ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

ଅନଳ ବରଷା ଯାଇ ପାରୁ ନାହିଁ

    ମୋ ଘରୁ ତବ ଦର୍ଶନ

ମୋ ଭଙ୍ଗା କୁଡିଆ ଦିନ ରାତି ଦେଖା

    ଏ ଠୁ କରୁଛି ପ୍ରଣାମ।

ଦେଖି ତୋ ଉତ୍ତାପ ଛାଡ଼ି ଯାଏ ପାପ

    ନରେନ୍ଦ୍ର ପୋଖରୀ ସ୍ନାନ

ଗରୁଡ଼ ସ୍ତମ୍ଭରୁ ଦର୍ଶନ କରିଲେ

    ସବୁ କାମ ହୁଏ ପୁଣ୍ୟ।

ତୋ ବାଲି ରେଣୁକୁ ମୁଣ୍ଡରେ ମାରିଲେ

    ପବିତ୍ର ମୁଁ ହୋଇ ଗଲି

 ବେଢ଼ା ଚାରି ପାଖ ମୁଁ ବୁଲି ଆସିଲେ

    ଭଜନ ଗୀତ ଗାଇଲି।

ଦେଇ ଥିଲୁ ମନ୍ତ୍ର ଜପି ରାତିଦିନ

    ତୋ ଧର୍ମ କରି ପ୍ରଚାର

ଏଇ ଆଶିର୍ବାଦ ମୋ ପାଶେ ଦିଅନ୍ତୁ

     ତୁମେ ମୋ ପାଇଁ ଈଶ୍ୱର।

ଯେତେଇଚ୍ଛାମୋତେ ଦିଅପଛେ ଗାଳି

     ଦେହକୁ କରି ପଥର

ସବୁ ଦୁଃଖ ସହି ତୁମ ପଥେ ଅଛି

    ଜଗତ କର ଉଦ୍ଧାର।

 

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ବେଣୁଧର ସୂତାର ଙ୍କ କବିତା ଫୁଟେ ସିନା ଫୁଲ କଢ଼

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଆଖିରୁ ସପନ ଅନେକ ଦୂର

Sunil Chandra Nayak

ଖଡିଆଳ ଓକିଳ ସଂଘର ନିର୍ବାଚନ, ସଭାପତି ହେଲେ ବରିଷ୍ଠ ଆଇନଜବୀ ଦିନେଶ କୁମାର ତିଓ୍ବାରୀ

Sunil Chandra Nayak

Leave a Comment

error: Content is protected !!