କଳ୍ପନା ସାଗର
କିସୁନ୍ଦର ଆହା
କବିର କଳ୍ପନା
ଶାରଦୀୟ ଚାରୁ ପଦ୍ମପରି
ସୁଧାରୁ ମଧୁର
ଜହ୍ନଠୁଁ ସୁନ୍ଦର
ଇନ୍ଦ୍ରଧନୁ ନୁହେଁ ତାହାସରି |1|
କବିର କଳ୍ପନା
ସ୍ୱର୍ଗ ଅପସରା
ଅଇସୂର୍ଯ୍ୟ ଶାଳୀ ରାଜକନ୍ୟା
ନନ୍ଦନ କାନନ
ପାରିଜାତ ପୁଷ୍ପ
ରୂପଲାବଣ୍ୟର ସୁଧାବନ୍ୟା|2|
କବି କଳ୍ପନାରେ
ତୁଚ୍ଛ ମହାଲଷ୍ମୀ
ତୁଚ୍ଛ ରତି ଆଉ ସରସ୍ବତୀ
ସଂସାରର ଯେତେ
ହୀରାନୀଳା ମୋତି
ରତ୍ନମଣି ବିଦ୍ୟୁ ଦିବ୍ୟଜ୍ୟୋତି |3|
କବିର କଳ୍ପନା
ଅପୂର୍ବ ସୁନ୍ଦର
ସୁଷମାର ସରହଦ ନାହିଁ
ଯେତେଦେଖୁଁଥିଲେ
ତୃପ୍ତନୁହେଁ ମନ
ଅସୀମ ନବ କଳ୍ପନା ପାଇଁ |4|
କଳ୍ପନା ବିଳାସୀ
ଅମୃତ ଲାଳସୀ
କବିର ଅତୃପ୍ତ ତୂଳୀଚିହ୍ନ
ଯୁଗଯୁଗର ସେ
ଅମ୍ଳାନ କୀରତି
ସାଧାରଣ ଭାବନାରୁ ଭିନ୍ନ |5|
ହେ ବରଣ୍ୟ କବି
ଚିରପୂଜ୍ୟ ତୁମେ
କୋଟି ଯୁଗର ଦିଗଦର୍ଶକ
ତୁମଲେଖନୀରେ
ଫୁଟେ ସ୍ବର୍ଣ୍ଣଚମ୍ପା
କାଳଜୟୀକୀର୍ତ୍ତି କୋଣାରକ |5|
କବିକଳ୍ପନାରେ
ତାଜମହଲ
ତାଠୁ ସୁନ୍ଦର ମହଲ ହୁଏ
ପୁରୀ ଜଗନ୍ନାଥ
ମନ୍ଦିରୁ ସୁନ୍ଦର
ଚାରୁକଳା ଶୋଭା ରୂପନିଏ |6|
ଶବ୍ଦ କାରିଗର
ଯୁଗ ପ୍ରବର୍ତ୍ତକ
ସୁନ୍ଦର ଭାଷା ସଂସ୍କୃତି କଳା
ରହିଛି ଅମ୍ଳାନ
ରହିଥିବ ପୁଣି
ସୃଷ୍ଟିହେବେ କେତେନନ୍ଦ ବଳା |7|
ବୋଲେ ବିଦ୍ୟାଧର
କଳ୍ପନା ଯାହାର
ସ୍ୱଚ୍ଛ ଝରଣାର ସ୍ୱଚ୍ଛଝର
ସେହିସ୍ୱଚ୍ଛଝରେ
ପ୍ରବାହିତ ହୁଏ
ଅମୃତର ଧାର ନିରନ୍ତର |8|
ଲୋକ କଳ୍ପନାରେ
ଅସମ୍ଭବ ଯାହା
କବି କଳ୍ପନାରେ ହୁଏ ତାହା
ସେହି କଳ୍ପନାକୁ
ରୂପଦେଲେ ନର
ବୈଜ୍ଞାନିକ ରୂପେ ଗଢେପରା |9|
କବିର କଳ୍ପନା
ସ୍ନେହ ଶାନ୍ତିଦୟା
ସତ୍ୟ ନ୍ୟାୟ ସୁଵିଚାର ଧାରା
ତାହା ମୂଳେ ଗଢ଼ା
ଶାଶତ୍ୱ ସୁନ୍ଦର
ଅମୃତ ମୟ ଶାନ୍ତିର ପାରା |10|