ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦରଗୁଲା ନଦୀଶଯ୍ୟା ବାଲୁକା ଖଣି ଉପରେ ଜନ ଶୁଣାଣି

 ଡାବୁଗାଁ, ୨୦/୯ – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜବାଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟ|ଳୟ ପରିସରରେ ରାଜ୍ୟ ପ୍ରଦୂଷଣ ବୋର୍ଡ ତରଫରୁ ଦରଗୁଲା ନଦୀ ଶଯ୍ୟା ବାଲୁକା ଖଣି ଉପରେ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ନବରଙ୍ଗପୁର ଅତିରିକ୍ତ ଜିଲାପାଳ ଭାସ୍କର ରଇତ ଙ୍କ ସହ ରାଜ୍ୟ ପ୍ରଦୂଷଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟ|ଳୟର ଅଧିକାରୀ ଜିତେଶ ବିଶ୍ଵାଳ, ଡାବୁଗାଁ ତହସିଲଦାର ଭବାନୀ ଶଙ୍କର ମିଶ୍ର ଉପସ୍ଥିତ ରହି ଜନ ଶୁଣାଣି କରିଥିଲେ | ଏଥିରେ ଗ୍ରାମବାସୀଙ୍କ ଆପତ୍ତି ଅଭିଯୋଗ ନେଇ ସମାଧାନ କରାଯାଇଛି | ଏଥିରେ ଦରଗୁଲା ନଦୀ ଶଯ୍ୟା ୨ଟି ବାଲୁକା ଖଣି ନିଲାମ ଦିଆଯାଇଛି | ଏନେଇ ଗ୍ରାମବାସୀ ଙ୍କୁ ଜଣାଇ ଦିଆଯାଇଥିଲା | ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ସତିଶ କୁମାର ବାଇନି, ଜବାଗୁଡା ସରପଞ୍ଚ ଗୋମତୀ ଭତ୍ରା, ରାଜସ୍ୱ ନିରିକ୍ଷକ ହରିବାନ୍ଦୁ ରନ୍ଧାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପରଶୁରାମ ମାଳୀ ଓ ଗ୍ରାମର ପ୍ରାୟ ୨୦୦ ଜଣ ଗ୍ରାମବାସୀ ଉପସ୍ଥିତ ଥିଲେ |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ଶିକ୍ଷା ବିଭାଗର ରେ ନୂତନ ବିଇଓଙ୍କ ଯୋଗଦାନ

Sunil Chandra Nayak

ଓଡିଶାର ପୂର୍ବତନ ପ୍ରଥମ ବାଚସ୍ପତିଙ୍କ ୧୩୬ତମ ଜନ୍ମ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!