ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ଗସ୍ତ କଲେ ଜିଲ୍ଲାପାଳ, ବିଭିନ୍ନ ଉନ୍ନୟନ କାର୍ଯ୍ୟ ର ସମୀକ୍ଷା

କୋକସରା,୧୭/୯- (ମ ନି ସ)  କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡି ଶନିବାର କୋକସରା ବ୍ଲକ ଗସ୍ତରେ ଆସି ବ୍ଲକର ୨୨ ପଞ୍ଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିବା ଜଣାପଡ଼ିଛି। କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ କୁମାର ଭୋଇ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସହକାରୀ ଯନ୍ତ୍ରୀ, ଅନ୍ୟ ସମସ୍ତ କର୍ମଚାରୀଙ୍କ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହ ବ୍ଲକର ବିଭିନ୍ନ ପଂଚାୟତରେ ଥିବା ସମସ୍ୟାକୁ ନେଇ ଆଲୋଚନା କରିଥିବା ଜଣାପଡ଼ିଛି। ଜିଲ୍ଲାପାଳ ଙ୍କ ଗସ୍ତ ଖବର ପାଇ ରାସ୍ତା ଓ ସ୍କୁଲ ସମସ୍ୟାକୁ ନେଇ କିଛି ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ ତଦନ୍ତ ପାଇଁ ସ୍ଥାନୀୟ ବ୍ଲକ ପ୍ରଶାସନକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Related posts

ଘର ପୋଡି କିମ୍ବା ପ୍ରାକୃତିକ ଦୁର୍ବିପାକ ରେ ବାସ ହରା କି ଭଙ୍ଗା କୁଡ଼ିଆ ରେ ରହୁଥିବା ଗରୀବ ପାଉନି ଆବାସ ଯୋଜନାରେ ଘର

Sunil Chandra Nayak

ମନ୍‌ କି ବାତ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ

Sunil Chandra Nayak

ବିଜେପି ଜିଲ୍ଲା କାର୍ଯ୍ୟକାରୀ ବୈଠକ

Sunil Chandra Nayak

Leave a Comment

error: Content is protected !!