ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଚେତନ ନାଗରିକ ମଞ୍ଚ ର ନବମ ପ୍ରତିଷ୍ଠା ଦିବସ ଓ ବାର୍ଷିକୋତ୍ସବ

ରାଉରକେଲା/ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚ ର ନବମ ପ୍ରତିଷ୍ଠା ଦିବସ ଓ ବାର୍ଷିକୋତ୍ସବ ସେକ୍ଟର ୫ସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ମଂଚର ସଭାପତି ଡାକ୍ତର ଫକୀର ଚରଣ ହୋତା ଙ୍କ ସଭପତିତ୍ବ, ସାଧାରଣ ସଂପାଦକ ପି.ପି.ରାୟଙ୍କ ଆବାହକତ୍ବ ଓ କର୍ମଚାରୀ ସଭାପତି ଡଃ ପୀତବାସ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଉରକେଲା ବାର୍ ଆସୋସିଏସନ୍‌ର ସଭାପତି ରମେଶ ବଳ,ସମାଜସେବୀ ଆନନ୍ଦ ମହାନ୍ତି, ମୀନତି ଦେବତା ଓ ଉପଦେଷ୍ଟା ଇଂ ଅଭୟ କୁମାର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଲକ୍ଷ୍ୟ ଓ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ। ସାଧାରଣ ସଂପାଦକ ଶ୍ରୀରାୟ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅମୂଲ୍ୟ ଚରଣ ବରାଳ, ନିରଂଜନ ଦାସ, ଡଃ ସୁମନ ଦତ୍ତ, ଉପେନ୍ଦ୍ର କୁମାର ନାୟକ, ସୁରେନ୍ଦ୍ର ଦାଶ, ଅକ୍ଷୟ ଦାସ, କୁଂଜବିହାରୀ ରାଉତ, ଅକ୍ଷୟ ଜେନା, ନଳିନୀକାନ୍ତ ଧର, ଚିତ୍ତରଂଜନ ଦାସ, ସତ୍ୟପ୍ରୀୟ ମହାନ୍ତି, ଶୈଳେନ୍ଦ୍ର ମହାନ୍ତି, ଡାକ୍ତର ଗୋପବନ୍ଧୁ ବଳ, ବିଶ୍ବନାଥ ପଟ୍ଟନାୟକ, ବିମଳ ବିଶି ପ୍ରମୁଖ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ମୁଖ୍ୟତଃ ତାଳଚେର ବିମଳାଗଡ ରେଳପଥ କାର୍ଯ୍ୟକୁ ତ୍ୱରାନ୍ୱିତ, ରାଉରକେଲାରେ ରେଳ ଡିଭିଜନ, ୪ସି ଲାଇସେନ୍ସଯୁକ୍ତ ବିମାନ ବନ୍ଦର, ସୁପର ସ୍ପେସାଲିଷ୍ଟ ହସପିଟାଲକୁ ପୂର୍ଣ୍ଣକ୍ଷମ ସହ ମେଡିକାଲ କଲେଜ, ଦ୍ବିତୀୟ ବ୍ରାହ୍ମଣୀ ସେତୁ, ଶିକ୍ଷା, ରୋଜଗାର, ସ୍ବାସ୍ଥ୍ୟ, ହୋଲଡିଂ ଟ୍ୟାକ୍ସ, ସହରରେ ଡ୍ରଗ୍ସ କାରବାର ବୃଦ୍ଧି, ଆଇନ ଶୃଙ୍ଖଳା ପରିସ୍ଥିତି, ମ୍ୟୁନିସିପାଲଟି ନିର୍ବାଚନ ତଥା ବିଭିନ୍ନ ଆଞ୍ଚଳିକ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ପରବର୍ତ୍ତୀ ସମୟରେ ଦୁଇଟି ପର୍ଯ୍ୟାୟରେ ସମସ୍ୟା ଗୁଡ଼ିକର ଉପଯୁକ୍ତ ଫୋରମ ମାଧ୍ୟମରେ ସମାଧାନ କରାଯିବା ନଚେତ୍ ଆବଶ୍ୟକ ହେଲେ ଦାବି ହାସଲ ପାଇଁ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ ବୋଲି ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଙ୍ଗତ ସଦସ୍ୟଙ୍କ ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ସମାଜସେବା ପାଇଁ ଡକ୍ଟରେଟ ଉପାଧି ପାଇଥିବା ଯୋଗୁଁ ସୁମନ ଦତ୍ତଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକାରୀ ସଭାପତି ଡଃ ମିଶ୍ର ଆଗାମୀ ଦିନରେ ସଂଗଠନର କାର୍ଯ୍ୟକ୍ରମକୁ ଲୋକାଭିମୁଖି କରିବା ପାଇଁ ବକ୍ତବ୍ଯ ରଖି ଥିବା ବେଳେ ସଭାପତିତ୍ବ ଅଭିଭାଷଣ ସହ ଅନୁଷ୍ଠାନକୁ ଆଗେଇ ନେବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ସଭାପତି ଡାକ୍ତର ହୋତା। ଶେଷରେ ମୁଖପାତ୍ର କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଶଶଧର ପାତ୍ର, ଡାକ୍ତର ବସନ୍ତ ଦାସ, ବୃନ୍ଦାବନ ମହାନ୍ତି, ସନାତନ ସାହୁ, ପିତାମ୍ବର ଲେଙ୍କା, ବସନ୍ତ ଜେନା, ଅକୃର ମାର୍ଥା, ପୀତବାସ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଚନ୍ଦ୍ରମଣି ଦାସ, ଏ.ଆର. କ୍ୟୁରେସି,ଏନ୍ ରାଉତ, ଦାମୋଦର ପଣ୍ଡା, ଫକୀର ମୋହନ ପାଣି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଯୁବ ହଷ୍ଟେଲସ ରାଉରକେଲା ଶାଖା ର ଡଃ ବି ଆର୍ ଆମ୍ବେଦକର ଙ୍କ ଜୟନ୍ତୀ ପାଳନ

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା କଳଙ୍କ

Sunil Chandra Nayak

ଜେକେ କାଗଜ କଳରେ ମହାସମାରୋହରେ ସୁରକ୍ଷା ସପ୍ତାହ ପାଳିତ

Sunil Chandra Nayak

Leave a Comment

error: Content is protected !!