ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୃସିଂହ ପ୍ରସାଦ ଷଡ଼ଙ୍ଗୀ(ବୁଲୁ) ଙ୍କ କବିତା ନିରାଶା

  ନିରାଶା

ନୃସିଂହ ପ୍ରସାଦ ଷଡ଼ଙ୍ଗୀ(ବୁଲୁ)

ଜାଣେନା କାହା ପାଇଁ 

ଲେଖେ ମୁଁ କବିତା

ଭାବନା ରାଜ୍ୟକୁ ଯାଇ 

ଶବ୍ଦ ଦ୍ୱୀପର ସାଉଁଟଛି ଶବ୍ଦ

ନିଶବ୍ଦ ହେଉଛି ଯାଇ ।।

 

ବିଲିନ ହେଲାଣି ଅତୀତ ଆମର

ସ୍ମୃତି ରହି ଅଛି ଜିଇଁ

ଭୁଶୁଡ଼ି ପଡ଼ିବ ଗୌରବ କୋଣାର୍କ

ପଥର ଗଦାଟେ ହୋଇ ।।

 

ତରଳି ଯାଉଛି ବରଫ ପାହାଡ଼

ପ୍ରକୃତିର ଦୁଃଖ ଦେଖି

ସାଗର ବଢ଼ୁଛିି ଲୁହରେ ତାହାର

ହେଲେ ସିଏ ମୁକ ସାକ୍ଷୀ ।।

 

ବରଫ ତରଳି ବଢୁଛି ସମୁଦ୍ର

ବନ୍ୟା ଆସେ ଧାଇଁ ଧାଇଁ

ଋତୁ ଚକ୍ର ତ ନଷ୍ଟ ହୋଇଲା

ସଜ୍ଜାଡି ତ ହେବ ନାହିଁ ।।

 

ସାରିଲେ ଜଙ୍ଗଲ ଭାଙ୍ଗିଲେ ପାହାଡ଼

ପେଟ ତ ପୁରିଲା ନାହିଁ

ପ୍ରକୃତି ସହିତ ଖେଳୁଛନ୍ତି ଖେଳ

ବିକଶିତ ହେବା ପାଇଁ ।।

 

ବଦଳି ଯାଇଛି ସୁନ୍ଦର ପ୍ରକୃତି

ପାଲଟିଛି ମରୁଭୂଇଁ

ମରିତ ଯାଇଛି ମାନବିକତା

ସ୍ବାର୍ଥ ସାଧନା ପାଇଁ ।।

 

ମୁଖା ପିନ୍ଧା ଏ ସଭ୍ୟ ସମାଜରେ

ନୈତିକତା ଗଲା କାହିଁ 

ଯୌଥ ପରିବାର ହଜାରେ ପ୍ରକାର

ନୂଆ ରଂଗ ରୂପ ନେଇ ।।

 

ନିଶବ୍ଦ ଭିତରେ ଅନେକ ଶବ୍ଦ

ଲୁଚି ରହିଥାଏ ଭାଇ

ଅନେକ ଖୋଜନ୍ତି ପାଇ ବି ଯାଆନ୍ତି

ମୋ ଭାଗ୍ୟରେ ବୋଧେ ନାହିଁ 

       ମୋ ଭାଗ୍ୟରେ ବୋଧେ ନାହିଁ………

 

    କଳା ପ୍ରଶିକ୍ଷକ: ୟୁ.ଜି.ଏଚ୍.ଏସ୍
      (ଧନପୁର) ଟାଙ୍କୁୁଆ ,ଜୟପୁର

Related posts

ଶ୍ରୀ ସତ୍ୟସାଇ ବାବା ଙ୍କ ଆରାଧନା ମହୋତ୍ସବ ପାଳିତ

Sunil Chandra Nayak

ରଞ୍ଜିତ କୁ ସାହୁ ଙ୍କ କବିତା – ମହାପ୍ରଭୁ ଙ୍କ ପୟରେ ନିବେଦନ

Sunil Chandra Nayak

ଖରିଫ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ ରେ ଅନିୟମିତତା – ଖଇର ପଦର ପେକ୍ସ ସମ୍ପାଦକ ନିଲମ୍ବିତ, ବହିଷ୍କୃତ ହେଲେ ଡାଟା ଏଣ୍ଟ୍ରି ଅପରେଟର 

Sunil Chandra Nayak

Leave a Comment

error: Content is protected !!