ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତର ସ୍ବାଧୀନତା ଆନ୍ଦୋଳନରେ ଇରମ ମାଟିର ବଳିଦାନ ଇତିହାସରେ ଅଦ୍ୱିତୀୟ

ବାସୁଦେବପୁର ଜନକଲ୍ୟାଣ ପରିଷଦ ଆନୁକୂଲ୍ୟରେ ଇରମ ସହିଦ୍ ଦିବସ ପାଳିତ

ରାଉରକେଲା/ ୧୯୪୨ ମସିହାରେ ମହାତ୍ମାଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନ ଡାକରାରେ ଉଦବୁଦ୍ଧ ହୋଇ ଅବିଭକ୍ତ ବାଲେଶ୍ୱର ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଅଖ୍ୟାତ ପଲ୍ଲୀ ଇରମର ମେଳନ ପଡ଼ିଆରେ ସମବେତ ନିରସ୍ତ୍ର ଜନତାଙ୍କ ଉପରେ ଅତ୍ୟନ୍ତ ନିର୍ମମ ଭାବେ ଗୁଳିଚାଳନା କରିଥିଲେ ଇଂରେଜ ଫ‌ଉଜ। ଯେଉଁଠି ଦେଶପାଇଁ ବଳିଦାନ ଦେଇଥିଲେ ୨୯ଜଣ ସ୍ବାଧୀନତା ସଂଗ୍ରାମୀ। ସେହି ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ରାଉରକେଲାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ‘ବାସୁଦେବପୁର ଜନକଲ୍ୟାଣ ପରିଷଦ’ ଆନୁକୂଲ୍ୟରେ ଛେଣ୍ଡ୍ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାରର ସତ୍ୟବାଦୀ କକ୍ଷରେ ପରିଷଦର କାର୍ଯ୍ୟକାରୀ ସଭାପତି, ହୃଷିକେଶ ରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଭବେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଐତିହାସିକ ତଥା ଗବେଷକ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ପ୍ରଭାତ କୁମାର ମଲ୍ଲିକ ଯୋଗଦେଇ ଇରମ ଭୂଖଣ୍ଡର ଭୌଗୋଳିକ ଅବସ୍ଥିତି ଏବଂ ଐତିହାସିକ ପୃଷ୍ଠଭୂମି ବିଷୟରେ ଅତ୍ୟନ୍ତ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରି ଏହି ଲୋମହର୍ଷଣକାରୀ ଘଟଣାର ପ୍ରତ୍ୟକ୍ଷ ବିବରଣୀ ସଂଗ୍ରାମୀ କବି ମଧୁସୂଦନ ରାୟଙ୍କ ଦ୍ଵାରା ୧୯୪୬ ମସିହାରେ ଲିଖିତ ‘ଇରମ କାହାଣୀ ‘ ପୁସ୍ତକରୁ ଅବତାରଣା କରିବା ସହ ଏ ଆନ୍ଦୋଳନ କିପରି ଇତିହାସରେ ଅଦ୍ୱିତୀୟ ତାହା ଉଦାହରଣ ସହ ବ୍ୟାଖ୍ୟା କରିଥିଲେ।ଏହି ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥୀ ଯୋଗଦେଇ ସହିଦ୍ ମାନଙ୍କର ସ୍ମୃତି ଚାରଣ କରିବା ସହ ଅନୁଷ୍ଠାନର ଏହି ମହତ୍ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ପରବର୍ତ୍ତୀ ସମୟରେ ଏହି ଐତିହାସିକ ଘଟଣାବଳୀ ବିଷୟରେ ଆଗାମୀ ପୀଢ଼ିକୁ ପରିଚିତ କରାଇବା ପାଇଁ ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏଥିରେ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲେ, ଯାହା ଅତ୍ୟନ୍ତ ସ୍ବାଗତଯୋଗ୍ୟ ପ୍ରସ୍ତାବ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଗୋପବନ୍ଧୁ ପାଠାଗାରର ସଭାପତି ଇଂ. ନବଘନ ସାହୁ ତାଙ୍କ ବକ୍ତବ୍ୟରେ ଗୋପବନ୍ଧୁ ପାଠାଗାର କିପରି ସମଭାବାପନ୍ନ ସାହିତ୍ୟ – ସଂସ୍କୃତି ଅନୁଷ୍ଠାନ ମାନଙ୍କ ପାଇଁ ସର୍ବଦା ଉନ୍ମୁକ୍ତ ତାହା ସୂଚାଇଥିଲେ। ପରିଷଦର ସାଧାରଣ ସଂପାଦକ ଲକ୍ଷ୍ମଣ ନାଥ ଦାସ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଯୁଗ୍ମ ସଂପାଦକ ଶରତ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ।

ସଭାର ଦ୍ବିତୀୟ ପର୍ଯ୍ୟାୟରେ କବି ବଳରାମ ରାଉଳଙ୍କ ସଂଯୋଜନାରେ ସର୍ବଶ୍ରୀ ଅତିନ୍ଦ୍ରିୟାଦିତ୍ୟ ପରିଡ଼ା, ସୁଶାନ୍ତ କୁମାର ନାୟକ, ତ୍ରିଲୋଚନ ସ୍ବାଇଁ, ଅଜୟ କୁମାର ମହାନ୍ତି, ମୀନକେତନ ପଶାୟତ, ଅତୁଲ୍ୟ କୁମାର ମହାକୁଡ଼, ବଳରାମ ରାଉଳ ପ୍ରମୁଖ ସହରର ବିଶିଷ୍ଟ କବିମାନେ ଦେଶାତ୍ମବୋଧକ କବିତା ପାଠ କରିଥିଲେ। ସଭା ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ପାଠାଗାର ସମ୍ମୁଖସ୍ଥ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ସହିଦ୍ ମାନଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଏବଂ ଧୂପ ପ୍ରଜ୍ଜ୍ୱଳନ କରିଥିଲେ। ସାଂସ୍କୃତିକ ସମ୍ପାଦକ ବିବେକାନନ୍ଦ ପଣ୍ଡାଙ୍କ ବାଦ୍ୟଯନ୍ତ୍ର ସହ ସଙ୍ଗୀତଜ୍ଞ ରମାକାନ୍ତ ବେହେରାଙ୍କ ସ୍ବାଗତ ସଂଗୀତ ଶ୍ରୋତାମାନଙ୍କୁ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।ଶେଷରେ କୋଷାଧ୍ୟକ୍ଷ ଉଦୟ କୁମାର ସାହୁ ସମସ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବହୁ ଗୁଣିଜ୍ଞାନୀ ବ୍ୟକ୍ତି ଯୋଗଦେଇ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

 

Related posts

ସରକାରୀ ୱେବସାଇଟ ରେ  ତୃଟି,ଏବେ ବି ଅକ୍ଷମିତା କାର୍ତ୍ତିକ କୋଷାଗୁମୁଡ଼ା ବିଡ଼ିଓ ?

Sunil Chandra Nayak

ୟୁଥ ଅର୍ଗାନାଇଜେସନ ତରଫରୁ ଦିବ୍ୟଙ୍ଗଙ୍କୁ କମ୍ବଳ ବଣ୍ଟନ

Sunil Chandra Nayak

ଜଗଜ୍ଜୀବନ ସା ଙ୍କ କବିତା ତିନି ପଦୀ 

Leave a Comment

error: Content is protected !!