Uncategorizedଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଭୁଲି ପାରୁନି by Sunil Chandra NayakDecember 12, 2022December 12, 20220209 Share0 ଭୁଲି ପାରୁନି ଉପେନ୍ଦ୍ର କୁମାର ବସ୍ତିଆ ମୋ ହୃଦୟେ ତୁମେ ଫୁଟୁଥିଲ ଦିନେ ଗୋଲାପ ପାଖୁଡା ହୋଇ କେଉଁ ପ୍ରଜାପତି ଇସରା କରିଲା ଭ୍ରମିଲ କାହାରେ ଯାଇଁ ।। କେତେ ଦିନରାତି ଯାଇଅଛି ବିତି ଅତୀତକୁ ଭାବି ଭାବି ଯେତେ ବୁଝାଇଲେ ଅବୁଝା ମନଟା ପାଲଟଇ ଅସ୍ତ ରବି ।। ତୁମର ସେ କଥା ମନ ଭୁଲା ଗାଥା ଦେଇଛି କେତେ ସପନ ସେ ଆଖି ଚମକେ ମଳୟ ମହକେ ହଜେଇ ଦିଏ ମୋ ମନ।। କେବେହେଲେ ତୁମେ ଭାବିନାଂହ ମନେ କିପରି କାଟୁଛି ଦିନ ମନ କଷ୍ଟ ଦେଇ ଛପିଗଲ କାହିଁ ଛଟପଟ ହୁଏ ପ୍ରାଣ ।। ସୁଖର ଦୁଃଖର ସାଥୀ ହେବ ବୋଲି କହିଥିଲ ତୁମେ ଦିନେ ଅନ୍ତର ଗହ୍ୱରୁ ପ୍ରଶ୍ନର ଉତ୍ତର ଚାହେଁ ଶୁଣିବାକୁ ମନେ ।। ରାଉରକେଲା