ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅସନ୍ତୁଷ୍ଟ ଝାଡ଼ଖଣ୍ଡ ମୁକ୍ତିମୋର୍ଚା କର୍ମିଙ୍କ ବିଭିନ୍ନ ସମସ୍ୟା ନେଇ ରାଇରଙ୍ଗପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ବୈଠକ

ମୟୂରଭଞ୍ଜ -୨୧/୧୦/୨୨ (ମସିହା) ୨୦୦୦ ମସିହାରେ କେବଳ ବିହାର ଭିତିକ ୧୮ ଜିଲ୍ଲାକୁ ନେଇ ଝାଡ଼ଖଣ୍ଡ ରାଜ୍ୟ ଗଠନ ପରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର କିଛି ଅଂଶ ବୃହତ ଝାଡ଼ଖଣ୍ଡ ରାଜ୍ୟରୁ ବଂଚିତ ରହିଗଲା ।ସେହି ଅଂଚଳର ଆଦିବାସୀ ଓ ମୂଳବାସୀମାନେ ‘ଜଳ,ଜଙ୍ଗଲ,ଜମିନ,’ର ଅଧିକାରରୁ ବଂଚିତ ରହିଛନ୍ତି । ସେମାନଙ୍କ ସାମାଜିକ, ସଂସ୍କୃତି ପ୍ରଭାବିତ ହେଉଛି । ସାମାଜିକ,ଓ ସଂସ୍କୃତି ବଂଚାଇବା ପାଇଁ ସେମାନେ ଏବେ ଲଢେଇ କରୁଛନ୍ତି । ରୁଙ୍ଗଟା ମେଟାଲିକ ପ୍ରାଇଭେଟ ଲିମିଟେଡ ବିନା ଗ୍ରାମ ସଭାରେ ଅଂଚଳବାସୀଙ୍କୁ ପ୍ରଶାସନ ସହାୟତାରେ ଦାଣ୍ଡବୋଷ-ଆନନ୍ଦପୁର-କଣ୍ଟାବଣି ଗ୍ରାମରେ ଲୌହଶିଳ୍ପ ପ୍ରତିଷ୍ଠା ପାଇଁ କରିବାକୁ ଯାଉଛି ଯେଉଁଥି ପାଇଁ ଭିଟାମାଟି ବଂଚାଇବା ପାଇଁ ଗ୍ରାମବାସୀ ଆନ୍ଦୋଳନ କରୁଛନ୍ତି । ଆଦିବାସୀଙ୍କ ଜଙ୍ଗଲ,ଜମି,ଜଳ ଅଧିକାର ପାଇଁ ଅତିତରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ବିଶାଳ ଆନ୍ଦୋଳନ କରି ଝାଡ଼ଖଣ୍ଡ ରାଜ୍ୟ ସୃଷ୍ଟି କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା । କିନ୍ତୁ ଏବେ ଓଡ଼ିଶା ପ୍ରଦେଶର ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ମୁଖ୍ୟ ଅଂଜନୀ ସୋରେନଙ୍କ ସରଳତାର ସୁଯୋଗ ନେଇ କିଛି ମୁଷ୍ଟିମେୟ ସ୍ବାର୍ଥନ୍ବେଷୀ କୁଚକ୍ରୀ ଗୋଷ୍ଠୀ ଦଳକୁ କବଳିତ କରୁଛନ୍ତି ।ଯାହାଫଳରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ଭାବମୂର୍ତ୍ତି ଦିନକୁ ଦିନ ରସାତଳକୁ ଯାଉଛି । ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ସଂଗଠନ ଦୁର୍ବଳ ହେବା ସହ ଭାବମୂର୍ତ୍ତି ନଷ୍ଟ ହେଉଛି । ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ଅସ୍ମିତା ବଂଚାଇବା ପାଇଁ ଅସନ୍ତୁଷ୍ଟ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ଏକ ବୈଠକ ବରିଷ୍ଠ ନେତା ସୁଧୀର ମହାନ୍ତଙ୍କ ସଭାପତିତ୍ଵରେ ରାଇରଙ୍ଗପୁର ପୂର୍ତ୍ତ ବିଭାଗର ଡ଼ାକବଙ୍ଗଳାରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା ଯେ ଏଭଳି ଘଡିସନ୍ଧି ସମୟରେ କେନ୍ଦ୍ରୀୟ ନେତୃବୃନ୍ଦ ତୁରନ୍ତ ହସ୍ତକ୍ଷେପ କରି ଦଳ ରାଜ୍ୟ କମିଟିରେ ଆବଶ୍ୟକୀୟ ସଂସ୍କାର କରନ୍ତୁ ।ପରେ ସିଦ୍ଧାନ୍ତ ହୋଇଥିଲା ଯେ ଆସନ୍ତା ନଭେମ୍ବର ୧୫ ରେ ଶହୀଦ ଵୀର୍ଷାମୁଣ୍ଡାଙ୍କ ୧୪୮ ତମ ଜୟନ୍ତୀ ପାଳନ ହେବାକୁ ଯାଉଛି ।ଏହାକୁ ଅସନ୍ତୁଷ୍ଟ ଝାଡ଼ଖଣ୍ଡ ମୁକ୍ତିମୋର୍ଚା କର୍ମିମାନେ ‘ବିଛିନ୍ନାଞ୍ଚଳ ଝାଡ଼ଖଣ୍ଡ ଆଦିବାସୀ ମୂଳବାସୀ ମଂଚ’ ନାମକ ସଂଗଠନ ମାଧ୍ୟମରେ ଵୀର୍ସା ମୁଣ୍ଡା ନଭେମ୍ବର ୧୫ ରେ ପାଳନ କରିଵେ ।ଏହାକୁ ‘ଆଦିବାସୀ ମୂଳବାସୀ ସ୍ଵାଭିମାନ ସମାଵେଶ’ନାମରେ ଏହି କାର୍ଯ୍ୟକ୍ରମକୁ ପାଳନ କରାଯିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା ।ତଦସହ ନଭେମ୍ବର ୧୫ ପୂର୍ବରୁ ଦଳ ସଂଗଠନ ନେଇ କେନ୍ଦ୍ର ନେତୃବୃନ୍ଦଙ୍କ ସହ ଆଲୋଚନା କରିବ ।କିଛି ନିଷ୍କର୍ଷ ନ ମିଳିଲେ ଆଗାମୀ ଦିନରେ ଏହି ସଂଗଠନ ଅନ୍ୟ ବିକଳ୍ପ ବ୍ୟବସ୍ଥା କରିବ ବୋଲି ଗଣମାଧ୍ୟମକୁ ପୂର୍ବତନ ସାଂସଦ ଇଂ ବିଶେଶ୍ୱର ଟୁଡୁ କହିଥିଲେ ।ଅନ୍ୟ ମାନଙ୍କ ମଧ୍ଯରେ ମଙ୍ଗଲ ସିଂ ଟୁଡୁ,ମାତା ବିରୁଆ,ଦୁଃଖ ମୁର୍ମୁ, ରଘୁନାଥ ମୁର୍ମୁ,ରାମରାୟ ମୁର୍ମୁ, ଯଦୁନାଥ ସୋରେନ ଙ୍କ ସମେତ ବହୁ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ଅସନ୍ତୁଷ୍ଟ କର୍ମିସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ଶନିବାର ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ମନ୍ଦିର ପୂଜକଙ୍କ ମେଡିକାଲ ନେବାବେଲେ ମୃତ୍ୟୁ ଘଟଣା, ପୁଲିସ୍ ର ତଦନ୍ତ ଆରମ୍ଭ

ନର୍ଲା ରେ ସାର୍ବଜନୀନ ଦୁର୍ଗା ପୂଜା ଆରମ୍ବ, ମନ ମୋହିବ ମନୋରଞ୍ଜନ କାର୍ଯ୍ୟକ୍ରମ 

Sunil Chandra Nayak

ଦଳ ବଦ୍ଧ ହାତୀଙ୍କ ସଂଘର୍ଷରେ ଶିଶୁ ହାତୀର ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort