ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁନା ସେଠୀ ଙ୍କ କବିତା ଶିଖିପାରିଲିନି କିଛି

ଶିଖିପାରିଲିନି କିଛି

କୁନା ସେଠୀ

ସମୟ କହିଲା
          କଣ୍ଟାକୁ ବାଡେଇ
ଯାଉଛି ମୁଁ ଆଗେ ଚାଲି
ଉଠିବୁ କେବେ ତୁ
          ଭାବିବୁ କେବେ ତୁ
ଅଳପ ଦିନର ବୋଲି
ତଥାପି ଖେଳିଲି ବାଲି
ଗାଲୁଆ ହୋଇଲି ଖାଲି
ସବୁ ଚାଲିଗଲେ ଆଗକୁ ଆଗକୁ
      ଚାହୁଁଥିଲି ମିଲିମିଲି ।।
ପିମ୍ପୁଡି କହିଲା
         ପରିଶ୍ରମ କର
ଦୁଃଖ ଯେ ରହିବ ନାହିଁ
କଥା ତାର ଜମା
           ଶୁଣିଲିନି ମୁହିଁ
ଖଟରେ ରହିଲି ଶୋଇ
ଅଳସ ରେ ହେଲି ବାଇ
ଖାଇଲି ଶୋଇଲି ଯହିଁ
ସାଙ୍ଗ ସାଥି ଯେବେ ପ୍ରଗତି କରିଲେ
      ଦୁଃଖ କଲି ଚାହିଁ ଚାହିଁ ।।
ମହାପୁରୁଷ ଙ୍କ
         ଜୀବନୀ ପଢ଼ିଲି
ଜାଣିଲି କଷଣ ତାଙ୍କ
ଆହା ବୋଲି କହି
         ଚୁପ ରହିଲି
ମୁହଁକୁ କରିଲି ବାଙ୍କ
ଦେଲି ମୁଁ କମେଡି ଛୁଙ୍କ
ସମୟ ସରିଲା ବୟସ ଚାଲିଲା
       ପଡି ରହିଲି ମୁଁ ପଙ୍କ ।
ଅନ୍ୟ ଉପଦେଶ
           ଅନ୍ୟର ଆଦେଶ
ନ ମାନିଲି ଜୀବନରେ
ଅନୁମାନ ଛାଡି
          ହନୁମାନ ହେଲି
ହନୁକରଣ ର ଧାରେ
ନ ଭାବିଲି କେବେ ଥରେ
କେମିତି ବଞ୍ଚିବି ମୁଁ ରେ
ଭାଗ୍ୟ ଭରଷା ରେ ଜୀବନ କାଟିଲି
      ଏମିତି କି ଦିନ ସରେ???
ଶିଖି ପାରିଲିନି
      ମୋର ଭୁଲ ରୁ କିଛି
ଶିଖି ପାରିଲିନି ଅନ୍ୟ ଠାରୁ
ଏମିତି ବଞ୍ଚିବା
         କି ଅବା ସଞ୍ଚିବା
ଜୀବନ ଟା ସରୁ ସରୁ
କିଛି ମଧ୍ୟ ଶିକ୍ଷା କରୁ
ଧରମ ପଥର ନାବିକ ଟେ ହୋଇ
        ଶିଖିବା ସଂସାର ଘରୁ ।

ଭୁତସରସିଙ୍ଗି, ପୁରୁଷୋତ୍ତମପୁର, ଗଞ୍ଜାମ

Related posts

ପଣ୍ଡିତ ଦିନଦୟାଳ ଉପାଧ୍ୟୟଙ୍କ ଜନ୍ମ ଦିବସ ପାଳିତ 

Sunil Chandra Nayak

ମମତା ସାହୁ  ଙ୍କ କବିତା ଆସହେ ନନ୍ଦ ଦୁଲ୍ଲାଳ ମୋର

Sunil Chandra Nayak

ନର୍ଥ ଆଫ୍ରିକା(ତୁନିଶିଆ)ଦେଶରୁ କ୍ରିଷ୍ଣା ଡିକେଙ୍କୁ ନିମନ୍ତ୍ରଣ

Sunil Chandra Nayak

Leave a Comment

error: Content is protected !!