ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର ୫୦ ତମ ବାର୍ଷିକ ଉତ୍ସବ ପାଳିତ

ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର ୫୦ ତମ ବାର୍ଷିକ ଉତ୍ସବ ଓ ସ୍ଵନକ୍ଷତ୍ର ଦିବସ ପାଲିତ ହୋଇଯାଇଛି । ଏହି ଉତ୍ସବରେ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର କୁଲପତି ଶମ୍ଭୁ କିଶୋର ଦଣ୍ଡସେନା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର ପୁର୍ବତନ କୁଳପତି ଜିତେନ୍ଦ୍ର ସିଂ ବାରିକ, ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ପରାମର୍ଶ ଦାତା ଜ୍ଞାନ ପ୍ରକାଶ ସିଂ , ସମ୍ମାନିତ ବକ୍ତା ଭାବରେ ପୂର୍ବତନ କୂଳପତି ବିଜୟ ସିଂ ମହାରଥା ଯୋଗଦାନ କରି ଖଡିଆଳ ପାଟଣା କ୍ଷତ୍ରୀୟ ସମାଜ ର ୫୦ ତମ ବାର୍ଷିକ ଉତ୍ସବ ଓ ସ୍ଵନକ୍ଷତ୍ର ଦିବସ ଆମ କ୍ଷତ୍ରୀୟ ମାନଙ୍କ ପାଇଁ ଗୌରବର ବିଷୟ ବୋଲି କହିବା ସହିତ ସମାଜର ଉନ୍ନତି କଳ୍ପେ କାମନା କରି ସମାଜ କୁ ଆଗେଇ ନେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଉପ କମିଟି ମାନ ଗଠନ କରାଯାଇଥିଲା। ନ୍ୟାୟ ବିଚାର କମିଟିର ସଭାପତି ଭାବରେ ବରିଷ୍ଠ ଶିକ୍ଷାବିତ ହେମନ୍ତ କୁମାର ଦଣ୍ଡସେନା, ସମ୍ପାଦକ ଭାବରେ ହାଇକୋର୍ଟ ଅଇନଜୀବୀ ବିଭୁଦତ ଚଳାନ ଙ୍କ ସମେତ ୫ ଜଣ ସଦସ୍ୟ ମନୋଜ କୁମାର ବିଶି, ସାରଙ୍ଗ ପାଣି ଦଣ୍ଡସେନା, ରୋମାଞ୍ଚନ ରାଉତ, ଲୋକନାଥ ବାରିକ, ଜନାର୍ଦନ ପାତ୍ର ଙ୍କୁ ମନୋନିତ କରାଯାଇଥିଲା। ସେହିପରି ଶିକ୍ଷା ସଂସ୍କୃତି ଉପ କମିଟି ର ସଭାପତି ଭାବରେ ଶିକ୍ଷାବିତ ତୁମେଶ୍ବର ଚଳାନ ସମ୍ପାଦକ ଭାବରେ ଅଶୋକ କୁମାର ବାରିକ, ସହିତ ୫ ଜଣ ସହସ୍ୟ ଦେବାନନ୍ଦ ଚଳାନ, ମହେନ୍ଦ୍ର କୁମାର ବାରିକ,ଦେବ କୁମାର ଦଣ୍ଡସେନା, ରଣଜିତ ସିଂ ମହାରଥା, ଶଙ୍କର୍ଷଣ ଦଣ୍ଡସେନା ଙ୍କୁ ମନୋନୀତ କରାଯାଇଥିଲା । ସେହିପରି ଅନୁଧ୍ୟାନ ଉପ କମିଟୀର ସଭାପତି ଭାବରେ ପ୍ରଫୁଲ କୁମାର ଦଣ୍ଡସେନା, ସମ୍ପାଦକ ଭାଵରେ ରତନ ସିଂ ବାରିକ ଙ୍କ ସମେତ ୫ ଜଣ ସହସ୍ୟ ଉମାକାନ୍ତ ରାଉତ ,ଚୈତନ୍ୟ ଦଣ୍ଡସେନା, ହୀରାଲାଲ ପଣ୍ଡା ,କୃଷ୍ଣଚନ୍ଦ୍ର ନାଏକ , ମୁକୁନ୍ଦ ପ୍ରଧାନୀ ଙ୍କୁ ମନୋନିତ କରାଯାଇଥିଲା । ଚକାଡୋଳା ପତ୍ରିକାର ସଭାପତି ଭାବରେ ଡ଼. ଶୁଶାନ୍ତ କୁମାର ବିଶି ଓ ସମ୍ପାଦକ ବିଜୟ ସିଂ ରାଉତ , ପରିଚାଳନା ସମ୍ପାଦକ ସୁରେନ୍ଦ୍ର କୁମାର ପ୍ରଧାନୀ ଙ୍କ ସମେତ ସହସ୍ୟ ଭାବରେ ହୃଷୀକେଶ ଦଣ୍ଡସେନା, ରୁଦ୍ରମାଧଵ ବାରିକ, ଖରତ ଚନ୍ଦ୍ର ବାରିକ, ବୃନ୍ଦାବନ ବାରିକ ,ଶିରିସଙ୍କର ବାରିକ , ରବି ପଣ୍ଡା ,ହେମନ୍ତ କୁମାର ମାଝୀ ,ଜିତାମିତ୍ର ବିଶି , ବିଭୁଦତ ଚଳାନ ଙ୍କୁ ସର୍ବ ସମ୍ମତି କ୍ରମେ ନିଆଯାଇଥିଲା । ଉଡଘୋଷକ ଭାବରେ ହୃଷୀକେଶ ଦଣ୍ଡସେନା, ରୁଦ୍ରମାଧଵ ବାରିକ ଓ ବିଭୁଦତ ଚଳାନ ,ରାଜକପୁର ବାରିକ ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିବା ବେଳେ ଅଡିଟର ଭାବରେ ହୃଷିକେଶ ଦଣ୍ଡସେନା ଓ ଭବାନୀ ଶଙ୍କର ପଣ୍ଡା ଙ୍କୁ ମନୋନୀତ କରାଯାଇଥିଲା । ମନୋନୀତ କେନ୍ଦ୍ର ସଦସ୍ୟ ଭାବରେ ଗିରିଧାରୀ ବାରିକ ଙ୍କୁ ଚୟନ କରାଯାଇଥିଲା । ବୈଠକରେ ୨୨ ଜଣ ପରାମର୍ଶ ଙ୍କ ମଧ୍ୟରୁ କେତନ ସିଂ ବାରିକ, ମହେଶ୍ବର ପ୍ରସାର ବାରିକ, ଅଶ୍ୱିନୀ ପ୍ରଧାନୀ,, ବିଦ୍ୟାଧର ବିଶି, ଦେବ ସିଂ ନାଏକ, ଭୁରିସ୍ରବା ବିଶି, ବିଶ୍ବମ୍ବର ପ୍ରଧାନ, ଖରତ ଚନ୍ଦ୍ର ବାରିକ, ନନ୍ଦଲାଲ ବାରିକ, ତୁଳସାଗର ରାଉତ, ଶ୍ରୀହରି ପଣ୍ଡା, ରମଣ ସିଂ ବାରିକ, ସଦାନନ୍ଦ ନାଏକ, ବିଜୟ ସିଂ ରାଉତ ,ବଳଦେବ ରାଉତ ପ୍ରମୋଦ କୁମାର ଦଣ୍ଡସେନା ମଞ୍ଚରେ ଆସିନ ଥିଲେ । ଏ ଅବସରରେ ନୂଆପଡା ଜିଲ୍ଲା ପଂଚାୟତ ନିର୍ବାଚନରେ ବିଜୟ ଲାଭ କରିଥିବା ଜିଲ୍ଲା ପରିଷଦ, ସରପଂଚ ଓ ସମିତି ସଭ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉପ କୁଳପତି ସୁରେନ୍ଦ୍ର କୁମାର ପ୍ରଧାନୀ, ସହ ସମ୍ପାଦକ ସୁନିଲ କୁମାର ମାଝୀ, ଯୁଗ୍ମ ସମ୍ପାଦକ ଘୁମେଶ ଚଳାନ, କୋଷାଧ୍ୟକ୍ଷ ଶ୍ରୀବସ୍ଚ ବାରିକ, ସହ କୋଷାଧ୍ୟକ୍ଷ ରାଜକପୁର ବାରିକ , ଯୁଗ୍ମ ସଂଗଠକ ଜଗଦୀଶ ବାରିକ ମଞ୍ଚ ରେ ଆସିନ ଥିବା ବେଳେ ମୁଖ୍ୟ ସମ୍ପାଦକ ଦିଲ୍ଲୀପ କୁମାର ନାଏକ ସମ୍ପାଦକୀୟ ବିବରଣୀ ଓ ମୁଖ୍ୟ ସଂଗଠକ ପରମେଶ୍ବର ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହ ସଂଗଠନ ବିଭୂତି ଭୂଷଣ ବିଶି ଧନ୍ୟବାଦ ଅର୍ପଣ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମିନାକ୍ଷୀ ଧର ଙ୍କ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ

ନର୍ଲା ବ୍ଲକରେ ଏସ୍.ଇ.ଏମ୍ ଓ ପମ୍ପ ଅପରେଟର ମାନଙ୍କର ତାଲିମ୍ ଶିବିର ଅନୁଷ୍ଠିତ

Sunil Chandra Nayak

କବିତା ସାହୁ ଙ୍କ କବିତା ଶୀତଳ ପରଶ

Sunil Chandra Nayak

Leave a Comment

error: Content is protected !!