଚନା ଅଧିକାର ବଳ ରେ ସବୁତଥ୍ୟ ସଂଗ୍ରହ କରି ଦୋଷୀ ଅଧିକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ନୂତନ କମିଟି ଗଠନ ପାଇଁ ଅଭିଯୋଗ କାରୀ ଦାବି କରିଛନ୍ତି । ନଚେତ ଆଇନ ର ଆଶ୍ରୟ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବୁ ବୋଲି ଅଭିଯୋଗ କାରୀ ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ଆମେ ଏବାବଦ ରେ ଜଳବିଭାଜିକା ପ୍ରକଳ୍ପ ନିର୍ଦେଶକ ଙ୍କୁ ପଚାରିବାରୁ ସର୍ବସମ୍ମତି କ୍ରମେ କମିଟି ଗଠନ ହୋଇଛି, କାଗଜପତ୍ର ରେ ଟିକେ ଭୁଲ ହୋଇଯାଇଥିବା କହିଛନ୍ତି । ଜଳ ବିଭାଜିକା ବିଭାଗ ତରଫରୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ସରକାରୀ ଅଧିକାରୀ ଏହାକୁ ଦିଗହରା କରିବା ଉଦ୍ଦେଶ୍ୟ ରଖି ଚଞ୍ଚକତା କରି କମିଟି ଗଠନ ରେ ପକ୍ଷପାତିତା କରିଥିବା ସୂଚନା ଅଧିକାର ଆଇନ ବଳ ରେ ପ୍ରମାଣିତ ହୋଇଛି । ଏଥି ପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ନୂତନ କମିଟି ଗଠନ କରି ଯୋଜନା କୁ ସୁପରିଚାଳିତ କରିବା ଜରୁରୀ ହୋଇ ପଡିଛି । ଅଭିଯୋଗ କାରୀ ହେଲେ ପାରେଶ୍ୱରୀ ଚଣ୍ଡୀ ଓ ତୁଲାରାମ ହଂସ ଅଭିଯୋଗ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ଚନ୍ଦନଲାଗି ବେଶ

ମୋ ସରକାର କାର୍ଯ୍ୟକ୍ରମ ର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ରାଇରଙ୍ଗପୁର ପିସିଏମ କଲ୍ୟାଣ ଭବନ ପରିସରରେ ଅମୃତ ମହୋତ୍ସବ ସମାରୋହ

Sunil Chandra Nayak

Leave a Comment

error: Content is protected !!