ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳରେ ପୁଲିସ ଶହୀଦ୍ ଦିବସ ପାଳିତ

ଢେଙ୍କାନାଳ (ମ ନି ସ)21/10_ ରିଜର୍ଭ ପୁଲିସ ପଡ଼ିଆଠାରେ ଆଜି ଢେଙ୍କାନାଳ ଜିଲ୍ଲା ପୁଲିସ ବାହିନୀ ପକ୍ଷରୁ ୬୩ତମ ପୁୁଲିସ ଶହୀଦ୍ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଲ୍ ଦିବ୍ୟା ଭି. ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁଲିସ କର୍ତ୍ତବ୍ୟ ନିଷ୍ଠା, ତ୍ୟାଗ ଓ ବଳିଦାନ ସଂପର୍କରେ କହିଥିଲେ । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ନିକଟରୁ ଆସିଥିବା ବାର୍ତ୍ତାକୁ ପାଠ କରିବାପରେ ଶହୀଦ୍ ହୋଇଥିବା ପୁଲିସ କର୍ମଚାରୀମାନଙ୍କ ସ୍ମୃତିଚାରଣ କରି ଗତ ଏକବର୍ଷ ମଧ୍ୟରେ ଓଡିଶାର ୩ଜଣଙ୍କ ସମେତ ଭାରତରେ ଶହୀଦ୍ ହୋଇଥିବା ୨୬୧ଜଣଙ୍କ ନାମ ପଢିଥିଲେ । ପରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ରିଜର୍ଭ ଇନିସ୍ପେକ୍ଟର କବି ରଞ୍ଜନ ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ସମ୍ମିଳିତ ପ୍ୟାରେଡ୍ ସହୀଦମାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସରୋଜ କୁମାର ସେଠୀ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପୁରୁଷୋତ୍ତମ ସେଠୀ, ଭବାନୀ ଉଦଗାଦାଙ୍କ ସମେତ ଅନ୍ୟାନ୍ୟ ପୁଲିସ୍ ଅଧିକାରୀ କର୍ମଚାରୀ ଯୋଗ ଦେଇଥିଲେ ।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ

Related posts

ଆଗକୁ ରାକ୍ଷୀ ପୂର୍ଣ୍ଣିମା ଥିବାରୁ ବଜାର ସାରା ରାକ୍ଷୀ ପସରା..

Sunil Chandra Nayak

ରାଜ୍ୟର ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଆଇନ ଜାଣିଲେ ହିଁ ଆମେ ଘରୋଇ ହିଂସା ରୁ ନିଜକୁ ସୁରକ୍ଷିତ ରଖିପାରିବା

Sunil Chandra Nayak

Leave a Comment

error: Content is protected !!