ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଡୁଗାଁରେ ଗୋପାଷ୍ଟମୀ ଉତ୍ସବ ପାଳିତ

କୋକସରା,୦୩/୧୧ ମ ନି ସ/ କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ କମଳ ନଦୀ ତଟରେ ଗୋକୁଲଧାମ ଗୋଶାଳାରେ ନିଆରା ଢଙ୍ଗରେ ମୁରାରୀ ଲାଲ ଅଗ୍ରୱାଲଙ୍କ ସଭାପତିତ୍ୱରେ ଗୋପାଷ୍ଟମୀ ଉତ୍ସବ ପାଳନ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ବନମାଳୀ ମାଝୀ, ମୁଖ୍ୟବକ୍ତା ସନ୍ଥ ସ୍ଵାମୀ ପରମାନନ୍ଦ ସରସ୍ଵତୀ , ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ, ପୂଜାକର୍ତ୍ତା ଭାବେ ସଂଜୟ କୁମାର ଅଗ୍ରୱାଲ, ଗୀତା ଅଗ୍ରୱାଲ ସପତ୍ନିକ ପୂଜାକାର୍ଯ୍ୟ ତୁଲାଇଥିଲେ। ଗୋପାଷ୍ଟମୀ ଉତ୍ସଵରେ ମଞ୍ଚ ପରିଚାଳନା ଅଧ୍ୟାପକ ସଂଜୟ କୁମାର ପୁରୋହିତ କରିଥିବା ବେଳେ ସ୍ୱାଗତ ଭାଷଣ ସହିତ ଧନ୍ୟବାଦ ଅର୍ପଣ କରିଥିଲେ ଗୋକୁଲ ଧାମ ପ୍ରତିଷ୍ଠାତା ସୁବାଷ ଚନ୍ଦ୍ର ଅଗ୍ରୱାଲ । ପାରମ୍ପରିକ ବୈଦିକ ରୀତିରେ ଗୋ ପୂଜନ ହୋଇଥଲା। ଗୋମାତାଙ୍କ ଠାରେ ୩୩ କୋଟି ଦେବାଦେବୀ ବାସ କରନ୍ତି। ଯଦି କେହି ଗୋମାତାଙ୍କ ସେବା କରିଥାନ୍ତି ତେବେ ସମସ୍ତ ଦେବତାଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ମାନ୍ୟତା ଅଛି, ଯେଉଁଠି ଗୋରୁଗାଈ ବିଚରଣ କରନ୍ତି ସେଠାକୁ ଅନ୍ୟ କୌଣସି ଜୀବଜନ୍ତୁ ପାଖ ମାଡ଼ନ୍ତି ନାହିଁ। ଗୋମାତାଙ୍କ ପୂଜା କଲେ ସବୁ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ପୁରାଣରେ ବର୍ଣ୍ଣିତ ଅଛି। ସବୁ ବିପଦରୁ ରକ୍ଷା କରିଥାନ୍ତି ଗୋମାତା।ଏହି କାରଣରୁ ହିନ୍ଦୁଧର୍ମରେ ଗାଈଙ୍କୁ ଅଧିକ ମାନ୍ୟତା ଦିଆଯାଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ ।

Related posts

ପୌର ନିର୍ବାଚନ ରେ ତିନି ପ୍ରମୁଖ ଦଳ ପ୍ରଚାର ଯୋର୍ ଧରିଲା

Sunil Chandra Nayak

ମ.ରାମପୁର ଶ୍ରୀ ରାମଲୀଳା ନାଟ୍ୟ ମହୋତ୍ସବ: ପ୍ରଥମ ଦିନ ଆଦ୍ୟ କାଣ୍ଡ ଓ ଅଯୋଧ୍ୟାକାଣ୍ଡ ମଂଚସ୍ଥ

Sunil Chandra Nayak

ଭ୍ରମର ବାଗ ଙ୍କ କବିତା ହେ କଳା ଠାକୁର 

Leave a Comment

error: Content is protected !!