ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାସନ ପକ୍ଷରୁ ୩ ବେଆଇନ କ୍ଲିନିକ ସିଲ

ବୌଦ୍ଧ -୨୯ା୧୦ -ବୌଦ୍ଧ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଦିନ ବେଆଇନ ଭାବେ ଚାଲିଥିବା ସହରର ୩ ଗୋଟି କ୍ଳିନିକକୁ ସିଲ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ସହରର ନଟରାଜ ଡାଇଗ୍ନୋଷ୍ଟିକ ଓ ପ୍ରଧାନ ଡେଣ୍ଟାଲ କ୍ଳିନିକ ଓ ଶ୍ରୀସାଇ ଡେଣ୍ଟାଲ କ୍ଳିନିକ୍ କୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ଉକ୍ତ କ୍ଳିନିକ ଗୁଡିକ ସରକାରଙ୍କ ନିୟମ ଅନୁଯାୟୀ ଚଳାଉନଥିବା ଯୋଗୁଁ ସିଲ କରାଯାଇଥିବା ଜଣାପଡିଛି । ଚଢାଉ ସମୟରେ ଉପଜ଼ିଲ୍ଲାପାଳ ସନତ କୁମାର ନାଏକ,ଅତିରିକ୍ତ ତହସିଲଦାର ମହମ୍ମଦ ରାଜେରସୁଲ, ଡା .ବିଜୟ କୁମାର ଦାଶ, ଜ଼ିଲ୍ଲା ଡ୍ରଗ ଇନିସପେକଟର ସନ୍ତୋଷ କୁମାର ପ୍ରଧାନ ଓ ପୋଲିସ କର୍ମଚାରୀମାନେ ସାମିଲ ଥିଲେ । ଏନେଇ ଜ଼ିଲ୍ଲା ଡ୍ରଗ ଇନିସପେକଟର ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ ସରକାରଙ୍କ ନିୟମ ଅନୁଯାୟୀ ଆବଶ୍ୟକୀୟ କାଗଜପତ୍ର (କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ୍ ପଂଜିକରଣ ପ୍ରମାଣପତ୍ର) ନଥିବାରୁ କ୍ଲିନିକ୍ ଗୁଡିକୁ ସିଲ କରାଯାଇଥିବା ସୁଚନା ଦେଇଛନ୍ତି ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

 

Related posts

ରାସ୍ତା ଅଛି, ହେଲେ ଯିବାକୁ ବାଟ ନାହିଁ !

Sunil Chandra Nayak

ଡେନ୍ସ ଏକାଡେମୀ ଫୁଲବାଣୀ ର ୨୨ ତମ ବାର୍ଷିକ ରଜ ଉତ୍ସବ ୨୦୨୨ ଅନୁଷ୍ଠିତ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!