ମୋ ଗାଆଁ ମୋ ସଂସ୍କୃତି
ବିଜୟ କୁମାର ଜେନା
କିସୁନ୍ଦର ଦିଶେ ମୋଗାଆଁ ପୋଖରୀ
ଫୁଟୁ ଥିବା ନୀଳକଇଁ
ପୋଖରୀ ହୁଡ଼ାରେ ନାରୀକେଳ ବୃକ୍ଷ
ଖଣ୍ଡେ ଦୁରୁ ଦିଶୁ ଥାଇ।
ମନୋରମ ଦୃଶ୍ୟ ମନ୍ଦିର ଚୁଡ଼ାରେ
ନେତ ଉଡେ ଫରଫର
ସଂଜ ସକାଳରେ ଆଳତି ହୁଅଇ
ଶୁଭେ ପୁଜକର ସ୍ଵର।
ଦୋଳ ଯାତରାରେ ଦୋଳ ବିମାନରେ
ବୁଲନ୍ତି ରାଧା ଗୋବିନ୍ଦ
ଅବିର ଖେଳରେ ମୋଗାଆଁ ଜନତା
ମାତିଥାନ୍ତି ମହାନନ୍ଦ।
ସଂଜ ହେଲେ ଶୁଭେ ଭାଗବତ ଟୁଙ୍ଗୀ
ପୁରାଣ ବାପୁଡ଼ା ଗୀତ
ସଂସାରେ ଜନମି ଲୀଳାଖେଳା ପରେ
ମରଣ ଆସଇ ସତ।
ଗାଆଁ ଚାହାଳୀର ଗହଳ ଚହଳ
ଚାଟଙ୍କର କେତେ ଖେଳ
ଦୂର ଝାଉଁବଣ କୋକିଳ କୂଜନ
ଶୁଭେ ବହିଲେ ମଳୟ।
ଗାଆଁ ମାଟି ମୋର କେତେ ଆପଣାର
ଥିବା ଯାଏ ଜୀବନରେ
ଯେଉଁଠି ଥିଲେବି ତାଛବି ଭାସଇ
ସ୍ଵଦେଶରେ ବିଦେଶରେ।
ବାର ମାସେ ତେରଯାତ୍ରା ପାଳନରେ
ସଂସ୍କୃତି ହୁଏ ବପନ
ପିଢ଼ି ପରେ ପିଢ଼ି କେତେ ଯେ ଗଲେଣି
ଯୋଡି ହୋଇ ଯାଏ ମନ।
ଅବସର ପ୍ରାପ୍ତ ପ୍ରାଧ୍ୟାପକ
ଶାମୁକା ସାହି
ରଣପୁର ନୟାଗଡ଼