ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଵହଳଦାର ତିକ୍ଷିଆରେ ବିଜେଡିର ଜନ ସଂପର୍କ ପଦଯାତ୍ରା

 ମୟୂରଭଞ୍ଜ -୨୯/୧୦/୨୨(ମସିହା) ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଜୁ ଜନତା ଦଳର ଜନ ସଂପର୍କ ଆରମ୍ଭ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଵହଳଦା ବ୍ଳକର ଅଁଳାଯୋଡି ପଞ୍ଚାୟତର ତିକ୍ଷିଆ ଗ୍ରାମରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ଜନ ସଂପର୍କ ପଦଯାତ୍ରା ଶନିବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବିଜେଡି ନେତା ତଥା ବହଳଦା ବ୍ଳକ ବିଜେଡି ପ୍ରଭାରୀ ସୁବାଷ ମଣ୍ଡଳଙ୍କ ନେତୃତ୍ୱରେ ତିକ୍ଷିଆ ଗ୍ରାମରେ ଏକ ବିଶାଳ ପଦଯାତ୍ରା ଆରମ୍ଭ ହୋଇଥିଲା।ଏହି ଅବସରରେ ପୂର୍ବତନ ବିଧାୟକ ସାହିବା ଶୁଶିଲ ହାଁସଦା,ବ୍ଳକ ବିଜେଡି ସଭାପତି ହରେକୃଷ୍ଣ ମଣ୍ଡଳ,ବହଳଦା ବ୍ଳକ ପୂର୍ବତନ ଅଧ୍ୟକ୍ଷ ରବୀନ୍ଦ୍ର ନାଥ ମାରାଣ୍ଡି, ବରିଷ୍ଠ ବିଜେଡ଼ି ନେତା ରଘୁନାଥ ମହାନ୍ତ, ପୂର୍ବତନ ସମିତି ସଭ୍ୟ ମନୋଜ ବେହେରା,ରତ୍ନାକର ମହାନ୍ତ, ପଶ୍ଚିମ ମୟୂରଭଂଜ ଜିଲ୍ଲା ବିଜେଡି ନେତା ପଙ୍କଜ ରାଉତ, ରାଜେନ୍ଦ୍ର ମଲ୍ଲିକ, ଜୀତେନ୍ଦ୍ର ନାଥ ସାହୁ,ଯୁବ ବିଜେଡି ସଭାପତି ପ୍ରବୀର ଦାସ , ସଂପାଦକ ବାବୁଲା ପାତ୍ର,, ଜିଲ୍ଲା ପରିଷଦ ସଦସ୍ୟା ସୂର୍ଯ୍ୟମଣି ହାଁସଦା, ବିଶ୍ବନାଥ ବେଶ୍ରା,ଘାସିରାମ,ବୀର ମହାନ୍ତ,ମୋତିଲାଲ ପାତ୍ରଙ୍କ ସମେତ ବହୁ ସଂଖ୍ୟାରେ ଯୁବ ଛାତ୍ର, ମହିଳା, ଶ୍ରମିକ,ଦଳୀୟ କର୍ମକର୍ତ୍ତାବୃନ୍ଦ, ଖଟିଖିଆ ପ୍ରମୁଖ ଶତାଧିକ ସମର୍ଥକ ଯୋଗ ଦେଇ ଏଥିରେ ସକ୍ରିୟ ସହଯୋଗ କରିବା ସହିତ ପଦଯାତ୍ରାରେ ସାମିଲ ହୋଇଥିଲେ । ପ୍ରାରମ୍ଭରେ ତିକ୍ଷିଆ ଗ୍ରାମ ଛକ ନିକଟରୁ ଏହି ପଦଯାତ୍ରାଟି ବାହାରି ସମଗ୍ର ଗ୍ରାମ ସହ ଘରକୁ ଘର ବୁଲି ପ୍ରଚାର କରାଯାଇଥିଲା । ଦଳୀୟ କର୍ମୀବୃନ୍ଦ ଘରକୁ ଘର ନବୀନ ସରକାରଙ୍କ ଯୋଜନାର ସଫଳତାର ବାର୍ତ୍ତା ପହଞ୍ଚାଇଥିଲେ । ନବୀନ ସରକାରଙ୍କ ମମତା ଯୋଜନା, ମିଶନ ଶକ୍ତି,କାଳିଆ ଯୋଜନା, ଖାଦ୍ୟ ସୁରକ୍ଷା,ବିଜୁ କୃଷକ ଯୋଜନା,ବିଜୁ ସ୍ବାସ୍ଥ୍ୟ ଯୋଜନା, ଦିବ୍ଯାଙ୍ଗ ଯୋଜନା,କୋଭିଡିର ସଫଳ ମୁକାବିଲା,ମହାବାତ୍ୟା ମୁକାବିଲା, ହରିଶ୍ଚନ୍ଦ୍ର ଯୋଜନା,୫ଟି ,ସ୍କିଲଡ୍ ଇନ୍ ଓଡ଼ିଶା,ଜାଗା ମିଶନ,ବିଶ୍ଵ ସ୍ତରୀୟ କ୍ରୀଡା ଯୋଜନା, ସାମାଜିକ ସୁରକ୍ଷା, ଦାରିଦ୍ର୍ୟ ଦୂରୀକରଣ ଯୋଜନା,କ୍ରୀଡାର ବିକାଶ,ବିଶ୍ବ କପ୍ ହକି ଖେଳ ଆୟୋଜନ,ଯୁବ ମହିଳା ବିଶ୍ଵ କପ୍ ଫୁଟବଲ୍ ଆୟୋଜନ ପ୍ରମୁଖ ବହୁ ଜନ କଲ୍ୟାଣ ଯୋଜନା ଉପରେ ଲୋକଙ୍କୁ ଅବଗତ କରାଇଥିଲେ । ସରକାରଙ୍କ ଯୋଜନାରେ କିଭଳି ସାମିଲ ହୋଇ ଉପକୃତ ହେବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଥିଲା । ଜନ ସଂପର୍କ ଯାତ୍ରାକୁ ସଫଳ କରାଇଥିବାରୁ ସମସ୍ତ ନେତୃବୃନ୍ଦ, ଗ୍ରାମବାସୀ , ଛାତ୍ର, ମହିଳା ପ୍ରମୁଖ ସାମିଲ ହୋଇ ସଫଳ କରାଇଥିବାରୁ ସମସ୍ତଙ୍କୁ ବରିଷ୍ଠ ବିଜେଡି ନେତା ସୁବାଷ ମଣ୍ଡଳ କୃତଜ୍ଞତା ଜଣାଇଥିଲେ । 

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୨୦୫ ସ୍ୱତନ୍ତ୍ର ଟ୍ରେନ

Sunil Chandra Nayak

ମୂଳଧର୍ମକୁ ଫେରିଲେ ତିନି ବାରଣ ପରିବାର

Sunil Chandra Nayak

ମା ପେନ୍ଦ୍ରାଣୀ ଦେବୀଙ୍କ ଦଶହରା ପର୍ବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!