ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁରରେ ମିଳିତ ପ୍ରାଥମିକ ସଂଘ ଆନୁକୂଲ୍ୟରେ ବିଭିନ୍ନ ଦାବି ନେଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଲିଖିତ ଦାବିପତ୍ର

 ମୟୂରଭଞ୍ଜ ୧୯/୧୧/୨୨ (ମସିହା)ଓଡ଼ିଶାରେ ୨୦୦୧ ମସିହାରେ ନିଯୁକ୍ତି ପାଇଥିବା ପ୍ରାଥମିକ ଶିକ୍ଷକ/ଶିକ୍ଷୟତ୍ରୀମାନେ ସରକାରଙ୍କ ପାତର ଅନ୍ତର ନୀତି ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏହାକୁ ନେଇ ମିଳିତ ପ୍ରାଥମିକ ସଂଘ ତରଫରୁ ଘୋର ଅସନ୍ତୋଷ ପ୍ରକାଶ ପାଇଛି ।ଆଜି ରାଜ୍ୟ ମିଳିତ ପ୍ରାଥମିକ ସଂଘ ଆହ୍ଵାନରେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ପ୍ରାଥମିକ ଶିକ୍ଷକ ସଂଘ(ନୂତନ ପେନସନ ଯୋଜନାଭୁକ୍ତ) ତରଫରୁ ବିଭିନ୍ନ ଦାବି ନେଇ ସ୍ଥାନୀୟ ବିଜୁପଟ୍ଟନାୟକ ଛକରୁ ଶିକ୍ଷକ/ଶିକ୍ଷୟତ୍ରୀମାନେବିଶାଳ ଶୋଭାଯାତ୍ରାରେ ରାଇରଙ୍ଗପୁର ସହର ପରିକ୍ରମା କରି  ରାଇରଙ୍ଗପୁର ଗୋଷ୍ଠୀ କାର୍ଯ୍ୟାଳୟ ପହଞ୍ଚି ସେଠାରେ ପ୍ରତିବାଦ କରିଥିଲେ । ସେମାନଙ୍କର ୩ ଦଫା ଦାବି ସମ୍ବଳିତ ଦାବିପତ୍ର -୬ ବର୍ଷର ଚୁକ୍ତି ଭିତ୍ତିକ ସମୟର ଅନ୍ୟ କର୍ମଚାରୀଙ୍କ ଭଳି ୬ଟି ବାର୍ଷିକ ଇନକ୍ରିମେଣ୍ଟ,ଅବିକଳ କେନ୍ଦ୍ରୀୟ ହାରରେ ଦରମା,ପୁରୁଣା ପେନସନ ପ୍ରଚଳନ ଦାବିପତ୍ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧୀକାରିଣୀ ନମିତା ସେଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ଶିକ୍ଷକ ନେତା ଶ୍ରୀ ଅନିଲ ମହାନ୍ତ, ପୁରୁଷୋତ୍ତମ ମହାନ୍ତ, ଅରବିନ୍ଦ କୁମ୍ଭାକାର,ଅଜିତ ମହାନ୍ତ, ମନୋରଂଜନ ମଣ୍ଡଳ,ଦେବବ୍ରତ ଗିରି,ପ୍ରଶାନ୍ତ ଶତପଥୀ,ବାଲେଶ୍ବର ସେଠୀ, ଉର୍ମିଳା ପାଣି,ସ୍ବର୍ଣପ୍ରଭା ଦଳେଇ,ଅଜୟ ବେହେରା, ରାଧାରାଣୀ ମଣ୍ଡଳ,ରୁଦ୍ର ଗିରି,ସୁନିଲ ମହାନ୍ତି, ବିଖ୍ୟାତ ଗିରି ,ସୁକଦେବ ମହାନ୍ତ, ପରମେଶ୍ବର ମହାନ୍ତ, ପରମେଶ୍ବର ବେହେରା ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଶିକ୍ଷକ/ଶିକ୍ଷୟତ୍ରୀ ଆନ୍ଦୋଳନରେ ସାମିଲ ହୋଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସାମ୍ବାଦିକ ରୁ ସରପଞ୍ଚ

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ ଭବିତବ୍ୟ

Sunil Chandra Nayak

ଭବାନୀପାଟଣା ରେ ଚୋର ଦଳ ସକ୍ରିୟ

Sunil Chandra Nayak

Leave a Comment

error: Content is protected !!