ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରତିନାରାୟଣ ରାଉତ ଙ୍କ କବିତା ନୀଳକନ୍ଦର

   ନୀଳକନ୍ଦର 

ନୀଳକନ୍ଦରରେ ରତନ ବେଦୀରେ
         ଚତୁର୍ଦ୍ଧାମୂରତି ସେହି
ଭୂଦେବୀ ଶ୍ରୀଦେବୀ ମଦନ ମୋହନ
        ପୂଜା ପାଉଛନ୍ତି ରହି ॥
ମହୋଦଧି କୂଳ କଳ୍ପବଟ ମୂଳ
        ବାଇଶି ପାବଚ୍ଛ ତାର
ନୀଳଚକ୍ର ଯାର କେଡେ ମନୋହର
          ଚାରିଦିଗେ ଚାରି ଦ୍ଵାର ॥
ଶ୍ରୀମନ୍ଦିର ଚୂଳେ ବାନା ଉଡ଼ୁଅଛି
          ପତିତ ପାବନ ନେତ
ଡାକଇ ପତିତେ ଆସହେ ଭକତେ
          ମୁକତିର କ୍ଷେତ୍ର ଏତ ॥ 
ସତ୍ୟରେ ବାମନ ତ୍ରେତାରେ ଶ୍ରୀରାମ
          ଦ୍ଵାରରେ ଶ୍ରୀକୃଷ୍ଣ ସେହି
ଜଗତର ନାଥ କଳିର ଠାକୁର
        ଦାରୁବ୍ରହ୍ମ ରୂପେ ରହି ॥
ନୀଳଶଇଳର ନୀଳକନ୍ଦରରେ
          ଲୀଳା କରୁଛନ୍ତି ଥାଇ
କଳି ଯୁଗର ଏ ମର୍ତ୍ତ୍ୟ ବଇକୁଣ୍ଠ
          ନୀଳାଚଳ ଧାମ ଏଇ ॥ 
ବାର ମାସେ ତେର ଯାତରା କରନ୍ତି
          ଲୀଳାମୟ ପ୍ରଭୁ ସେଇ
ଜଗତ ଜନର ଡାକ ଶୁଣୁଛନ୍ତି
          ଭକତ ବାନ୍ଧବ ହୋଇ ॥
ଷାଠିଏ ପଉଟି ଖାଇ ସେ ଖୁଆନ୍ତି
         ଭକତ ଜନଙ୍କୁ ଦେଇ
ସେହି ପରବ୍ରହ୍ମ ପରମ ପୁରୁଷ
         ତାରଣ କାରଣ ସେଇ ॥
ଚତୁର୍ଦ୍ଧା ମୂରତି ପାଦରେ ବିନତି
          ରଖନ୍ତୁ ଆଶିଷ ଦେଇ
ଜଗତର ଶୋକ ପାପ ନାଶ କରି
            ଦୁଃଖ ସଭିଙ୍କର ନେଇ ॥

ରତିନାରାୟଣ ରାଉତ 

ହରିଚନ୍ଦନପୁର, କେନ୍ଦୁଝର, ଓଡ଼ିଶା

Related posts

ରାଇରଙ୍ଗପୁର ବସଷ୍ଟାଣ୍ଡରେ ଖବର ବିତରକଙ୍କ ବ୍ୟାଗ ସହ ଦସ୍ତାବିଜ୍ ଲୁଟ୍

Sunil Chandra Nayak

କଳାହାଣ୍ଡି ଜିଲ୍ଲାର ୧୩ ଜିଲ୍ଲା ପରିଷଦ ଆସନ ଫଳାଫଳ ଘୋଷଣା,ବିଜେଡି କୁ ୧୧ ବିଜେପି କୁ ୨ଆସନ କଂଗ୍ରେସ ସୁନ

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ପାଷାଣ

Leave a Comment

error: Content is protected !!