ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ସଂସାର ଗଛରେ ଝଡ଼ ବାତ୍ୟା ଆସେ
    ସହି ଗଢ଼େ ମୋ ସଂସ୍କୃତି
ସୁଖ ଶାନ୍ତି ପ୍ରଭୁ ପ୍ରଦାନ କରନ୍ତି
    ସର୍ବ ହୃଦେ ରହୁ ଭକ୍ତି।
ଘାତ ପ୍ରତିଘାତ ଜୀବନ ସଂଘର୍ଷ
     ବଞ୍ଚିବା ଆମକୁ ହବ
ସଂଗ୍ରାମ ଆସିଲେ ଲଢେ଼ଇ କରୁଛୁ
     କୁଳ ରକ୍ଷା ମୋ ଗୈାରବ।
ପ୍ରକୃତି ସଂଗ୍ରାମ ଯିବା ନାହିଁ ଡରି
     ସଂଘର୍ଷ ମୋ ଦିନରାତି
ଭାଗ୍ୟ ସାହା ଦେବ ପ୍ରଭୁ ଜଗନ୍ନାଥ
     ଭକ୍ତି ବାଢେ ବଂଶ ପ୍ରୀତି।
ସଂସାର ଭିତରେ ସ୍ନେହ ପରସ୍ପର
     ଲାଗି ଥାଉ ନିରନ୍ତର
ହସ ଖୁସି ଭାବ ସଂପର୍କ ବନ୍ଧନ
      ସଦା ଶାହା ମୋ ଈଶ୍ୱର।
ସଂସାର ସାଗର ଜୀବନ ନଉକା
      କାତ ମାରି ମାରି ଚାଲ
କୂଳରେ ପହଞ୍ଚି ତପ ଜପ କରି
    ଶେଷ କୁହ ହରି ବୋଲ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଭବାନୀପାଟଣାଠାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

ମହିଳାଙ୍କ ନିଖୋଜ ଘଟଣାକୁ ନେଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ

Sunil Chandra Nayak

ଚୂଡ଼ାପାହାଡ଼ସ୍ଥିତ ଶିବମନ୍ଦିରରେ ଶିବ ବିବାହ ମହୋତ୍ସବ 

Leave a Comment

error: Content is protected !!