ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲତା ବେହେରା ଙ୍କ କବିତା ଜୀବନ ସାଥି 

   ଜୀବନ ସାଥି 

  

                  ଲତା ବେହେରା 

               
ଏମିତି ସାଥି ତୁ ଏତେ ତୋ ଛଳନା
         ବୁଝି ପାରିଲିନି ମୁଁ 
ହାତ ଧରି ବାଟ ଚାଲୁ ଥିଲୁ ମୋର 
        ଠକି ଦେଲୁ ଆଜି ତୁ ।
ଉପରେ ଉପରେ ଭଲ ତୁ ପାଇଲୁ
ଭିତରେ ଜହର ଭରି ଦେଇ ଗଲୁ 
        ଏଡେ ମାୟାବିନୀ ତୁ 
ବଳି ପଡି ଗଲି ମୁଁ ।
ଜୀବନ ସାଥି ମୁଁ ତୋତେ ବାଛି ନେଲି
         ମୋ କାଳ ସାଜିଲୁ ତୁ
ତୋତେ ଭଲ ପାଇ କେତେ ଭୁଲ୍ କଲି
        ପସ୍ତେଉଛି ଆଜି ମୁଁ ।
ମିଛ ମାୟା ଜାଲ ପ୍ରେମରେ ଫସେଇ
         ଖେଳିଲୁ ତୁ ଭଲ ଖେଳ
ବୁଝି ପାରିଲିନି ତୋର ସେ ଚକ୍ରାନ୍ତ
          ଭୋଗୁଛି ତାହାର ଫଳ ।
ମିଛ ବାହାନାରେ ହୃଦୟ ଜିତିଲୁ
ସମ୍ପତ୍ତି ଲୋଭରେ ବିବାହ କରିଲୁ
         ଜାଣି ପାରିଲିନି ମୁଁ ।
କାଳ ନାଗୁଣୀ ସାଜିଲୁ ତୁ ।
ଗୋଟି ଗୋଟି କରି ସବୁ ସମ୍ପତ୍ତି ମୋ 
            ଅଧିକାର କରି ନେଲୁ 
ବିଶ୍ୱାସରେ ମୋର ବିଷ ଭରି ଦେଇ
            ଅନ୍ୟ ପ୍ରେମେ ହଜି ଗଲୁ ।
ତୋ ମିଠା ହସରେ ଭରି ଥିଲା ବିଷ
           କାହାକୁ ବା ଥିଲା ଜଣା
ସତ ଭାବି ପ୍ରେମେ ହେଲି ତୋ ପାଗଳ
          ହଜିଗଲା ମୋ ଠିକଣା ।
ଦିଗ ହଜା ହେଇ ଘୂରି ମୁଁ ବୁଲୁଛି
ତୋ ପାଇଁ ସବୁ ହରେଇ ବସିଛି
      ଏଡିକି କପଟୀ ତୁ ।
ତୋତେ ବୁଝି ପାରିଲିନି ମୁଁ ।
ଚଲା ପଥେ ମୋର କଣ୍ଟା ତୁ ବିଛେଇ 
        ଉପରେ ରଖିଲୁ ଫୁଲ
ମିଠା କଥା କହି ମନ ନେଲୁ ମୋହି
        ଭାବି ନେଲି ତୋତେ ଭଲ ।
ତୋ ଛଳନା ଲୁହ ବାନ୍ଧି ଦେଲା ମୋହ
        ଜୀବନ ସାଥି ମୁଁ କଲି
ସମ୍ପତ୍ତି କେବଳ ଥିଲା ତୋର ଲକ୍ଷ୍ୟ 
       ନା ତାହା ମୁଁ ଜାଣି ଥିଲି ।
ତୋ ମିଛ କାହାଣୀ ନିରୀହ ଚାହାଣୀ
ଗଢିଲା ସେ ସତ ପ୍ରେମର କାହାଣୀ
       ମିଛ ଜୀବନ ସାଥିଟି ତୁ ।
ତୋତେ ଚିହ୍ନି ପାରିଲିନି ମୁଁ ।
ମୋ ରାସ୍ତାରେ ମୁଁ ଭଲରେ ତ ଥିଲି
          ମୋତେ ତୁ ଡାକି ନେଲୁ
ପ୍ରେମିକ ସହିତ ହାତ ତୁ ମିଳେଇ
         ଆଜି ମୋତେ ମାରି ଦେଲୁ ।
ଶଙ୍ଖାକୁ ଭାଙ୍ଗିଣ ସିନ୍ଦୂର ଲିଭେଇ
          ମୋ ସାଥେ ଛଳନା କଲୁ
ମରଣ ସହିତ ମୁଁ ଆଜି ଲଢୁଛି
         ଅନ୍ୟ ହାତ ଧରି ନେଲୁ ।
କି ଜୀବନ ସାଥି ତୁ ମୋର ହେଲୁ
ଠକି ଦେଇ ଭଲ ଧୋକା ଦେଇଗଲୁ
      ତୋତେ ଜାଣି ପାରିଲିନି ମୁଁ ।
ଏଡେ କପଟୀ ସତେ ଲୋ ତୁ ।

          ଲତା ବେହେରା 

              ଜକା, ଢେଙ୍କାନାଳ 

Related posts

ଗୋଲାମୁଣ୍ଡା ପୋଲିସର ବଡ ସଫଳତା – ଚୋରା ଚାଲାଣ ବେଳେ ୪୨ କିଗ୍ରା ଗଞ୍ଜେଇ ଜବତ,ଦୁଇଜଣ କୋର୍ଟ ଚାଲାଣ

Sunil Chandra Nayak

ଫାଇନାନ୍ସ ଦେବା ନାଁ ରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ, କୋକସରା ଥାନାରେ ଯୁବକ ଅଟକ

Sunil Chandra Nayak

ଧର୍ମଗଡ଼ ଅଞ୍ଚଳରେ ଚୋରଭୟ ଓ ଗୁଜବ ପ୍ରଚାରକୁ ରୋକିବା ପାଇଁ କଂଗ୍ରେସ ପକ୍ଷରୁ ଧର୍ମଗଡ଼ ଉପଜିଲ୍ଲପାଳଙ୍କୁ ଭେଟି ଦାବୀପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!