ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଡୁଗାଁରେ ଗୋପାଷ୍ଟମୀ ଉତ୍ସବ ପାଳିତ

କୋକସରା,୦୩/୧୧ ମ ନି ସ/ କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ କମଳ ନଦୀ ତଟରେ ଗୋକୁଲଧାମ ଗୋଶାଳାରେ ନିଆରା ଢଙ୍ଗରେ ମୁରାରୀ ଲାଲ ଅଗ୍ରୱାଲଙ୍କ ସଭାପତିତ୍ୱରେ ଗୋପାଷ୍ଟମୀ ଉତ୍ସବ ପାଳନ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ବନମାଳୀ ମାଝୀ, ମୁଖ୍ୟବକ୍ତା ସନ୍ଥ ସ୍ଵାମୀ ପରମାନନ୍ଦ ସରସ୍ଵତୀ , ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ, ପୂଜାକର୍ତ୍ତା ଭାବେ ସଂଜୟ କୁମାର ଅଗ୍ରୱାଲ, ଗୀତା ଅଗ୍ରୱାଲ ସପତ୍ନିକ ପୂଜାକାର୍ଯ୍ୟ ତୁଲାଇଥିଲେ। ଗୋପାଷ୍ଟମୀ ଉତ୍ସଵରେ ମଞ୍ଚ ପରିଚାଳନା ଅଧ୍ୟାପକ ସଂଜୟ କୁମାର ପୁରୋହିତ କରିଥିବା ବେଳେ ସ୍ୱାଗତ ଭାଷଣ ସହିତ ଧନ୍ୟବାଦ ଅର୍ପଣ କରିଥିଲେ ଗୋକୁଲ ଧାମ ପ୍ରତିଷ୍ଠାତା ସୁବାଷ ଚନ୍ଦ୍ର ଅଗ୍ରୱାଲ । ପାରମ୍ପରିକ ବୈଦିକ ରୀତିରେ ଗୋ ପୂଜନ ହୋଇଥଲା। ଗୋମାତାଙ୍କ ଠାରେ ୩୩ କୋଟି ଦେବାଦେବୀ ବାସ କରନ୍ତି। ଯଦି କେହି ଗୋମାତାଙ୍କ ସେବା କରିଥାନ୍ତି ତେବେ ସମସ୍ତ ଦେବତାଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ମାନ୍ୟତା ଅଛି, ଯେଉଁଠି ଗୋରୁଗାଈ ବିଚରଣ କରନ୍ତି ସେଠାକୁ ଅନ୍ୟ କୌଣସି ଜୀବଜନ୍ତୁ ପାଖ ମାଡ଼ନ୍ତି ନାହିଁ। ଗୋମାତାଙ୍କ ପୂଜା କଲେ ସବୁ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ପୁରାଣରେ ବର୍ଣ୍ଣିତ ଅଛି। ସବୁ ବିପଦରୁ ରକ୍ଷା କରିଥାନ୍ତି ଗୋମାତା।ଏହି କାରଣରୁ ହିନ୍ଦୁଧର୍ମରେ ଗାଈଙ୍କୁ ଅଧିକ ମାନ୍ୟତା ଦିଆଯାଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ ।

Related posts

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା

କାହା ସ୍ବାର୍ଥରେ ଉଠାଜଳସେଚନ ପ୍ରକଳ୍ପ,କାର୍ଯ୍ଯରେ ଲାଗୁନାହିଁ ଅକାମୀ ଅବସ୍ଥାରେ ପଡିରହିଛି

ଢ଼େଙ୍କାନାଳ ବସଷ୍ଟାଣ୍ଡରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

Leave a Comment

error: Content is protected !!