ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଞ୍ଜେଇ ସହ ଅଟୋ ଜବତ, ଅଟୋ ଚାଳକ ଫେରାର  

ମ.ରାମପୁର,୧୯/୦୯ (ମସୀହା ):।କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଳକର ମାଣିକେରା ଗାଁ ନିକଟ ରେ ଏକ ଟେମ୍ପୋ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଉକ୍ତ ଗାଡିକୁ ଏବଂ ୨ ବସ୍ତା ଗଞ୍ଜେଇକୁ ପୋଲିସ ଜବତ କରିଥିବା ଖବର ଜଣାଯାଇଛି। ଆଜି ମୋହନଗିରି ଫାଣ୍ଡି ପୋଲିସ ଓ ମ. ରାମପୁର ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ପୂର୍ବାହ୍ନ ପ୍ରାୟ ୯ ଘଣ୍ଟା ସମୟରେ ମାନିକେରା ଗାଁ ନିକଟରେ ଜଗି ରହିଥିଲେ l ଏହି ଟେମ୍ପୋ ଗାଡିଟି ମୋହନଗିରି ପଟୁ ମ.ରାମପୁର ଆଡ଼କୁ ଆସୁଥିବା ବେଳେ ମାଣିକେରା ଗାଁ ପାଖରେ ପୋଲିସ କୁ ଦେଖି ଅଟୋ ଚାଳକ ଗାଡି ଛାଡ଼ି ଫେରାର ହୋଇ ଯାଇଥିଲା l ଚାଳକ ସହିତ ଆଉ ଦୁଇ ଜଣ ଯୁବକ ମଧ୍ୟ ରହିଥିଲେ l ସେ ଦୁହେଁ ମଧ୍ୟ ଦୌଡ଼ି ପଳେଇ ଥିଲେ l ଗାଡି ଷ୍ଟାର୍ଟ ଥିବାରୁ ନିକଟରେ ଥିବା ପାଜିକେରି ଗାଁର ଜଣେ ବ୍ୟକ୍ତିଙ୍କର ଏକ ମୋଟରସାଇକେଲ କୁ ଧକା ଦେଇଥିଲା l ଜବତ ଗାଡ଼ି ଓ ଗଞ୍ଜେଇ କୁ ମୋହନଗିରି ଫାଣ୍ଡି ରେ ରଖାଯାଇଥିବା ବେଳେ ଘଟଣା ର ତଦନ୍ତ ଜାରି ରଖିଛି ପୋଲିସ୍। ଗାଡି ର ନମ୍ବର ଓଡି ୩୧ଡି ୬୮୦୩ ରହି ଥିବା ବେଳେ ଉକ୍ତ ଗାଡ଼ିରେ ୩ ଜଣ ଯୁବକ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ହେଲେ ଖବର ଲେଖାହେବା ପର୍ଯ୍ୟନ୍ତ ପୋଲିସ କାହାକୁ ଗିରଫ କରିନଥିବା ସୂଚନା ମିଳିଛି।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ବଡଓଲମା ନଦୀଶଯ୍ୟା ବାଲୁକା ଖଣି ଉପରେ ଜନ ଶୁଣାଣି

Sunil Chandra Nayak

ମମତା ସାହୁ ଙ୍କ କବିତା ସ୍ବପ୍ନ ଥିଲା ପ୍ରିୟା ପାଇଁ

ଘର ପୋଡି କିମ୍ବା ପ୍ରାକୃତିକ ଦୁର୍ବିପାକ ରେ ବାସ ହରା କି ଭଙ୍ଗା କୁଡ଼ିଆ ରେ ରହୁଥିବା ଗରୀବ ପାଉନି ଆବାସ ଯୋଜନାରେ ଘର

Sunil Chandra Nayak

Leave a Comment

error: Content is protected !!