ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିଲୋଚନ ପାଢ଼ୀ ଙ୍କ କବିତା ଏଇ ତ ଜୀବନ

ଏଇ ତ ଜୀବନ

ତ୍ରିଲୋଚନ ପାଢ଼ୀ 

ଏଇତ ଜୀବନ 
ଜୀବନ୍ତ ମରଣ 
ଜିଇଁ ମରିବାକୁ ହୁଏ 
ପଦ୍ମ ପତ୍ରେ ଜଳ 
ଢଳଢଳ ପ୍ରାୟ 
ଏମିତି ଜୀବନ ଇଏ. 
ଜୀବନରେ ଆସେ 
ନାନା ଝଡ଼ଝଞ୍ଜା 
ସୁଖଦୁଃଖ ରୋଗବ୍ୟାଧି 
ସବୁ ସାମ୍ନା କରି 
ବଞ୍ଚିବାକୁ ହେବ 
ଜୀବନ ଯୁଦ୍ଧରେ ଏଠି. 
ଛାଇ ଆଲୁଅର
ଖେଳ ଏ ଜୀବନ 
ଏଇ ଅଛି ଏଇ ନାହିଁ 
ନିଜର ଲୁହକୁ 
ପିଇବାକୁ ହୁଏ 
ସବୁକିଛି ଏଠି ସହି. 
ଜୀବନର ଅନ୍ୟ 
ନାମ ତ ଯନ୍ତ୍ରଣା 
କାହାକୁ ହୁଏନି କହି 
ଜୀବନର ମୂଲ୍ୟ 
ବୁଝିଥାଏ ଯିଏ 
ପରାଜୟ ତାର ନାହିଁ. 
ସମ୍ପାଦକ, ସମ୍ବାଦ ସାହିତ୍ୟ ଘର,
ନାଉଗାଁ ସା, ପୋ. ନନ୍ଦିଗ୍ରାମ 
ଭାୟା. ନାଉଗାଁ ହାଟ , ଜିଲ୍ଲା. ଜଗତସିଂହପୁର 

Related posts

ପ୍ରଫେସର ଭୁବନେଶ୍ୱର ବେହେରାଙ୍କ ଏକ ବିଂଶତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Sunil Chandra Nayak

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ବାଗ୍ମୀ ପୁରୁଷ ପଦ୍ମଶ୍ରୀ ରଜତ କର

ଭବାନୀପାଟଣାଠାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

Leave a Comment

error: Content is protected !!