ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦରମଣି ପ୍ରଧାନ ଙ୍କ କବିତା ଦୃଶ୍ୟାନ୍ତର

  ଦୃଶ୍ୟାନ୍ତର

      ଆଦରମଣି ପ୍ରଧାନ,

ଦିନେନା ଦିନେ ଚାଲିଯିବି
ଛାଡି ଚାଲି ଯିବି
ସବୁଦିନ ପାଇଁ,
ଏଇ ପୃଥିବୀ,
ମାୟାବୀ ସୂର୍ଯ୍ୟ ଲୋକ,
ସବୁଜ ବନାନୀ 
ଧୂମାୟିତ ଚା’ କପ 
ଏବଂ
ଶୂନ୍ୟତାର ଫୁଲଦାନୀ
ସବୁ ଛାଡି ଚାଲି ଯିବି,,,
ଆଉ କେବେ ଆସିବିନି
ଆଉ ଫୁଲ ହୋଇ ଫୁଟିବିନି
ବଗିଚାର ନୀଳ ଜରାୟୁରେ,,,,
ଲେଖିବି ନାହିଁ ମୋ ଛାତି ଓ
ନିଆଁ ର କବିତା
ମାଟିର ଶୋଷିଲା ଓଠରେ,,,
ମୋ ଗଲା ପରେ 
ବାତ୍ସଲ୍ୟ ଆଲ୍ହାଦନ ସବୁ
ଫିକା ପଡିଯିବ
ଆକାଶର ମୁହଁରେ 
ଲାଗିଯିବ ଶିଉଳି
ମୋ ବିଚ୍ଛେଦରେ ନୀଳ ଦିଶିବ
ଯମୁନାର ପାଣି,,,
ପବନ ମାତାଲ ହେବ
ଛାର ଖାର କରି ଦେବ
ଖେଦାକ୍ତ ମେଦିନୀ,
ମଞ୍ଚରେ ପଡିଯିବ
ଶେଷ ଯବନିକା,
ଦିନେନା,,,ଦିନେ ଚାଲିଯିବି,,,,

     ଚାନ୍ଦବାଲି , ଭଦ୍ରକ

Related posts

ସରୋଜ କୁମାର ଟୋଲଟିଆ ଙ୍କ କବିତା ଅର୍ନଦାତା

Sunil Chandra Nayak

ବନ୍ଧଗଡ଼ ଜଙ୍ଗଲ ବିଭାଗ ପକ୍ଷରୁ ୭୩ ତମ ବନ ମହୋତ୍ସବ ପାଳିତ

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ସିନ୍ଦୁରା

Sunil Chandra Nayak

Leave a Comment

error: Content is protected !!