ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଙ୍ଗଲି ହାତୀ ଦ୍ଵାରା ଧାନ ଫସଲ ନଷ୍ଟ: କ୍ଷତି ପୂରଣ ପାଇଁ ସରକାର ଙ୍କୁ ଗୁହାରି କଲେ ଚାଷୀ  

ମ.ରାମପୁର,୦୮/୧୨( ମସିହା): କଳାହାଣ୍ଡି ଜିଲ୍ଲାର ମ.ରାମପୁର ବ୍ଲକ ଡ଼ମ କର୍ଲ୍ଲାଖୁଣ୍ଟା ଓ ମlଣିକେରା ପଞ୍ଚାୟତ ଅଞ୍ଚଳରେ କିଛି ଦିନ ହେଲା ଜଙ୍ଗଲି ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ଗତ ରାତି ରେ ୮ ରୁ ୧୦ ସଂଖ୍ୟା ଥିବା ହାତୀ ପଲ ରାତି ସାରା ପାଚିଲା ଧାନ ସବୁ ଖାଇ ସଂପୂଣ୍ଣ ନଷ୍ଟ କରିଦେଇଛନ୍ତି । ଡ଼ମ କର୍ଲ୍ଲାଖୁଣ୍ଟା ଗ୍ରାମ ର ସତ୍ୟବାନ୍ ଧାରୁଆ, ତୋଫାନ ଭୋଇ, ନିଳାନ୍ଦ୍ରି ଭୋଇଙ୍କର ଜମିର ପାଚିଲା ଧାନ ଖାଇବା ସହ କଟା ହୋଇ ପଡ଼ିଥିବା ଧାନ ପେଟା ସବୁ ହାତୀ ଦଳାଚକଟା କରି ଖାଇ ଦେଇଛନ୍ତି l ପୁଣି ସେହି ରାତି ମାଣିକେରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅରସକୁପା ଗ୍ରାମର ଚାଷୀ ସୁନ୍ଦର୍ ମାଝୀ ,ମୁକ୍ତ ମାଝୀଙ୍କ ଜମିର ସବୁ ଧାନ ହାତୀ ମାନେ ଖାଇ ଦେଇଛନ୍ତି। ଅଞ୍ଚଳ ର ଚାଷୀମାନେ ବର୍ତ୍ତମାନ ଘୋର ଚିନ୍ତାରେ ରହିଛନ୍ତି l ଋଣ କରଜ କରି ଧାନ ଚାଷ କରିଥିବା ଚାଷୀ ଏବେ କିପରି ଋଣ ପରିଶୋଧ କରି ପାରିବ କି ନିଜ ପେଟକୁ ଖାଇବାକୁ ମୁଠେ ପାଇବ ସେହି ଚିନ୍ତା ତାକୁ ଘାରିଛି l ହାତୀ ଉପଦ୍ରବ ଦିନକୁଦିନ ଅଞ୍ଚଳ ରେ ବଢ଼ିବାରେ ଲାଗିଛି l ମ,ରାମପୁର ବନ ବିଭାଗ ଏହାର ତୁରଂତ ପଦକ୍ଷେପ ନେଇ ଉପଯୁକ୍ତ କ୍ଷତି ପୂରଣ ଦେବା ପାଇଁ କ୍ଷତିଗସ୍ତ ଚାଷୀ ଦାବି କରିଛନ୍ତି l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ବବି ଜୈନ୍ ଙ୍କ କବିତା କଳ୍ପନା

Sunil Chandra Nayak

ବାଇକ୍ ଦୁର୍ଘଟଣା, ଚାଳକ ଗୁରୁତର ଥିବାବେଳେ ଜଣେ ଆହତ

Sunil Chandra Nayak

Leave a Comment

error: Content is protected !!