ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

କହିବି ପ୍ରଭୁ ହେ ମୋ ଅନ୍ତର କଥା
    ବୁଝିବ ଶୁଣିବ ବ୍ୟଥା
ସଂସାର ମଧ୍ୟରେ ଦୁଃଖ କଷ୍ଟ ସହି
     ପୂଜା କରୁଛି ଦେବତା।
କାନ ଥାଇ ଶୁଣି ସତ କହୁ ନାହିଁ
    କାନ ତୁମେ ଭଗବାନ
ତୁଣ୍ଡରେ ସଂଗୀତ ମନରେ ଆନନ୍ଦ
      ଗାଇବା ପ୍ରଭୁ ଭଜନ।
କାର୍ତ୍ତିକ ମାସକୁ ଧର୍ମ ମାସ କହି
    ଭଗବାନ ନାମ ଜପ
ପବିତ୍ର ହୋଇବା ଶାନ୍ତିରେ ବଞ୍ଚିବା
      ଧରାରୁ ତୁଟିବ ପାପ।
ଦୁଃଖ କଷ୍ଟ ମିଶି ସଂସାର ଭିତରେ
      ଧର୍ଯ୍ୟରେ ଯାଉଛି ଚଳି
ଭାଗ୍ୟ ପଥ କେବେ ମୋ ପରିବର୍ତ୍ତନ
    ଠାକୁର ପାଶେ ମୋ ଅଳି।
ଭଜନ କୀର୍ତ୍ତନ ଯେତେ ଦୂର ଯିବ
    ପାପ ସବୁ ଯିବ ଛାଡ଼ି
ଖୁସି ମନ ଧରି କାମ କରୁଥିଲେ
    ପ୍ରଭୁ ପାଦେ ହାତ ଯୋଡ଼ି।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ(ଏମ୍ସ) , ୩୦୦ ଟଙ୍କା ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ଏବେ ମାଗଣା

ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ରେ ମୃତ୍ୟୁ ଘଟଣା: ତିନିମାସ ପରେ କ୍ଷମା ମାଗିଲା ମାଓ ସଂଗଠନ

ଖାଇବା ତେଲ ଦାମ୍ ୧୦ ଟଙ୍କା କମିବ: ସପ୍ତାହ ଭିତରେ ଦାମ୍‌ କମାଇବାକୁ ତୈଳ କଂପାନିଙ୍କୁ କହିଲେ କେନ୍ଦ୍ରସରକାର

Leave a Comment

error: Content is protected !!