ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାହୁଡାରେ ବାହୁଡିଗଲେ ପ୍ରଫେସର ଡଃ ସୋମନାଥ ମିଶ୍ର

ରାଉରକେଲା/ ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡା ଯାତ୍ରାରେ ବାହୁଡିଗଲେ ବିଶ୍ବର ଜଣେ ଶ୍ରେଷ୍ଠ ଧାତୁ ବିଜ୍ଞାନୀ ପ୍ରଫେସର ଡଃ ସୋମନାଥ ମିଶ୍ର। ୮୭ ବର୍ଷର କର୍ମମୟ ଜୀବନରେ ପଡିଛି ଜବନିକା। ରାଉରକେଲା ସହର ହରାଇଛି ଜଣେ ଶ୍ରେଷ୍ଠ ଶିକ୍ଷାବିତଙ୍କୁ । ପ୍ରଫେସର ଡଃ ସୋମନାଥ ମିଶ୍ର। ଜଣେ ବିଶିଷ୍ଟ ମହାନ ଦୁରଦ୍ରଷ୍ଟା ଭାବରେ ସେ ସାରା ଭାରତ ବର୍ଷରେ ଖ୍ୟାତି ଅର୍ଜନ କରିଥଲେ। ଦୀର୍ଘ ୨୨ବର୍ଷ ଧରି ବର୍ତ୍ତମାନର ଏନଆଇଟି ତତ୍କାଳୀନ ଆରଇସି ର ଅଧ୍ୟକ୍ଷ ଭାବେ ସେ ନିଷ୍ଠାର ସହ ଦାୟିତ୍ୱ ତୁଲାଇଥିଲେ। ଆମେରିକାରୁ ଧାତୁବିଜ୍ଞାନ ରେ ଡକ୍ଟରେଟ ପାଇବା ପରେ ସେ ଆରଇସି ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇ ଏହାକୁ ସାରା ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥିଲେ। ତାଙ୍କର ବହୁ ବିଶ୍ବସ୍ତରୀୟ ବିଜ୍ଞାନ ସମ୍ବନ୍ଧୀୟ ନିବନ୍ଧ ଆନ୍ତର୍ଜାତୀୟ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ସାରିଛି। ଏନଆଇଟି ପରିସରରେ ଥିବା ଆରଇସି କ୍ୟାମ୍ପସ ହାଇସ୍କୁଲ ତାଙ୍କର ମାନସ ସନ୍ତାନ ଥିବାବେଳେ ସେ ଦୀର୍ଘବର୍ଷ ଧରି ତାର ସଭାପତି ଦାୟିତ୍ବ ତୁଲାଇଥିଲେ। ରାଉରକେଲାରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଏହା ସହ ସହରର ବିଭିନ୍ନ ସାମାଜିକ, ସାହିତ୍ୟିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ଜଡିତ ଥିଲେ। ତାଙ୍କ ଛାତ୍ର ଥିବା ବହୁ ବ୍ୟକ୍ତି ଦେଶ ବିଦେଶରେ ପ୍ରତିଷ୍ଠିତ ହୋଇଥିବା ବେଳେ ରାଉରକେଲା ର ତତ୍କାଳୀନ ଏସପି ସଂଜୀବ ପଣ୍ଡା ତାଙ୍କ ଛାତ୍ର ଥିଲେ। ତାଙ୍କ ବିୟୋଗ ଆମ ସହର ତଥା ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ବୋଲି ସହରର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରି ଶୋକ ବାର୍ତ୍ତା ମାନ ପଠାଇ ଛନ୍ତି। ତାଙ୍କ ବିୟୋଗରେ ସାଂସଦ ଜୁଏଲ ଓରାମ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲିପ ରାୟ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ପ୍ରାକ୍ତନ ବିଧାୟକ ପ୍ରଭାତ ମହାପାତ୍ର,ଡଃ ପୀତବାସ ମିଶ୍ର,ସଚେତନ ନାଗରିକ ମଞ୍ଚ ର ସଭାପତି ଡାକ୍ତର ଫକୀର ଚରଣ ହୋତା,ସାଧାରଣ ସଂପାଦକ ପି ପି ରାୟ, ପ୍ରାକ୍ତନ ମହିଳା କମିଶନର ଲୋପମୁଦ୍ରା ମହାନ୍ତି, ନିଟ୍ରା ରାଉରକେଲା ଚାପ୍ଟର ଅଧ୍ୟକ୍ଷ ବିମଳ ବିଶି, ଆରଏସପି ର ପ୍ରାକ୍ତନ ଇଡି ଭାରତ ଭୂଷଣ ମହାନ୍ତି, ଫକୀର ଚରଣ ମହାନ୍ତି, ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ, ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ମିଡିଆ କ୍ଲବ ର ସଭାପତି ଟି ପଟ୍ଟନାୟକ, ସଂପାଦକ ବିବେକାନନ୍ଦ ଦାସ, ହାପି ମୋମେନ୍ଟସ୍ ର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା, ସମ୍ବାଦ ସାହିତ୍ୟ ଘର ସଂପାଦକ ପ୍ରଶାନ୍ତ ଦାସ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ,ସତ୍ୟାନନ୍ଦ ବେହେରା, ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି, ଗୋପୀନାଥ ପଟ୍ଟନାୟକ,କୁମାର ବେହେରା, ଉତ୍କଳ ସମ୍ମିଳନୀର ସଭାପତି ସୁଦାମ ଦାଶ, ସଂପାଦକ ଅକ୍ଷୟ କୁମାର ଦାସ, ଡଃ କିଶୋରୀ ଦାଶ,ଆଦର୍ଶ ପାଠାଗାର ସଭାପତି ଅଭୟ କୁମାର ଦାସ, ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ପ୍ରଗତି ଉତ୍କଳ ସଂଘର ରାଧାମୋହନ ନାୟକ, ଘନଶ୍ୟାମ ଧଳ, ଶଙ୍କର ଜେନାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ସେହି ମହାନ ବିଭୁତିଙ୍କ ଅବର୍ତ୍ତମାନରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟିହେଲା ବୋଲି ମତପ୍ରକାଶ କରି ଭଗବାନ ତାଙ୍କର ଅମର ଆତ୍ମାର ସଦଗତି କରନ୍ତୁ ବୋଲି କାମନା କରିଛନ୍ତି। ସ୍ବର୍ଗତ ମିଶ୍ରଙ୍କ ବିଧବା ପତ୍ନୀଙ୍କ ବ୍ୟତୀତ ପୁଅ ଓ ଝିଅ ଆମେରିକାରେ ଥିବାବେଳେ ସଂପ୍ରତି ପୁଅ ରାଉରକେଲାରେ ରହି ତାଙ୍କ ସେବାଶୁଶ୍ରୃସା କରୁଥିଲେ। ଆଜି ଅପରାହ୍ନରେ ତାଙ୍କର ଶେଷକୃତ୍ଯ ବେଦବ୍ୟାସ ଘାଟଠାରେ ସଂପନ୍ନ ହୋଇଥିବା ଜଣାପଡ଼ିଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ଜିଲ୍ଲା ଖାଉଟି ଅଦାଲତ ରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଧର୍ମଗଡ ଶାଖା ଦଣ୍ଡିତ

Sunil Chandra Nayak

ସନ୍ତୋଷ କୁମାର ସାହୁ ଙ୍କ କବିତା ପରିବର୍ତ୍ତନ

ମିଳିତ ପ୍ରାଥମିକ ଶିକ୍ଷକ ମହା ସଂଘର ଦାବିପତ୍ର ଓ ନୂତନ କର୍ମକର୍ତ୍ତା ଗଠନ

Sunil Chandra Nayak

Leave a Comment

error: Content is protected !!