ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା କଳ୍ପନା ସାଗର

 କଳ୍ପନା ସାଗର

କିସୁନ୍ଦର ଆହା 

କବିର କଳ୍ପନା

ଶାରଦୀୟ ଚାରୁ ପଦ୍ମପରି

ସୁଧାରୁ ମଧୁର

ଜହ୍ନଠୁଁ ସୁନ୍ଦର

ଇନ୍ଦ୍ରଧନୁ ନୁହେଁ ତାହାସରି |1|

 

କବିର କଳ୍ପନା

ସ୍ୱର୍ଗ ଅପସରା

ଅଇସୂର୍ଯ୍ୟ ଶାଳୀ ରାଜକନ୍ୟା

ନନ୍ଦନ କାନନ

ପାରିଜାତ ପୁଷ୍ପ

ରୂପଲାବଣ୍ୟର ସୁଧାବନ୍ୟା|2|

 

କବି କଳ୍ପନାରେ

ତୁଚ୍ଛ ମହାଲଷ୍ମୀ

ତୁଚ୍ଛ ରତି ଆଉ ସରସ୍ବତୀ

ସଂସାରର ଯେତେ

ହୀରାନୀଳା ମୋତି

ରତ୍ନମଣି ବିଦ୍ୟୁ ଦିବ୍ୟଜ୍ୟୋତି |3|

 

କବିର କଳ୍ପନା

ଅପୂର୍ବ ସୁନ୍ଦର

ସୁଷମାର ସରହଦ ନାହିଁ

ଯେତେଦେଖୁଁଥିଲେ

ତୃପ୍ତନୁହେଁ ମନ

ଅସୀମ ନବ କଳ୍ପନା ପାଇଁ |4|

 

କଳ୍ପନା ବିଳାସୀ

ଅମୃତ ଲାଳସୀ

କବିର ଅତୃପ୍ତ ତୂଳୀଚିହ୍ନ

ଯୁଗଯୁଗର ସେ

ଅମ୍ଳାନ କୀରତି

ସାଧାରଣ ଭାବନାରୁ ଭିନ୍ନ |5|

 

ହେ ବରଣ୍ୟ କବି

ଚିରପୂଜ୍ୟ ତୁମେ

କୋଟି ଯୁଗର ଦିଗଦର୍ଶକ

ତୁମଲେଖନୀରେ

ଫୁଟେ ସ୍ବର୍ଣ୍ଣଚମ୍ପା

କାଳଜୟୀକୀର୍ତ୍ତି କୋଣାରକ |5|

 

କବିକଳ୍ପନାରେ

ତାଜମହଲ

ତାଠୁ ସୁନ୍ଦର ମହଲ ହୁଏ

ପୁରୀ ଜଗନ୍ନାଥ

ମନ୍ଦିରୁ ସୁନ୍ଦର

ଚାରୁକଳା ଶୋଭା ରୂପନିଏ |6|

 

ଶବ୍ଦ କାରିଗର

ଯୁଗ ପ୍ରବର୍ତ୍ତକ

ସୁନ୍ଦର ଭାଷା ସଂସ୍କୃତି କଳା

ରହିଛି ଅମ୍ଳାନ

ରହିଥିବ ପୁଣି

ସୃଷ୍ଟିହେବେ କେତେନନ୍ଦ ବଳା |7|

 

ବୋଲେ ବିଦ୍ୟାଧର

କଳ୍ପନା ଯାହାର

ସ୍ୱଚ୍ଛ ଝରଣାର ସ୍ୱଚ୍ଛଝର

ସେହିସ୍ୱଚ୍ଛଝରେ

ପ୍ରବାହିତ ହୁଏ

ଅମୃତର ଧାର ନିରନ୍ତର |8|

 

ଲୋକ କଳ୍ପନାରେ

ଅସମ୍ଭବ ଯାହା

କବି କଳ୍ପନାରେ ହୁଏ ତାହା

ସେହି କଳ୍ପନାକୁ

ରୂପଦେଲେ ନର

ବୈଜ୍ଞାନିକ ରୂପେ ଗଢେପରା |9|

 

କବିର କଳ୍ପନା

ସ୍ନେହ ଶାନ୍ତିଦୟା

ସତ୍ୟ ନ୍ୟାୟ ସୁଵିଚାର ଧାରା

ତାହା ମୂଳେ ଗଢ଼ା

ଶାଶତ୍ୱ ସୁନ୍ଦର

ଅମୃତ ମୟ ଶାନ୍ତିର ପାରା |10|

         

ଶ୍ରୀ ବିଦ୍ୟାଧର ମହାନ୍ତ

ତମ୍ବାହରା, ହରିଚନ୍ଦନପୁର , କେନ୍ଦୁଝର, 

Related posts

ପୋଖରୀରେ ବୁଡ଼ି ଜେଜେ ବାପା ଓ ନାତି ମୃତ

Sunil Chandra Nayak

ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ଅର୍ଚ୍ଚନା ନାଗ କେଳେ ଙ୍କ।ରି, ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ରେ ସଂପୃକ୍ତ ବିଜେଡି ନେତାଙ୍କୁ ତଦନ୍ତ ପରିସର ଭୁକ୍ତ ନେଇ ଦାବିପତ୍ର ପ୍ରଦାନ 

Sunil Chandra Nayak

ଡ. ଶ୍ୟାମା ପ୍ରସାଦ ମିଶ୍ର ଙ୍କ କବିତା ଅନ୍ଧାର

Sunil Chandra Nayak

Leave a Comment

error: Content is protected !!