ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳୀଚରଣ ସେଠୀ ଙ୍କ କବିତା ମିଛ ମଣିଷ

   ମିଛ ମଣିଷ

କୁମାରୀ କଳିକା କୃଷ୍ଣାବେଣୀର
    କୁଞ୍ଜବନରେ କୋହ
ପ୍ରଣୟ ବିଚ୍ଛେଦ ବିଷାଦ ମୂର୍ଚ୍ଛନା
     ନୟନରେ ଭରେ ଲୁହ ।
ନୀରବତା ନୀର ନିଭେଇ ଦେଇଛି 
    ଶୃଙ୍ଗାରର ଅଙ୍ଗରାଗ
ଚିକଣ ଗଣ୍ଡରେ ଛିଟିକି ପଡିନି
    ଗୋଧୂଳି ସଂଧ୍ୟାର ରାଗ ।
ସପନ ଲାଖୁନି ଆଖିର ନିଦରେ
    ଅବସୋସେ ଅସହାୟ
ନିଷ୍ପ୍ରଦୀପ ତା ନୀଳ ନୀଳ ରାତ୍ରୀ
     ମିଳନର ଅବକ୍ଷୟ ।
ତନୁ ତଟିନୀର ତୀର ତରଙ୍ଗରେ
    ଚହଲି ଉଠୁନି ମନ
ଆଷାଢ଼ୀ ଆଖିରେ ଆଉଜି ପଡି ଚି 
     କାଳି ଅନ୍ଧାରିଆ ଜହ୍ନ ।
ଚିମୁଟାଏ ସ୍ନେହ ଚେନାଏ ମମତା
     ତା କପାଳେ ନାହିଁ ଲେଖା
 ମିଛ ମଣିଷ ସେ ଧୋକା ଦେଇଛି
      ପ୍ରଣୟନୀ ଚିତ୍ରଲେଖା ।

   କାଙ୍ଗାଳୀଚରଣ ସେଠୀ

           ଯାଜପୁର

Related posts

ପୂଜା ବାଦି  ଙ୍କ କବିତା ମାୟା ମରୀଚିକା 

Sunil Chandra Nayak

କଳାହାଣ୍ଡି ଜିଲ୍ଲାର ଜିଲ୍ଳାପରିଷଦ –  ୧୩ ଗୋଟି ଜୋନରୁ ବିଜେଡି ୧୦ଟି ଆସନ ଓ ବିଜେପି ୩ଟି ଆସନରେ ଆଗରେ

Sunil Chandra Nayak

ଅଗ୍ନି ବିପନ୍ନ ପରିବାରଙ୍କୁ ସହାୟତା ଯୋଗେଇ ଦେଲେ ଚାନ୍ଦବାଲି ବିକାଶ ପରିଷଦ

Sunil Chandra Nayak

Leave a Comment

error: Content is protected !!