ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଵହଳଦା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୨୨”

  ମୟୂରଭଞ୍ଜ,୫/୧୧/୨୨:(ମସିହା) ମୟୂରଭଞ୍ଜ ଜିଲ୍ଲା ବହଳଦା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ” ସୁରଭି-୨୦୨୨”ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭୂତ୍ ନାଥ ସିଟ ଅଧ୍ୟକ୍ଷତା କରିଥିବାବେଳେ ବରେଣ୍ୟ ଅତିଥି ଭାବ ବହଳଦା ତହସିଲଦାର ପରମାନନ୍ଦ ଖଣ୍ତେଇ , ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧକ୍ଷ୍ୟା ଦୀପାଞ୍ଜଳୀ ସିଂହ , ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ମଧୁସୁଦାନ ଦାସ , , ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବସା , ପୂର୍ବତନ ଜିଲ୍ଲପରିଷଦ ସଭ୍ୟ ଇଂ କମଳାକାନ୍ତ ନାୟକ , ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷା ପୁଷ୍ପାଞ୍ଜଳି ପଣ୍ଡା , ଗଣେଶ ସାମଲ , ସତ୍ୟ ରଞ୍ଜନ ଜେନା ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବ ର ଉଦ୍ଘାଟନ କରିଥିଲେ । ବରିଷ୍ଠ ଶିକ୍ଷକ ସୁବ୍ରତ ପୋଲେଇ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ କିଚାକେଶ୍ୱରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ସ୍ବାଗତ ଓ ଉଦଯାପନୀ ସଙ୍ଗୀତ ଗାନ କରିଥିଲେ । ଉତ୍ସବରେ ଉପସ୍ଥିତ ଅତିଥି ମାନେ ଛାତ୍ର /ଛାତ୍ରୀ ଙ୍କୁ ବହୁ ଉପାଦେୟ ମାର୍ଗ ଦର୍ଶନ ପ୍ରଦାନ କରିବା ସହିତ ସୁରଭି ଭଳି କାର୍ଯ୍ୟକ୍ରମ ପିଲାମାନଙ୍କ ଭିତରେ ଥିବା ପ୍ରତିଭା କୁ ବିକାଶ କରିବାର ଏକ ଶ୍ରେଷ୍ଠ ମାଧ୍ୟମ ବୋଲି ଅଭିହିତ କରିଥିଲେ ।  ବରିଷ୍ଠ ଶିକ୍ଷକ ସୁବ୍ରତ କୁମାର ପଲେଇ, ତରଙ୍ଗବୀର ମହାନ୍ତ, ଦଶରଥ ମହାନ୍ତ, ଶିବନନ୍ଦନ ମହାନ୍ତ ପ୍ରମୁଖ ସଭା ମଞ୍ଚ ପରିଚାଳନା କରିଥିଲେ । ଏହି ସୁରଭି କାର୍ଯ୍ୟକ୍ରମରେ ୧୦ଟି କ୍ଲାଷ୍ଟରରୁ ଦୁଇଟି ବିଭାଗ ରେ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ୧ମ ରୁ ୮ମ ଶ୍ରେଣୀ କନିଷ୍ଠ ବିଭାଗ ଏବଂ ୮ମ ରୁ ୧୦ମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ବରିଷ୍ଠ ବିଭାଗରେ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ କନିଷ୍ଠ ବିଭାଗରେ ୮ ଜଣ ଏବଂ ବରିଷ୍ଠ ବିଭାଗରୁ ୯ ଜଣ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଥିଲେ। ଏହି ସୁରଭି କାର୍ଯ୍ୟକ୍ରମର ଉଦଯାପନ ଉତ୍ସବରେ ଗୋଷ୍ଠୀ ଶିକ୍ଷାଧିକାରୀ ନେପଲ ମୁଣ୍ଡା ଅଧ୍ୟକ୍ଷତା କରୁଥିବା ବେଳେ ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ଭଗବତୀ ମିଶ୍ର , ସମ୍ମାନିତ ଅତିଥି ଭାବେ ବହଳଦା ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ମୋନାଲିସା ନାଏକ ଯୋଗ ଦେଇଥିଲେ। ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସିଆରସିସି ସୂର୍ଯ୍ୟକାନ୍ତ ନାୟକ , ଦିଲ୍ଲୀପ ପାତ୍ର, ନଳୀନ କୁମାର ବେହେରା, ଦୀନବନ୍ଧୁ ସାହୁ, ଦୀପକ ସ୍ୱାଇଁ, ଆଶିଷ ମହାନ୍ତ, ନାରାୟଣ ବେହେରା, ଯୋଗେନ୍ଦ୍ର ପାତ୍ର , ଜଗନ୍ନାଥ ପାତ୍ର, ଶିବ ମହାନ୍ତ , ବାର୍ସ। ମୁର୍ମୁ, ଶିକ୍ଷୟତ୍ରୀ ସୁରେଖା ମାଝୀ , ମୀରା ମଲ୍ଲିକ , ସୁଚିତ୍ରା ମହାକୁଡ଼ , ବହାମୟୀ ହାଁସଦା ଚିନ୍ମୟୀ କମିଲା ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।ଉତ୍ସବରେ ବ୍ଲକର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ବୃନ୍ଦ ଯୋଗଦେଇଥିଲେ। ଛାତ୍ର /ଛାତ୍ରୀ ମାନେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରି ସଭିଙ୍କୁ ମୋହିତ କରିଥିଲେ ।  ଅତିଥି ମାନଙ୍କ ଦ୍ଵାରା କୃତୀ ପ୍ରତିଯୋଗୀ ଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଗୋଷ୍ଠୀ ଶିକ୍ଷାଧିକରୀ ଶ୍ରୀଯୁକ୍ତ ମୁଣ୍ଡା ସଭିଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମାଷ୍ଟର ସେଣ୍ଟର ଉଦଘାଟ

Sunil Chandra Nayak

ଲାଞ୍ଜିଗଡ଼ଠାରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବୟତ୍ରି ତୃପ୍ତି ରାଣୀ ପାତ୍ର, ସହଦେବଖୁଣ୍ଟା , ବାଲେଶ୍ଵର ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

Leave a Comment

error: Content is protected !!