ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଳାମୁଣ୍ଡା ଜନ କଲ୍ୟାଣ ସାମ୍ବାଦିକସାଂଗଠନିକ ବୈଠକ 

ଗୋଳାମୁଣ୍ଡା/ମସିହା/୨୭/୫/ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସ୍ଥିତ ଝୁଲେନବର ଗ୍ରାମର ପୁରୁଣା ପ୍ରାଥମିକ ବିଦ୍ୟାଳୟ ପ୍ରକୋଷ୍ଠରେ ଜନ କଲ୍ୟାଣ ସାମ୍ବାଦିକ ଗୋଷ୍ଠୀର ସମସ୍ତ କର୍ମକର୍ତା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଓ ଆଜିକାର ସଭାର ସଭାପତି ତଥା ଜନକଲ୍ୟାଣ ସାମ୍ବାଦିକ ସଂଘ ର ସଭାପତି ରାମକୁମାର ସେନାପତିଙ୍କ ନେତୃତ୍ୱରେ ସଭା ଆୟଜନ ହୋଇ ଥିଲା ବେଳେ ମୁଖ୍ୟ ଅତିଥି ଭାବରେ ନକଟିକାନି ସରପଞ୍ଚ ସାବିତ୍ରୀ ମାଝୀ ସମ୍ମାନିତ ଅତିଥି ମହିନ୍ଦ୍ର ନାଗ ନାଏବ ସରପଞ୍ଚ, ଅର୍ଗସ ପ୍ରତିନିଧି କୁମରମଣି ଦୁର୍ଗା, ସମାଜ ସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ, ସମ୍ପାଦକ ଈଶ୍ୱର ପୁଟେଲ ,ବ୍ରହ୍ମା କାଣ୍ଡ,ଆଇନ ଜୀବୀ ପୃଥ୍ୱୀରାଜ ତାଣ୍ଡି, ଯୁଗୀରାମ ମାଝୀ ସମାଜ ସେବୀ ଝୁଲେନବର ପ୍ରମୁଖ ମଞ୍ଚରେ ଉପବେଶନ କରି ଥିବା ବେଳେ ଗୋଳାମୁଣ୍ଡା ବ୍ଲକରେ ଥିବା ଅନେକ ସ୍ଥାନରେ ସରକାରୀ କାର୍ଯ୍ୟକ୍ରମରେ ଯେତେଗୁଡିକ ଦୁର୍ନୀତି କାମ ହୋଇଛି ତାର ସତ୍ୟା ସତ୍ୟର ପର୍ଦାଫାସ କରାଯିବ ବୋଲି ଆଜିକାର ବୈଠକରେ ସର୍ଵ ସଂମତି କ୍ରମେ ଆଲୋଚିତ ହୋଇଥିଲା ଓ ନକଟି କାନି ଗ୍ରାମ ପଞ୍ଚାୟତରେ ଥିବାବୃଦ୍ଧ ବୃଦ୍ଧା, ବିକାଳଙ୍ଗ ବାର୍ଦ୍ଧକ୍ୟ ଭତ୍ତା,ସରକାରୀ ଆବସଯୋଜନା, ବିଶୁଦ୍ଧ ପାନୀୟ ଜଳର ସୁବିଧା, ଶିକ୍ଷାକ୍ଷେତ୍ରର ବ୍ୟବସ୍ଥା,ସ୍ୱାସ୍ଥ୍ୟ କ୍ଷେତ୍ରର ସୁ ପରିଚାଲନ,ଇତ୍ୟାଦି ବିଷୟରେ ସରପଞ୍ଚ ସାବେତ୍ରୀ ମାଝୀ ଙ୍କ ଦୃଷ୍ଟି ଆକର୍ଷଣ ନେବା ପାଇଁ ସଙ୍ଘ ପକ୍ଷରୁ ନିବେଦନ କରାଯାଇଥିଲା, ଏବଂ ଚାରି ଜଣ ନୂତନ ସାମ୍ବାଦିକ ଯଥା ସନ୍ତୋଷ ମାଝୀ, ଡମ୍ବରୁଧର ଜାଲ, ନିୟମ ମାଝୀ ଓ ରାବିଂଶନ ସେନାପତି ଙ୍କୁ ସଂଘ ରେ ସାମିଲ କରଯାଇଥିଲା।ଏହିସଭାରେ ନିମ୍ନ ବ୍ୟକ୍ତି ଯଥା, ଖୀରସିନ୍ଦୁ ପଟେଲ, ବିସିକେସନ ଜୋତିଷ, ମୁରଲୀଧର ବାଗ, କୃଷ୍ଣ ଚନ୍ଦ୍ର ମହାନନ୍ଦ, ଉପେନ୍ଦ୍ର ବଗର୍ତ୍ତି, କପୁରଚନ ଚନ ସେଠିଆ, ସୁରେନ୍ଦ୍ର କୁମାର ଯାଲ, ଅମିତ କୁମାର ଭୋଇ, ପ୍ରମୁଖ ଉପସ୍ଥିତ ଥିବା ବେଳେ ଜନ୍ମେଜୟ ନାଇକ ଆଜିକାର ସଭା ପରିଚାଳନା କରିଥିଲେ,।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା,

Related posts

କଳାହାଣ୍ଡି ଓକିଲ ସଂଘ ର ସୁବ୍ରତ ସଭାପତି ଏବଂ ଅଶ୍ୱିନୀ ସମ୍ପାଦକ ରୂପେ ନିର୍ବାଚିତ

Sunil Chandra Nayak

ନିକିତା ସେନାପତି ଙ୍କ କବିତା ପ୍ରେମର ଅନ୍ତଃସ୍ଵର

Sunil Chandra Nayak

କାମାକ୍ଷାନଗର କୁ ଜିଲ୍ଲା, ପରଜଙ୍ଗ କୁ ଉପଖଣ୍ଡ ଓ ଏନ୍ ଏ ସି ରୂପେ ଗଠନ କରିବାକୁ ଦାବୀ

Sunil Chandra Nayak

Leave a Comment

error: Content is protected !!