ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସର୍ବ ସାଧାରଣ ଙ୍କ ପାଇଁ ଆଜି ଠାରୁ ଖୋଲିଲା ଏନଏସି ଲାଇବ୍ରେରୀ ଓ ପାଠାଗାର

ଧର୍ମଗଡ:୨୭/୬/୨୨: ଧର୍ମଗଡ ସହର ରେ ଏନଏସି ପକ୍ଷ ରୁ ସ୍ଥାପନ ହୋଇଥିବା ଲାଇବ୍ରେରୀ ଓ ପାଠାଗାର ଆଜି ଠାରୁ ସର୍ବସାଧାରଣ ଙ୍କ ବ୍ୟବହାର ପାଇଁ ଖୋଲା ହେଲା । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ହୋଇଥିବା ଏହି ପାଠାଗାର ଦୀର୍ଘ ଦିନ ପରେ ଖୋଲି ଥିବାରୁ ପାଠକ ମହଲ ରେ ଖୁସି ପ୍ରକାଶ ପାଇଛି । ପାଠାଗାର ଟି ଗତ ୨୦୨୧ ମାର୍ଚ୍ଚ ମାସ ୭ ତାରିଖ ରେ ଉଦଘାଟିତ ହୋଇଥିବା ବେଳେ ଏହା ଦୀର୍ଘ ଦିନ ଧରି ବନ୍ଦ ରହି ଥିଲା । ଏ ସମ୍ପର୍କ ରେ ଗତ ଦିନ ବିଭିନ୍ନ ଗଣ ମାଧ୍ୟମ ରେ ଖବର ପ୍ରକାଶ ପାଇଥିଲା । ଏହା ପରେ ଏନଏସି ପକ୍ଷ ରୁ ତତ୍ପରତା ପ୍ରକାଶ ପାଇଥିଲା । ଅନାବନା ଗଛ ରେ ପୂର୍ଣ୍ଣ ଏହାର ପରିସର କୁ ଆଜି ସଫା ସୁତୁରା କରାଯିବା ପରେ ସର୍ବ ସାଧାରଣ ଙ୍କ ପାଇଁ ଖୋଲା ଯାଇଥିଲା । ଏନଏସି ଅଧକ୍ଷ ଅଶୋକ ମହାନ୍ତି ବରିଷ୍ଠ ନାଗରିକ ସଂଘ ର ସଦସ୍ୟ ମାନେ ଏଠାରେ ଉପସ୍ଥିତ ରହି ଉପଲବ୍ଧ ଥିବା ବହି ମାନ ପଢି ଥିଲେ । ସମ୍ପ୍ରତି ବିପଦ ସଙ୍କୁଳ ଗୃହ ରେ ଚାଲୁ ଥିବା ସୂଚନା କେନ୍ଦ୍ର ଓ ପାଠାଗାର କୁ ମଧ୍ଯ ଏଠାକୁ ସାମୟିକ ଭାବେ ଉଠାଇ ଅଣା ଯାଇଛି ଓ ଏହ। ଏଠାରେ କାର୍ଯ୍ୟ କରିବ ବୋଲି ଅଧ୍ୟକ୍ଷ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ 

Related posts

ଜଗନ୍ନାଥପୁର ରାସ୍ତା କଡରେ ଅଳିଆ ଆର୍ବଜନା କୁଢକୁଢ ହୋଇ ଭରି ହୋଇ ପଡିଛି

Sunil Chandra Nayak

କୋକସରା ଠାରେ ମାଁ ଠାକୁରାଣୀଙ୍କ ଘଟଯାତ୍ରା

Sunil Chandra Nayak

ଚାଷ ଜମିରୁ ଅଜଗର ସାପ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!