ଶିଖିପାରିଲିନି କିଛି
କୁନା ସେଠୀ
ସମୟ କହିଲା
କଣ୍ଟାକୁ ବାଡେଇ
ଯାଉଛି ମୁଁ ଆଗେ ଚାଲି
ଉଠିବୁ କେବେ ତୁ
ଭାବିବୁ କେବେ ତୁ
ଅଳପ ଦିନର ବୋଲି
ତଥାପି ଖେଳିଲି ବାଲି
ଗାଲୁଆ ହୋଇଲି ଖାଲି
ସବୁ ଚାଲିଗଲେ ଆଗକୁ ଆଗକୁ
ଚାହୁଁଥିଲି ମିଲିମିଲି ।।
ପିମ୍ପୁଡି କହିଲା
ପରିଶ୍ରମ କର
ଦୁଃଖ ଯେ ରହିବ ନାହିଁ
କଥା ତାର ଜମା
ଶୁଣିଲିନି ମୁହିଁ
ଖଟରେ ରହିଲି ଶୋଇ
ଅଳସ ରେ ହେଲି ବାଇ
ଖାଇଲି ଶୋଇଲି ଯହିଁ
ସାଙ୍ଗ ସାଥି ଯେବେ ପ୍ରଗତି କରିଲେ
ଦୁଃଖ କଲି ଚାହିଁ ଚାହିଁ ।।
ମହାପୁରୁଷ ଙ୍କ
ଜୀବନୀ ପଢ଼ିଲି
ଜାଣିଲି କଷଣ ତାଙ୍କ
ଆହା ବୋଲି କହି
ଚୁପ ରହିଲି
ମୁହଁକୁ କରିଲି ବାଙ୍କ
ଦେଲି ମୁଁ କମେଡି ଛୁଙ୍କ
ସମୟ ସରିଲା ବୟସ ଚାଲିଲା
ପଡି ରହିଲି ମୁଁ ପଙ୍କ ।
ଅନ୍ୟ ଉପଦେଶ
ଅନ୍ୟର ଆଦେଶ
ନ ମାନିଲି ଜୀବନରେ
ଅନୁମାନ ଛାଡି
ହନୁମାନ ହେଲି
ହନୁକରଣ ର ଧାରେ
ନ ଭାବିଲି କେବେ ଥରେ
କେମିତି ବଞ୍ଚିବି ମୁଁ ରେ
ଭାଗ୍ୟ ଭରଷା ରେ ଜୀବନ କାଟିଲି
ଏମିତି କି ଦିନ ସରେ???
ଶିଖି ପାରିଲିନି
ମୋର ଭୁଲ ରୁ କିଛି
ଶିଖି ପାରିଲିନି ଅନ୍ୟ ଠାରୁ
ଏମିତି ବଞ୍ଚିବା
କି ଅବା ସଞ୍ଚିବା
ଜୀବନ ଟା ସରୁ ସରୁ
କିଛି ମଧ୍ୟ ଶିକ୍ଷା କରୁ
ଧରମ ପଥର ନାବିକ ଟେ ହୋଇ
ଶିଖିବା ସଂସାର ଘରୁ ।
ଭୁତସରସିଙ୍ଗି, ପୁରୁଷୋତ୍ତମପୁର, ଗଞ୍ଜାମ