ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲାରେ ଦାଦନ ଦୁଃଖ – ପୁଣି ଏକ ଦାଦନ ଶ୍ରମିକ ର ଗୋଆ ରେ ମୃତ୍ୟୁ ,  ଅର୍ଥାଭାବ ରୁ ଫେରି ପାରିଲା ନାହିଁ ଶବ।।।

ରଣମାଲ — ୨୦/୧୧ କର୍ମ ଅନୁସନ୍ଧାନ ରେ ଯାଇ ସୁଦୂର ଗୋଆ ରେ କାର୍ଯ୍ୟ ସ୍ଥଳରେ ଜ୍ଵର ରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରି ଥିବା ଦୁଃଖଦ ଖବର କଳାହାଣ୍ଡି କୁ ଦୋହଲେଇ ଦେଇଛି।ଘଟଣାରୁ ଜଣାଯାଏ ଯେ ରଣମାଲ୍ ଗ୍ରାମର ପରମାନନ୍ଦ ଲହଜଲ୍ ୩୫, ଗତ ୧୫ ଦିନ ତଳେ ୧୦ ଜଣ ସାଙ୍ଗ ଙ୍କ ସହ ଜୀବିକା ଅନୁସନ୍ଧାନ ରେ ଯାଇ ଗୋଆ ରେ  ଏକ ଘରୋଇ ସଂସ୍ଥା ସେବସ୍କନ୍  ରେ କାମ କରୁ ଥିଲେ । ଗତ ଦୁୁଇଦିନ ତଳେ ପରମାନନ୍ଦ କୁ ଜ୍ଵର ବାନ୍ତି ଲାଗି ରହିଥିବାରୁ ସାଙ୍ଗ ମାନେ ସେଠାରେ ପ୍ରାଥମିକ ଚିକିତ୍ସା କରାଇ ଥିଲେ କିନ୍ତୁ ଶେଷ ରେ ତାଙ୍କର ମୁତ୍ୟୁ ହୋଇଯାଇଥିଲା । ମୃତ୍ୟୁ  ଖବର ପାଇ ଗୋଆ ପୋଲିସ ଶବ ଜବତ କରିବାସହ ବ୍ୟବଛେଦ କରିଛି ଅର୍ଥ ଅଭାବରୁ ସାଙ୍ଗରେ ଯାଇ ଥିବା ଅନ୍ୟମାନେ ସେଠାରେ ତାଙ୍କର ଅନ୍ତିମ ସତ୍କାର କରିଥିବା ଖବର ପାଇ ରଣମାଲ ଗ୍ରାମରେ ଶୋକ ର ଛାୟା ଖେଳି ଯାଇଛି। ମୃତକ ଙ୍କ ପରିବାର ରେ ତାଙ୍କ ସ୍ତ୍ରୀ ଏବଂ ଦୁଇ ପୁଅ ଝିଅ ଅନାଥ ହୋଇ ଯାଇଛନ୍ତି । ଜିଲ୍ଲାରେ ଯୁବକ ମାନଙ୍କୁ ନିଯୁକ୍ତି ଦେବାରେ ସରକାର ବିଫଳ ବୋଲି ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ହେଉଛି । ନିଶ୍ଚିତ କର୍ମ ନିଯୁକ୍ତିି ଯୋଜନା ରେ କିଛି ତ୍ରୁଟି ବିଚ୍ୟୁତି ଥିବା ଓ ନିୟମିତ ମଜୁରୀ ଅର୍ଥ ମିଲୁ ନଥିବା ରୁ ଜିଲ୍ଲା ରୁ ସହ ସହ ଯୁବକ ବାହାର ରାଜ୍ୟକୁ କର୍ମ ଅନ୍ୱେଷଣ ରେ ନିଜ ଭିଟା ମାଟି ଛାଡ଼ୁ ଥିବା ଅଭିଯୋଗ ରହିଛି। ଦୀର୍ଘ ପଚିଶ ବର୍ଷ ର ନିର୍ମଳ ଶାସନ ରେ ଓଡ଼ିଶା କୁ ଶୀର୍ଷ ରେ ପହଚାଇବା ଦ୍ୱାହି ଦେଉ ଥିବା ସରକାର କେବେ ଯେ କଳାହାଣ୍ଡି ରୁ ଦାଦନ ସମସ୍ୟା ଦୂର କରିବେ ତାହା ଦେଖିବାକୁ ବାକି ରହିଲା ।

ଗଣେଶ ପଣ୍ଡା ଙ୍କ ରିପୋର୍ଟ୍ 

Related posts

ଶୌଚ ହେବା କୁ ନଦୀ କୁ ଯାଇ ପାଣି ରେ ପଡି ବୃଦ୍ଧ ମୃତ

Sunil Chandra Nayak

ଫୁଲବାଣୀ ସାମ୍ବାଦିକ ଭବନ ଠାରେ କନ୍ଧମାଳ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ପ୍ରତିଷ୍ଠା ଦିବସ ପାଳନ

Sunil Chandra Nayak

ଶ୍ରୀ ଶ୍ରୀ ଲକ୍ଷ୍ମୀମାଙ୍କ ୧୨୯ତମ ଜନ୍ମ ଦିବସ ପାଳନ କଲେ ଡାବୁଗାଁ ସତସଙ୍ଗୀ ଭାଇ ଓ ମାଆ ମାନେ

Sunil Chandra Nayak

Leave a Comment

error: Content is protected !!