ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରସ୍ଵତୀ ଶିଶୁ ମନ୍ଦିର ନବରଙ୍ଗପୁରର ବାର୍ଷିକ କ୍ରୀଡା ଉତ୍ସବ

ନବରଙ୍ଗପୁର:- ନବରଙ୍ଗପୁର ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଜି ସକାଳ ସାତଘଣ୍ଟା ଠାରୁ ନବରଙ୍ଗପୁର କଲେଜ ପଡିଆ ଠାରେ ଆରମ୍ଭ ହୋଇଥଲା। ଏଥିରେ ଶିଶୁ ବାଟିକା, ଶିଶୁ ମନ୍ଦିର ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୂଆଗଡର ସମସ୍ତ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ଶିଶୁ ବାଟିକାର ଛାତ୍ର ଛାତ୍ରୀ ମାନଙ୍କ ବର୍ଗରେ ଦୌଡ, ଲକ୍ଷ୍ୟ ଭେଦ, ଅଙ୍ଗୁର ଚାମଚ ଭଳି ଖେଳ ପ୍ରତିଯୋଗିତା ହୋଇଥିଲା।ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀର ୨୫ ମିଟର ଦୌଡ, ବେଙ୍ଗ ଡିଆଁ, ଲକ୍ଷ୍ୟଭେଦ, ଇତ୍ୟାଦି ଖେଳ ହୋଇଥିଲା ତୃତୀୟରୁ ପଞ୍ଚମ ଶ୍ରେଣୀର ଶିଶୁ ବର୍ଗରେ ଗଳା ଫିଙ୍ଗା, ୧୦୦,୨୦୦ ଓ ୪୦୦ ମିଟର ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ ଆଦି ପ୍ରତିଯୋଗିତା ହୋଇଥିଲା। ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏଁ ବାଲବର୍ଗରେ ସଟ ଫୁଟ ଫିଙ୍ଗା, ଡିସ୍କସ ଫିଙ୍ଗା, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ୧୦୦,୨୦୦, ୪୦୦ ଓ ୬୦୦ ମିଟର ଦୌଡ, ପ୍ରତିଯୋଗୀତା ଏବଂ କିଶୋର ବର୍ଗରେ ନବମ ଓ ଦଶମ ଶ୍ରେଣୀର ମଧ୍ଯ ଏହି ଭଳି ସବୁ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସରସ୍ବତୀ ବିଦ୍ୟାମନ୍ଦିର ଶାରୀରିକ ପ୍ରମୁଖ ବବୃବାହନ ବାରିକ, ସ୍ଵୀକୃତି ପଣ୍ଡା, ଦୌଡ ପ୍ରତିଯୋଗୀତା ପରିଚାଳକ ପ୍ରଭଞ୍ଜନ ତ୍ରିପାଠୀ, ଫିଙ୍ଗା ପରିଚାଳକ ପରଦେଶୀ ପୁଜାରୀ, ଡିଆଁ ପ୍ରତିଯୋଗିତା ପରିଚାଳକ ପ୍ରଦିପ ହୋତା ପ୍ରମୁଖ ଗୁରୁଜୀ ଓ ଗୁରୁ ମାଁ ପରିଚାଳନା କରିଥିବା ବେଳେ ଶିଶୁ ବାଟିକାର ରେଣୁକା ଆଚାର୍ଯ୍ୟ ଶିଶୁ ବିଦ୍ୟା ମନ୍ଦିର ସମ୍ପାଦକ ବଳରାମ ଛୁଆଲ ସିଂ ଓ ପ୍ରଧାନ ଆଚାର୍ଯ୍ୟ ଦେବେନ୍ଦ୍ର ଧାକଡ ଓ ସବୁ ଗୁରୁଜୀ ଓ ଗୁରୁ ମାଁ ପ୍ରମୁଖଙ୍କ ତତ୍ତ୍ଵାବଧାନରେ ସମସ୍ତ କ୍ରିଡ଼ା ପ୍ରତିଯୋଗିତା ପରିଚାଳିତ ହୋଇଥଲା। ଅପରାହ୍ନ ସମୟରେ ଉଜ୍ଜାପନ ସମାହାରରେ ମୁଖ୍ୟ ଅତିଥି ବଳଭଦ୍ର ସୁନାନି ନନ୍ଦାହାଣ୍ଡି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଶ୍ରୀଧର ଶତପଥୀ ସମ୍ଭାଗ ସମ୍ପାଦକ ଓ ବିଘ୍ନରାଜ ପାତ୍ର ଶିଶୁ ବିଦ୍ୟା ମନ୍ଦିର ଉପ ସଭାପତି ପ୍ରମୁଖ ଯୋଗଦେଇ କୃତୀ ପ୍ରତିଯୋଗୀମନଙ୍କୁ ପୁରସ୍କୃତ କରିଥଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ଘର ଭୁଶୁଡି ଦୁଇ ପରିବାର ସର୍ବସାନ୍ତ

Sunil Chandra Nayak

କାଳବୈଶାଖୀରେ ଉଡିଲା ଘର ର ଛାତ, ବେସାହାରା ହେଲେ ପରିବାର

ବଜ୍ରକାପ୍ତା ସହ ଜଣେ ଅଭିଯୁକ୍ତକୁ ଅଟକ

Leave a Comment

error: Content is protected !!