ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲାଜି ସେଠୀ ଙ୍କ କବିତା ଦେହ ଆଉ ମନ 

    ଦେହ ଆଉ ମନ 

          ବାଲାଜି ସେଠୀ

ଦେହ ଆଉ ମନ ଦୁହେଁ ଯେ ଅଭିନ୍ନ
        ନଖକୁ ଯେମିତି ମାଂସ
ଲାଗିଲେ ଏକେ କୁ ବାଧଇ ଆରେକୁ
       ଆବେଗ ତାର ଭଗ୍ନାଂଶ ।
ଶୁଣିଦେଲେ ପୁଣ ପ୍ରୀତି ସମ୍ଭାଷଣ
           ପୁଲକିତ ହୁଏ ମନ
ସେହି ପୁଲକରେ ଦେହେ ଖେଳିଯାଏ
           ଅଫୁରନ୍ତ ଶିହରଣ ।
କ୍ଷିପ୍ରତର ଅତି ମନ ଅଶ୍ୱ ଗତି
         କାମନାର ନାହିଁ ଅନ୍ତ
ଦେହ ରଥ ସ୍ଥୂଳ ହୋଇବ ସଫଳ
         ମନ ଥିଲେ ନିୟନ୍ତ୍ରିତ ।
ସ୍ଥୂଳ ଶରୀରର ପରିଚୟ ସାର
          ବରଜି ସ୍ଵଭାଵ କ୍ରୁର
ଦୟା,କ୍ଷମା,ପ୍ରେମ ଆବେଗାନୁପମ
           ମାନବିକ ଅସ୍ତିତ୍ୱର ।
ମନର ବିକାର କ୍ଷୀଣେ ଏ ଶରୀର
         ଲୁଣଖିଆ ହାଣ୍ଡି ସମ
ବିବେକ ରହିତ ଅକାର୍ଯ୍ୟରେ ଲିପ୍ତ
          ନିନ୍ଦି ବସୁଥିବ କର୍ମ ।
ବିବିଶୁଦ୍ଧ ଭାବ କଳ୍ପନାରେ ଥିବ
         ମାନସ ରଖି ପବିତ୍ର
ଗଙ୍ଗା ପରି ଶୁଦ୍ଧ ନିଶ୍ଚୟ ହୋଇବ
      ରକ୍ତ ମାଂସ ଧାରୀ ଗାତ୍ର ।

ଚିତ୍ରକୋଣ୍ଡା, ମାଲକାନଗିରି

Related posts

ସନ୍ତପୁର ଝରଣା ରେ ଭାସିଯାଇ ବ୍ୟକ୍ତି ନିଖୋଜ, ସନ୍ଦେହ ରେ ଓଡ୍ରାଫ ପକ୍ଷରୁ ଖୋଜାଖୋଜି ଜାରି

Sunil Chandra Nayak

ରାଇରଙ୍ଗପୁର ଆଦିବାସୀ ଭବନ,ଇଚିଣ୍ଡା ପରିସରରେ ହୋଭାଷା ଲିପି ସ୍ରଷ୍ଟା ଗୁରୁ ଲାକୋ ବଦରାଙ୍କ ୧୦୩ ତମ ଜୟନ୍ତୀ ପାଳିତ 

Sunil Chandra Nayak

ପୋଷାକ ବିତରଣ ଉତ୍ସବ

Sunil Chandra Nayak

Leave a Comment

error: Content is protected !!