Uncategorizedତ୍ରିଲୋଚନ ପାଢ଼ୀ ଙ୍କ କବିତା ଏଇ ତ ଜୀବନ by Sunil Chandra NayakSeptember 17, 20220177 Share0 ଏଇ ତ ଜୀବନ ତ୍ରିଲୋଚନ ପାଢ଼ୀ ଏଇତ ଜୀବନ ଜୀବନ୍ତ ମରଣ ଜିଇଁ ମରିବାକୁ ହୁଏ ପଦ୍ମ ପତ୍ରେ ଜଳ ଢଳଢଳ ପ୍ରାୟ ଏମିତି ଜୀବନ ଇଏ. ଜୀବନରେ ଆସେ ନାନା ଝଡ଼ଝଞ୍ଜା ସୁଖଦୁଃଖ ରୋଗବ୍ୟାଧି ସବୁ ସାମ୍ନା କରି ବଞ୍ଚିବାକୁ ହେବ ଜୀବନ ଯୁଦ୍ଧରେ ଏଠି. ଛାଇ ଆଲୁଅର ଖେଳ ଏ ଜୀବନ ଏଇ ଅଛି ଏଇ ନାହିଁ ନିଜର ଲୁହକୁ ପିଇବାକୁ ହୁଏ ସବୁକିଛି ଏଠି ସହି. ଜୀବନର ଅନ୍ୟ ନାମ ତ ଯନ୍ତ୍ରଣା କାହାକୁ ହୁଏନି କହି ଜୀବନର ମୂଲ୍ୟ ବୁଝିଥାଏ ଯିଏ ପରାଜୟ ତାର ନାହିଁ. ସମ୍ପାଦକ, ସମ୍ବାଦ ସାହିତ୍ୟ ଘର, ନାଉଗାଁ ସା, ପୋ. ନନ୍ଦିଗ୍ରାମ ଭାୟା. ନାଉଗାଁ ହାଟ , ଜିଲ୍ଲା. ଜଗତସିଂହପୁର