ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାନକୀ ମହାନ୍ତ ଙ୍କ କବିତା କ୍ରାନ୍ତିର କଲମ

 କ୍ରାନ୍ତିର କଲମ

 

ଜାନକୀ ମହାନ୍ତ

କ୍ରାନ୍ତିର କଲମ ଅଟଇ ମୋହର
ତୀକ୍ଷଣ ଖଣ୍ଡାର ଧାର,
ଏ କଲମ ମୁନେ ଆଣି ବିବର୍ତ୍ତନ
ଜାଗ୍ରତ କରିବି ନର ।।
ଉଠ ବନ୍ଧୁ ଉଠ ନ କରିଣ ମଠ
ହେ ମାଟି ବୀର ସନ୍ତାନ,
ମା’ ମାଟି ଶରୀର କାଟି ନିଏ ଚୋର
ରଖ ହେ ଦେଇ ବଚନ ।।
ଭାରତର ରକ୍ଷା କରିଣ ସୁରକ୍ଷା
ସୀମା ଅକ୍ଷୂର୍ଣ୍ଣ ରଖିବା,
ଚୀନ ପାକିସ୍ତାନ ସହ ଦେଶ ଦ୍ରୋହେ
ରାଜନୀତି ନ କରିବା ।।
ଶୋଷଣ ଧର୍ଷଣ ଅନ୍ୟାୟ ଅସତ୍ୟ
ପରଶ୍ରୀକାତର ଭ୍ରଷ୍ଟାଚାର, 
ଈର୍ଷ୍ୟା ଅହଙ୍କାର କରି ଦେବା ଦୂର
କରି ଉତ୍ତୋଳନ ସ୍ୱର ।।
ଜନ ଜୀବନରେ ଜାଗୃତ ମନରେ
ଶାନ୍ତି ସଂଜୀବନୀ ଢ଼ାଳି,
ଦେଶାତ୍ମବୋଧତା ମାନବିକତା ର
ଦେବା ଦିବ୍ୟ ଦୀପ ଜାଳି ।।
କୌଣସି ମାନବ ଲୁହ ନ ଝରାଇବ 
ମୁଖେ ଉକୁଟିବ ହସ, 
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଯେ’
ସଭିଏଁ ଆମେ ମଣିଷ ।।
ମୋ’ କଲମ ହେବ ବଜ୍ର ଠୁଁ କଠିନ 
ସାଜି କମାଣର ଗୁଳି,
ନବ ଦିଗ୍ ଦର୍ଶନ ଆଣିଦେବ ଦିନେ
ବିଦ୍ରୋହର ବହ୍ନି ଜାଳି ।।
 
କ୍ରାନ୍ତିର କଲମ ହେଉ ଚିରସ୍ରୋତା 
ବିଶ୍ୱ ଶାନ୍ତି ବାର୍ତ୍ତା ନେଇ,
ଅସି ଠାରୁ ମସୀ ହେବ ମୋର ତୀକ୍ଷ୍ଣ
ଜନଗଣ ମନ … ଗାଇ ।।

ବନ୍ଦେ ମାତରଂ 

ଜୟ ହିନ୍ଦ୍ 

 ରାଜ୍ୟ ଉପ-ସଭାପତି
ଓଡ଼ିଶା ସାହିତ୍ୟିକ ସଂଗଠନ
 ଭୁବନେଶ୍ୱର, ଓଡ଼ିଶା
  ବେଙ୍ଗାଲୁରୁ

Related posts

ଚନ୍ଦ୍ରକଳା ଙ୍କ କବିତା ନିଦାଘ

ଵହଳଦା ବ୍ଳକର ଟାଙ୍ଗରଯୋଡା ଗ୍ରାମରେ ବିଜେଡିର ଜନ ସଂପର୍କ ପଦଯାତ୍ରା 

Sunil Chandra Nayak

ମୁକ୍ତ ଚେସ୍ ପ୍ରତିଯୋଗିତା ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!