ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମଦ୍ ଭଗବତ୍ ଗୀତାର ଷୋଡ଼ଶ ଅଧ୍ଯାୟର ସାରକଥା — ୧୬

ଶ୍ରୀମଦ୍ ଭଗବତ୍ ଗୀତାର ଷୋଡ଼ଶ ଅଧ୍ଯାୟର ସାରକଥା — ୧୬

      ଗତ ଅଧ୍ଯାୟ ଶେଷରେ ଭଗବାନ୍ କହିଲେ – ପୁରୁଷୋତ୍ତମ ତତ୍ତ୍ବ ଜାଣିପାରିଲେ ବ୍ଯକ୍ତ ସର୍ବଜ୍ଞ ହୁଏ । ଏ ଅଧ୍ଯାୟର ଆରମ୍ଭରେ କହିଲେ-ଅଭୟ , ସତ୍ତ୍ବ ସଂଶୁଦ୍ଧି , ଜ୍ଞାନ , ଦମ୍ଭ , ଯଜ୍ଞ , ଆର୍ଜବ , ଯୋଗବ୍ଯବସ୍ଥିତି , ଅହିଂସା , ସତ୍ଯ , ଅକ୍ରୋଧ , ତ୍ଯାଗ , ଶାନ୍ତି , ପରନିନ୍ଦାବର୍ଜନ , ତେଜ , କ୍ଷମା , ଧୈର୍ଯ୍ୟ ଓ ଶୌଚ ଆଦି ୨୬ଟି ଗୁଣ ଦୈବୀ ପ୍ରକୃତି ବିଶିଷ୍ଟ ବ୍ଯକ୍ତିଠାରେ ଦେଖିବାକୁ ମିଳିଥାଏ । ଦମ୍ଭ , ଦର୍ପ ଅଭିମାନ , କ୍ରୋଧ ଓ ଅଜ୍ଞାନ ପ୍ରଭୃତି ଗୁଣ ଆସୁରୀ ପ୍ରକୃତି ବିଶିଷ୍ଟ ବ୍ଯକ୍ତିଠାରେ ଥାଏ । ଦୈବୀ ସଂପଦ୍ ଥିବା ବ୍ଯକ୍ତିମାନେ ମୋକ୍ଷଲାଭ କରନ୍ତି ଏବଂ ଆସୁରୀ ସଂପଦ ଥିବା ବ୍ଯକ୍ତିମାନେ ନରକଗାମୀ ହୁଅନ୍ତି । ଦୈବୀସଂପଦ ବିଷୟରେ ଆଗରୁ ଅନେକ କଥା କୁହାଯାଇଛି । ବର୍ତ୍ତମାନ ଆସୁରୀ ସଂପଦ ବିଷୟରେ ଜାଣ ।

       ଆସୁରୀ ପ୍ରକୃତିର ବ୍ଯକ୍ତିମାନେ ସତ୍ କାର୍ଯ୍ଯରେ ପ୍ରବୃତ୍ତି ଓ ଅସତ୍ କାର୍ଯ୍ୟରେ ନିବୃତ୍ତି ବୁଝନ୍ତି ନାହିଁ । ସେମାନଙ୍କର ଶୌଚ , ଆଚାର ଓ ସତ୍ଯ ପ୍ରଭୃତି ନଥାଏ । ଈଶ୍ବରଙ୍କର ଅସ୍ତିତ୍ବ ସେମାନେ ସ୍ବୀକାର କରନ୍ତି ନାହିଁ । ସ୍ତ୍ରୀପୁରୁଷଙ୍କ ସଂଯୋଗରେ ଏ ସୃଷ୍ଟି ହୋଇଛି ବୋଲି ସେମାନେ କହନ୍ତି । ଜଗତର କୌଣସି ନିୟମ ବା ଶୃଙ୍ଖଳା ନାହିଁ । ତେଣୁ ସେମାନେ ବିଭିନ୍ନ କାମନାର ବଶବର୍ତ୍ତୀ ହୋଇ ଅସତ୍ ଉପାୟରେ ଧନ ସଂଗ୍ରହ କରି ସଞ୍ଚୟ କରନ୍ତି । ସେମାନେ ନିଜକୁ ଈଶ୍ବର , ଭୋଗୀ , ସିଦ୍ଧ , ବଳବାନ୍ , ଆଢ୍ଯ , ଆଦି ମନେ କରନ୍ତି । ସେମାନଙ୍କ ଦ୍ବାରା ଦୁନିଆରେ ସବୁ ସମ୍ଭବ ବୋଲି ସେମାନେ କହନ୍ତି । ନିଜ ଇଛାମୁତାବକ ଯଜ୍ଞାଦି ଅନୁଷ୍ଠାନ କରି ନାନା ମଉଜ ମଜଲିସ୍ କରନ୍ତି । ଅବିଧିରେ ଅନୁଷ୍ଠାନ କରୁଥିବା ପୂଜା ଓ ଯଜ୍ଞ ପାଇଁ ପଶୁହତ୍ଯା କରନ୍ତି । ଏଣୁ ଜୀବମାନଙ୍କ ଦେହସ୍ଥ ଆତ୍ମାଙ୍କ ପ୍ରତି ସେ ହିଂସା ଆଚରଣ କରନ୍ତି । ଫଳରେ ସେମାନଙ୍କର ନରକଗତି ହୁଏ । ସେମାନେ ସର୍ପ ବ୍ଯାଘ୍ର ପ୍ରଭୃତି ହିଂସ୍ର ଯୋନିରେ ଜନ୍ମଲାଭ କରନ୍ତି । ପୁଣି କୀଟ ପତଙ୍ଗ ଯୋନି ମଧ୍ଯ ଲାଭ କରନ୍ତି । ସେ ସବୁରୁ ଉଦ୍ଧାର ପାଇବାର ଆଶା ସେମାନଙ୍କର ନଥାଏ । ସେମାନେ ରଜଃ ଗୁଣ ଓ ତମଃ ଗୁଣର ପ୍ରାବଲ୍ଯରୁ ଏପରି କର୍ମ କରିଥାନ୍ତି । କାମ , କ୍ରୋଧ ଓ ଲୋଭ -ଏହି ତିନିଗୋଟି ଏସବୁର ମୂଳ କାରଣ । ଏହାଙ୍କଠାରୁ ମୁକ୍ତ ହେଲେ ବ୍ଯକ୍ତି ନିଜର ମଙ୍ଗଳପାଇଁ ଉତ୍ତମ କାର୍ଯ୍ଯାନୁଷ୍ଠାନ କରେ ଓ ଶେଷରେ ମୁକ୍ତିଲାଭ କରେ । ବେଦ , ପୁରାଣ , ଧର୍ମଶାସ୍ତ୍ର ପ୍ରଭୃତିରେ କର୍ତ୍ତବ୍ୟ ଓ ଅକର୍ତ୍ତବ୍ଯ ବିଷୟରେ ସମୁଚିତ ଧାରଣା ଦିଆଯାଇଛି । ତଦନୁସାରେ କର୍ମ କରିବା ଉଚିତ୍ ।

      ଏ ଅଧ୍ଯାୟରେ ଦୈବୀସଂପଦ ଓ ଆସୁରୀ ସଂପଦକୁ ଅଲଗା ଅଲଗା କରି ବୁଝାଇ ଦିଆଯାଇଛି । ଏଣୁ ଏ ଅଧ୍ଯାୟକୁ ଦୈବାସୁର ସଂପଦ ବିଭାଗ ଯୋଗ ନାମ ଦିଆଯାଇଛି ।

 

ସଂଗ୍ରାହକ — କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,
ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର 

Related posts

ଖଡିଆଳ ଏନଏସି ପୌର ନିର୍ବାଚନ ଅଧ୍ୟକ୍ଷ ଭାବରେ କଂଗ୍ରେସର ଉଜ୍ଜଳ ଗୁପ୍ତା ବିଜୟୀ

Sunil Chandra Nayak

ଟେମରି ଗ୍ରାମରେ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ 

ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ତଥା ଭାରତ ରତ୍ନ ସ୍ୱର୍ଗୀୟ। ଇନ୍ଦିରା ଗାନ୍ଧୀଙ୍କ ୩୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ନିମନ୍ତେ ଏକ ଗୁରୁତ୍ଵ ପୂର୍ଣ୍ଣ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!