ନର୍ଲା (ମ.ପ୍ର) ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଭୋଟ ଗଣତି ଓ ବିଜୟୀ ପ୍ରାର୍ଥୀମାନଙ୍କ ନାମ ଘୋଷଣା ହୋଇଛି। ନର୍ଲା ବ୍ଳକ ପରିସରରେ ଆୟୋଜିତ ଭୋଟ ଗଣତିକୁ ନର୍ଲା ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ମାନସ ରଂଜନ ତ୍ରିପାଠୀ ସୁଚାରୁରୂପେ ସମ୍ପାଦନା କରିଛନ୍ତି। ଶ୍ରୀ ତ୍ରିପାଠୀଙ୍କ ନେତୃତ୍ୱରେ ନର୍ଲା ବ୍ଳକ କର୍ମଚାରୀ,ବରିଷ୍ଠ ଶିକ୍ଷକ ଗଣ, ତହସିଲ କର୍ମଚାରୀ ପ୍ରମୁଖ ଗତ ୨୬,୨୭ ଓ ୨୮ ତାରିଖ ଦିନ ୩ ଗୋଟି ଜୋନ ଅନୁଯାୟୀ ଭୋଟ ଗଣତି ଓ ଫଳାଫଳ ଘୋଷଣା କରିଛନ୍ତି। ନର୍ଲା ଜୋନ ୧ର ଆଠ ଗୋଟି ପଂଚାୟତ, ଜୋନ ୨ର ୧୦ ଗୋଟି ପଂଚାୟତ ଓ ଜୋନ୍ ନଂ ୩ର ଆଠଟି ପଂଚାୟତର ସମିତି ସଭ୍ୟ, ସରପଂଚ ଓ ୩ଟି ଜୋନ ଜିଲ୍ଲା ପରିଷଦ ଫଳାଫଳ ଘୋଷଣା ଶେଷ ହୋଇଛି। ବହୁ ଚର୍ଚ୍ଚିତ କର୍ମେ ପଂଚାୟତରେ ସମିତି ସଭ୍ୟା ରୂପେ ବିଜୟୀ ମନୋରମା ମହାନ୍ତି ନିକଟତମ ପ୍ରତିଦ୍ବନ୍ଦୀ ଅଜିତ କରୁଆଁଙ୍କୁ ୭୦ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ଭୀମକେଲା ପଂଚାୟତରେ ସୁମିତ୍ରା ମାଝୀ ୩୬୨ ଭୋଟ ବ୍ୟବଧାନରେ ସରସ୍ୱତୀ ମାଝୀଙ୍କୁ ପରାସ୍ତ କରିଥିଲେ। ରୁପ୍ରା ପଂଚାୟତରେ ସସ୍ମିତା ବିଶ୍ଵାଳ ସମିତି ସଭ୍ୟା ରୂପେ ନିର୍ବାଚିତ ହୋଇ ନିକଟତମ ପ୍ରତିଦ୍ବନ୍ଦୀ ସୁଲୋଚନା ପଟ୍ଟନାୟକଙ୍କୁ ୧୫୫ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।ମୁସ୍କୁଟି ପଂଚାୟତର ବିରେନ୍ଦ୍ର ପାତ୍ର ନିକଟତମ ପ୍ରତିଦ୍ବନ୍ଦୀ ଲକ୍ଷ୍ମଣ ଭୋଇଙ୍କୁ ୩୩୯ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ଘୋଷିତ ହୋଇଥିଲେ। ଗିଗିନା ପଂଚାୟତରେ ସମିତି ସଭ୍ୟା ପ୍ରାର୍ଥୀନୀ ବନିତା ନାଏକ ପ୍ରାର୍ଥୀ ଧନଞ୍ଜୟ ମାଝୀଙ୍କୁ ୩୪୮ ଭୋଟରେ ପରାସ୍ତ କରିଛନ୍ତି। ଟକର୍ଲା ପଂଚାୟତର ବୁଇରାଣୀ ରାଉତ ୧୨୦ ଖଣ୍ଡ ଭୋଟରେ ଲଲିତା ସାହୁଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ପଲମ ପଂଚାୟତରେ ଭକ୍ତି ନାଗ ସମିତି ସଭ୍ୟ ପ୍ରାର୍ଥୀ ବୃହସ୍ପତି ଛତ୍ରୀୟାଙ୍କୁ ୨୩୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ଭାନପୁର ପଂଚାୟତରେ ତୁଲସା ମାଝୀ ପ୍ରାର୍ଥୀନୀ ରିତା ମାଝୀଙ୍କୁ ୫୬ ଖଣ୍ଡ ଭୋଟରେ ପରାସ୍ତ କରିଥିବା ବେଳେ ଘୋଡ଼ା ବନ୍ଧରେ ସୁମନ୍ତ ପ୍ରଧାନ, ଭାନପୁରରେ ତୁଲସା ମାଝୀ, ନର୍ଲାରୁ ସୁଦାମ ଝାଙ୍କର, ସର୍ଗିଗୁଡା ପଂଚାୟତରେ ଚିରଞ୍ଜିବୀ ଗୈାଡିଆ, ଘଣ୍ଟମାଳରୁ ଅବନ୍ତି ଦଲାଇ,ନିଶାନପୁରରୁ ମଞ୍ଜୁଲତା ବାଗ, ବଡଧାରପୁର ଠାରେ ଉପାସିନୀ ହରପାଲ, ଶାନ୍ତପୁର ପଂଚାୟତରୁ ଜୟ ମେହେର, ସରିଆଁ ପଂଚାୟତରୁ ଭାସ୍କର ଭୋଇ, ରୁପ୍ରାରୋଡ ପଂଚାୟତର ଦିପାଞ୍ଜଳି ମାଝୀ, ରାକ୍ସୀ ପଂଚାୟତରେ ଚୁମନ ଭୋଇ, ଗାଡେବନ୍ଧ ପଂଚାୟତର ସୁଜାତା ସାହୁ, ଉଲିକୂପା ପଂଚାୟତର ନିଲେନ୍ଦ୍ରି ସାହୁ, ତୁଲାପଡା ପଂଚାୟତରେ ଦୁର୍ଗା ପ୍ରସାଦ ମହାନ୍ତି, କୁରମେଳ ପଂଚାୟତରେ ନନ୍ଦିନୀ ମାଝୀ, ସେରଗଡ ପଂଚାୟତରେ ସଞ୍ଜିବ ବେହେରା, ବାଲସିଙ୍ଗା ପଂଚାୟତରେ ଧନୁର୍ଯ୍ୟ ବାହୁକ, ମାଣ୍ଡେଲ ପଂଚାୟତରେ ସୀମନ୍ତିକା ଚାନ୍ଦ ପ୍ରମୁଖ ସମିତି ସଭ୍ୟ, ସଭ୍ୟା ରୂପେ ନିର୍ବାଚିତ ହୋଇଛନ୍ତି। ସେହିପରି ସରପଂଚ ରୂପେ ନିର୍ବାଚିତ ପ୍ରତିନିଧିମାନେ ହେଲେ ନର୍ଲାରୁ ତନୁଜା ହରପାଲ, ସର୍ଗିଗୁଡାରୁ ଦିପାଞ୍ଜଳୀ ବୁଦ୍ଧିଆ, ବାଗପୁର ପଂଚାୟତରେ ଗୋପାଳ ହାତୀ,ଭାନପୁର ପଂଚାୟତରେ ଅନ୍ତରାମ ମାଝୀ,ସରିଆଁ ଗ୍ରାମପଞ୍ଚାୟତରୁ ଓମ୍ ପ୍ରକାଶ ଛତ୍ରିଆ,ଶାନ୍ତପୁରରୁ ରୀତିକା କୁମାର, ରୁପ୍ରାରୋଡ ପଞ୍ଚାୟତରେ ହେମନ୍ତ କୁମାର ଭୋଇ,ରାକ୍ସୀ ପଂଚାୟତରେ ଜେମନ୍ତ ପୋଢ,ନିଶାନପୁର ପଞ୍ଚାୟତର କୈାଶଲ୍ୟା କରୁଆଁ, ଘଣ୍ଟମାଳ ପଂଚାୟତରେ ଦେବେନ୍ଦ୍ର ସା, ଗାଡେବନ୍ଧ ପଂଚାୟତରେ କବିତା ବାଗ,କର୍ମେ ପଂଚାୟତରେ ମନୋଜ ମହାନନ୍ଦ,ଉଲିକୁପା ପଂଚାୟତରେ ଦୀପାଞ୍ଜଳୀ ଶବର, ତୁଲାପଡା ପଂଚାୟତରେ ମଲ୍ଲିହାର ପ୍ରଧାନ, କୁରମେଲ ପଂଚାୟତରେ ଭୁବନ ମାଝୀ, ସେରଗଡ ପଂଚାୟତରେ ରାଉଲ ସାହୁ, ବାଲସିଙ୍ଗା ପଂଚାୟତରେ ପୂଜା ସ୍ଵାଇଁ, ମୁସ୍କୁଟି ପଂଚାୟତର ସଞ୍ଜୁଲତା ଭୋଇ, ଗିଗିନା ପଂଚାୟତରେ ସୁଧାମୟୀ କୁମାର, ଟକର୍ଲା ପଂଚାୟତରେ ରାମଚନ୍ଦ୍ର ସାହୁ,ରୁପ୍ରା ଗ୍ରାମ ପଞ୍ଚାୟତରେ ଡଲି ବେହେରା, ମାଣ୍ଡେଲ ପଂଚାୟତରେ ପଦ୍ମଲୋଚନ ଭୋଇ, ଘୋଡାବନ୍ଧ ପଂଚାୟତରେ ରଶ୍ମିତା ସାହୁ, ଭୀମକେଲା ଗ୍ରାମ ପଂଚାୟତରେ ଜାନକୀ ଗଉଡ ଓ ପଲମ ପଂଚାୟତରେ ହେମ କିଶୋର ନାଗ , ବଡଧାରପୁର ପଂଚାୟତରେ ପର୍ଶୁରାମ ହରପାଲ ପ୍ରମୁଖ ନବ ନିର୍ବାଚିତ ସରପଂଚ ରୂପେ ନିର୍ବାଚିତ ହୋଇଛନ୍ତି।
ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।