ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନରଞ୍ଜନ ପ୍ରଧାନ ଙ୍କ କବିତା ନିଷ୍ଠା ଓ ଲକ୍ଷ୍ଯ 

ନିଷ୍ଠା ଓ ଲକ୍ଷ୍ଯ 

 

ମଣିଷ ଜନମ ଦୁର୍ଲଭ ଜୀବନ ଭଗବାନ ଙ୍କର ସୃଷ୍ଟି

ପଞ୍ଚମନ ଆଉ ପଚିଶ ପ୍ରକୃତି ଅନ୍ତରରେ ଭରିଛନ୍ତି।

 

ଆକାଶ ବୁକୁରେ ହସୁଥାଏ ଚନ୍ଦ୍ର ଜଳେ ହସୁଥାଏ କଇଁ

ଚାନ୍ଦ ତୋଳିବାକୁ ମଣିଷ ମନରେ ନିତି ଉଙ୍କି ମାରୁଥାଇ।

 

ନିଷ୍ଠା କଲେ ଆକାଶ ବୁକୁରୁ ତୋଳି ଆଣି ହୁଏ ଚାନ୍ଦ

ନିଷ୍ଠାପର ଲକ୍ଷ୍ୟ ରହିଲେ ମନରେ ସମୁଦ୍ରେ ବାନ୍ଧିବା ବନ୍ଧ।

 

ନିଷ୍ଠା ବଳେ ଧ୍ରୃବ ବିଷ୍ଣୁଙ୍କ ସାନିଧ୍ୟ କରିଲେ ଭକତି ବଳେ

ଏକା ଲକ୍ଷ୍ୟ କରି ତପ ଆଚରିଲେ କଥା ଅଛି ମହିତଳେ।

 

ନିଷ୍ଠା କଲେ ସବୁ ଅସାଧ୍ୟ ସାଧନ ହୋଇଯାଏ ଆପେ ଆପେ

କର୍ତ୍ତବ୍ୟ ସାଧନେ ବିଦ୍ୱାନର ଲକ୍ଷ୍ୟ ପାଖରେ ଆସି ପହଞ୍ଚେ।

 

ଲକ୍ଷ୍ୟ ସିଦ୍ଧି ପାଇଁ ମନରେ ସାହସ ରଖିଲେ ଲଭିବା ଫଳ

ଛାତ୍ରଛାତ୍ରୀମାନେ ନିଷ୍ଠା ରଖିଥିଲେ କର୍ମ ହୁଅଇ ନିର୍ମଳ।

 

ଉଚ୍ଚ ଲକ୍ଷ୍ୟ ରଖି କାର୍ଯ୍ୟ କରିଗଲେ ନୁହଁଇ କେବେ ନିସ୍ଫଳ

ସରୋବର ଜଳ ବାଷ୍ପ ହୋଇ ଗଲେ ବରି ନିଏ ମେଘ ଜଳ।

 

ଲକ୍ଷ୍ୟ ସିଦ୍ଧି ପାଇଁ କଇଁଛ ଠେକୁଆ କରିଲେ ପ୍ରତିଯୋଗିତା

ନିଷ୍ଠା ରଖି ମନେ କଇଁଛ ବିଜୟ ରହିଅଛି କେତେ କଥା।

 

ବାଲ୍ଯ ଅବସ୍ଥାରୁ ନିଷ୍ଠାର ସହିତ ମନରେ ରଖିବା ଲକ୍ଷ୍ୟ

ସଂସାରରେ ଦିନେ ବଡ ଲୋକ ହେବା ରହିବ ବଂଶ ମହତ।

 

ଜନରଞ୍ଜନପ୍ରଧାନ

ଆଳୋଇ

ବାଲିପାଟଣା

ଖୋର୍ଦ୍ଧା

Related posts

ଘରୋଇ ସଂସ୍ଥା ଚଲାଇଲା ପ୍ରଥମ ଟ୍ରେନ୍‌..

Sunil Chandra Nayak

କୋକସରା ଡିଗ୍ରୀ ମହାବିଦ୍ୟାଳୟ ରେ ବନ ମହୋତ୍ସବ ସପ୍ତାହ ପାଳନ

ଜୟୀ ରାଜଗୁରୁଙ୍କ ଜନ୍ମଦିବସରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

Sunil Chandra Nayak

Leave a Comment

error: Content is protected !!