ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ସଂସାର ଗଛରେ ଝଡ଼ ବାତ୍ୟା ଆସେ
    ସହି ଗଢ଼େ ମୋ ସଂସ୍କୃତି
ସୁଖ ଶାନ୍ତି ପ୍ରଭୁ ପ୍ରଦାନ କରନ୍ତି
    ସର୍ବ ହୃଦେ ରହୁ ଭକ୍ତି।
ଘାତ ପ୍ରତିଘାତ ଜୀବନ ସଂଘର୍ଷ
     ବଞ୍ଚିବା ଆମକୁ ହବ
ସଂଗ୍ରାମ ଆସିଲେ ଲଢେ଼ଇ କରୁଛୁ
     କୁଳ ରକ୍ଷା ମୋ ଗୈାରବ।
ପ୍ରକୃତି ସଂଗ୍ରାମ ଯିବା ନାହିଁ ଡରି
     ସଂଘର୍ଷ ମୋ ଦିନରାତି
ଭାଗ୍ୟ ସାହା ଦେବ ପ୍ରଭୁ ଜଗନ୍ନାଥ
     ଭକ୍ତି ବାଢେ ବଂଶ ପ୍ରୀତି।
ସଂସାର ଭିତରେ ସ୍ନେହ ପରସ୍ପର
     ଲାଗି ଥାଉ ନିରନ୍ତର
ହସ ଖୁସି ଭାବ ସଂପର୍କ ବନ୍ଧନ
      ସଦା ଶାହା ମୋ ଈଶ୍ୱର।
ସଂସାର ସାଗର ଜୀବନ ନଉକା
      କାତ ମାରି ମାରି ଚାଲ
କୂଳରେ ପହଞ୍ଚି ତପ ଜପ କରି
    ଶେଷ କୁହ ହରି ବୋଲ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଲାଜରୁସ ଲାକ୍ରା ମେମୋରିଆଲ ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ମାରୁଓ୍ବାଡୀ ଯୁବା ମଞ୍ଚ ଓ ଜାଗ୍ରୃତି ଶାଖା ତରଫରୁ ବୃକ୍ଷରୋପଣ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଶବ୍ଦ ତୁମେ

Sunil Chandra Nayak

Leave a Comment

error: Content is protected !!