ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳୀଚରଣ ସେଠୀ ଙ୍କ କବିତା ମିଛ ମଣିଷ

   ମିଛ ମଣିଷ

କୁମାରୀ କଳିକା କୃଷ୍ଣାବେଣୀର
    କୁଞ୍ଜବନରେ କୋହ
ପ୍ରଣୟ ବିଚ୍ଛେଦ ବିଷାଦ ମୂର୍ଚ୍ଛନା
     ନୟନରେ ଭରେ ଲୁହ ।
ନୀରବତା ନୀର ନିଭେଇ ଦେଇଛି 
    ଶୃଙ୍ଗାରର ଅଙ୍ଗରାଗ
ଚିକଣ ଗଣ୍ଡରେ ଛିଟିକି ପଡିନି
    ଗୋଧୂଳି ସଂଧ୍ୟାର ରାଗ ।
ସପନ ଲାଖୁନି ଆଖିର ନିଦରେ
    ଅବସୋସେ ଅସହାୟ
ନିଷ୍ପ୍ରଦୀପ ତା ନୀଳ ନୀଳ ରାତ୍ରୀ
     ମିଳନର ଅବକ୍ଷୟ ।
ତନୁ ତଟିନୀର ତୀର ତରଙ୍ଗରେ
    ଚହଲି ଉଠୁନି ମନ
ଆଷାଢ଼ୀ ଆଖିରେ ଆଉଜି ପଡି ଚି 
     କାଳି ଅନ୍ଧାରିଆ ଜହ୍ନ ।
ଚିମୁଟାଏ ସ୍ନେହ ଚେନାଏ ମମତା
     ତା କପାଳେ ନାହିଁ ଲେଖା
 ମିଛ ମଣିଷ ସେ ଧୋକା ଦେଇଛି
      ପ୍ରଣୟନୀ ଚିତ୍ରଲେଖା ।

   କାଙ୍ଗାଳୀଚରଣ ସେଠୀ

           ଯାଜପୁର

Related posts

ସମାଜସେବୀ ଙ୍କ ସ୍ମୃତିରେ ଜଳଛତ୍ର ଉଦଘାଟିତ

Sunil Chandra Nayak

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ନୃସିଂହ ପ୍ରସାଦ ଷଡ଼ଙ୍ଗୀ ଙ୍କ କବିତା ମଣିଷ

Sunil Chandra Nayak

କ୍ଲଷ୍ଟର ସ୍ଥରିୟ ସୁରଭି କାର୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!