ଧର୍ମଗଡ:୨୭/୬/୨୨: ଧର୍ମଗଡ ସହର ରେ ଏନଏସି ପକ୍ଷ ରୁ ସ୍ଥାପନ ହୋଇଥିବା ଲାଇବ୍ରେରୀ ଓ ପାଠାଗାର ଆଜି ଠାରୁ ସର୍ବସାଧାରଣ ଙ୍କ ବ୍ୟବହାର ପାଇଁ ଖୋଲା ହେଲା । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ହୋଇଥିବା ଏହି ପାଠାଗାର ଦୀର୍ଘ ଦିନ ପରେ ଖୋଲି ଥିବାରୁ ପାଠକ ମହଲ ରେ ଖୁସି ପ୍ରକାଶ ପାଇଛି । ପାଠାଗାର ଟି ଗତ ୨୦୨୧ ମାର୍ଚ୍ଚ ମାସ ୭ ତାରିଖ ରେ ଉଦଘାଟିତ ହୋଇଥିବା ବେଳେ ଏହା ଦୀର୍ଘ ଦିନ ଧରି ବନ୍ଦ ରହି ଥିଲା । ଏ ସମ୍ପର୍କ ରେ ଗତ ଦିନ ବିଭିନ୍ନ ଗଣ ମାଧ୍ୟମ ରେ ଖବର ପ୍ରକାଶ ପାଇଥିଲା । ଏହା ପରେ ଏନଏସି ପକ୍ଷ ରୁ ତତ୍ପରତା ପ୍ରକାଶ ପାଇଥିଲା । ଅନାବନା ଗଛ ରେ ପୂର୍ଣ୍ଣ ଏହାର ପରିସର କୁ ଆଜି ସଫା ସୁତୁରା କରାଯିବା ପରେ ସର୍ବ ସାଧାରଣ ଙ୍କ ପାଇଁ ଖୋଲା ଯାଇଥିଲା । ଏନଏସି ଅଧକ୍ଷ ଅଶୋକ ମହାନ୍ତି ବରିଷ୍ଠ ନାଗରିକ ସଂଘ ର ସଦସ୍ୟ ମାନେ ଏଠାରେ ଉପସ୍ଥିତ ରହି ଉପଲବ୍ଧ ଥିବା ବହି ମାନ ପଢି ଥିଲେ । ସମ୍ପ୍ରତି ବିପଦ ସଙ୍କୁଳ ଗୃହ ରେ ଚାଲୁ ଥିବା ସୂଚନା କେନ୍ଦ୍ର ଓ ପାଠାଗାର କୁ ମଧ୍ଯ ଏଠାକୁ ସାମୟିକ ଭାବେ ଉଠାଇ ଅଣା ଯାଇଛି ଓ ଏହ। ଏଠାରେ କାର୍ଯ୍ୟ କରିବ ବୋଲି ଅଧ୍ୟକ୍ଷ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ