ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ରେ ଜାତୀୟ ବିଜ୍ଞାନ ଦିବସ

ଧର୍ମଗଡ-ଜାତୀୟ ବିଜ୍ଞାନ ଦିବସ ପାଳନ ଅବସର ରେ ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ରେ ଏକ ଶିକ୍ଷଣ ସାମଗ୍ରୀ ମେଳା ଏବଂ ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ କରାଯାଇ ଥିଲା । ବିଜ୍ଞାନ ପ୍ରଦର୍ଶନୀ ରେ ଧର୍ମଗଡ କେନ୍ଦ୍ରୀୟ ବିଦ୍ୟାଳୟ ର ଅଧକ୍ଷ ବଳରାମ ମିଶ୍ର ଏବଂ ବିଜ୍ଞାନ ଶିକ୍ଷକ ନିରଞ୍ଜନ ମୁଦୁଲି ବିଚାରକ ଭାବେ ଉପସ୍ଥିତ ରହି ପ୍ରଦର୍ଶନୀ ରେ ଅଂଶ ଗ୍ରହଣ କରିଥିବା ୪୦ ଟି ପ୍ରକଳ୍ପ ର ମୂଲ୍ୟାୟନ କରିଥିଲେ । ଏହି ଅବସର ରେ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଏବଂ କର୍ମଚାରୀ ଙ୍କୁ ନେଇ ଏକ ବିଜ୍ଞାନ ସଚେତନତା ଧର୍ମୀ ପଦଯାତ୍ରା ସହର ପରିକ୍ରମା କରିଥିଲା । କାର୍ଯ୍ୟକ୍ରମ ର ଦ୍ଵିତୀୟାର୍ଦ୍ଧ ରେ ଶିକ୍ଷାନୁଷ୍ଠାନ ର ସାହିତ୍ୟ ପ୍ରାଚୀର ପତ୍ରିକା “ସୃଜନିକା” ର ଉନ୍ମୋଚନ କରାଯାଇ ଥିଲା । ଉଦଯାପନୀ ସମାରୋହ ର ମୁଖ୍ୟ ଅତିଥି ଭାବେ ପଞ୍ଚାୟତ କଲେଜ ର ଇଂରାଜୀ ଅଧ୍ୟାପକ ଶ୍ରୀ ଲିଙ୍ଗରାଜ ପାତ୍ର ଯୋଗ ଦେଇଥିଲେ । ଏହି ଅବସର ରେ ବିଜ୍ଞାନ ଭିତ୍ତିକ ରଙ୍ଗୋଲି, କୁଇଜ୍ ପ୍ରତିଯୋଗିତା ଏବଂ ବିଜ୍ଞାନ ଧର୍ମୀ ଏକ କ୍ଷୁଦ୍ର ନାଟିକା ପ୍ରଦର୍ଶିତ ହୋଇଥିଲା । ସମସ୍ତ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଅନୁଷ୍ଠାନ ର ଅଧକ୍ଷ ରାମ ଚନ୍ଦ୍ର ବାଗ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ ସୁଧାଂଶୁ ଶେଖର ପଣ୍ଡା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ଯରେ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ, ଆଦିତ୍ୟ ନାରାୟଣ ପାତ୍ର, ଅଞ୍ଜୁଶ୍ରୀ ମିଶ୍ର, ଅଭିଜୀତ ମହାନ୍ତି, ସୁଶାନ୍ତ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମ ରେ ସକ୍ରିୟ ସହଯୋଗ କରିଥିଲେ । ଦିତ୍ୱୀୟ ବର୍ଷ ଛାତ୍ର କାହ୍ନୁ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।

 

Related posts

ଭାରା ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ବଦଳି ଦାବୀ ରେ ବେହେରା କେଜିବିଭି ରେ ତାଲା ବନ୍ଦ ଆନ୍ଦୋଳନ

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ ରଙ୍ଗ ଭରା ଫଗୁଣ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!