ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ଭ୍ରମର ବାଗ ଙ୍କ କବିତା ଭୋଳାନାଥ ମହେଶ୍ୱର

ଭୋଳାନାଥ ମହେଶ୍ୱର

 

    ଶ୍ରୀ ଭ୍ରମର ବାଗ

ଭୋଳାନାଥ ମହେଶ୍ୱର ମହା ମୃତ୍ୟୁଞ୍ଜୟ !
ପାପ ତାପ ବିନାଶକ, ହର ଭବ ଭୟ !!1
ଦେବ ଦେବ ମହାଦେବ ଆହେ ମହା କାଳ !
ସଂହାର କରତା ପ୍ରଭୁ, ହାରକ ଜଞ୍ଜାଳ !!2
ଆଶୁତୋଷ ନୀଳକଣ୍ଠ , ରୋଗ ବିନାଶକ !
ଭବ ପାପ ତାପ ଦୂର କର ଦୁଃଖ ଶୋକ !!3
ସର୍ବ ହୃଦ-କଇଳାସେ କର ହେ ବିଜୟ !
ଛୁଟାଅ ସୁଖ ଶାନ୍ତିର ପୁଣ୍ୟ ଗଙ୍ଗା ସୁଅ !!4
ତିନି ତାପ ଷଡ଼ ରିପୁ-କାଳକୁଟ ବିଷ !
ନର ମନୁ ପାନ କରି ଉଦ୍ଧର ମଣିଷ !!5
ସଂହାର କର ହେ ଭବ ବନ୍ଧନର ଡୋର !
ସଂହାର କରତା ଭୋଳାନାଥ ମହେଶ୍ୱର !!6
ହେ ସତ୍ୟ ଶିବ ସୁନ୍ଦର ହେ ମଙ୍ଗଳ ମୟ !
କର ଭବ ସତ୍ୟ ସୁନ୍ଦର ମଙ୍ଗଳ ମୟ !!7

ଗ୍ରାମ – କୋଦୋବେଡ଼ା, ଭାୟା -ସିନାପାଲି

ଜିଲ୍ଲା – ନୂଆପଡା

Related posts

ଦଣ୍ଡପାଟ ଯୁବ ସେବା ସଂଗଠନ ଓ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନର ମିଳିତ ଆନୁକୂଲ୍ୟରେ ଆମ୍ବୁଲାନ୍ସ ସେବା ଲୋକାର୍ପିତ

ଟେମରି ଗ୍ରାମ ପଂଚାୟତରେ ହର୍ ଘର୍ ତ୍ରିରଙ୍ଗା ମହୋତ୍ସବ ଆୟୋଜିତ 

Sunil Chandra Nayak

ମୂର୍ଚ୍ଛନାସାହିତ୍ୟ ସଂସଦ ଶୀତ କବିତା ଆସର

Sunil Chandra Nayak

Leave a Comment

error: Content is protected !!