ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲି ମାଫିଆ ଙ୍କ କବଜା ରେ ହାତୀନଦୀ

କର୍ମଚାରୀ ଦଲାଲ ମାଲେମାଲ ,ଲିଜ ଧାରୀ ବେହାଲ

କଲମପୁର ୨୭/୬( ମସିହା) କଲମପୁର ମଧ୍ୟ ସ୍ଥଳରେ ପ୍ରବାହିତ ହାତୀନଦୀ ରୁ ବାଲି ଚୋରା ଚାଲାଣ ନୀତି ଦିନିଆ ଘଟଣା ପାଲଟିବାରେ ଲାଗିଛି ।ଏ ନେଇ ପ୍ରଶାସନିକ ସ୍ତରରେ ଉପର ଠାଉରିଆ ଉଦ୍ୟମ କରିଥିଲେ ମଧ୍ୟ ଧର୍ମକୁ ଆଖି ଠାର ସଦୃଶ୍ୟ ପରିସ୍ଥିତିକୁ ନିୟନ୍ତ୍ରଣ କରିପାରୁ ନାହିଁ । ଯଦ୍ୱାରା ବାଲି ମାଫିଆ ଓ କିଛି ବିଭାଗୀୟ ଅଧିକାରୀ ମାଲେମାଲ ହେଉଥିବା ବେଳେ ଲିଜଧାରୀ ମାନେ ବିପୁଳ କ୍ଷତିର ସମ୍ମୁଖିନ ହୋଇ ଆସୁଛନ୍ତି, ଖଣ୍ଡିଡଙ୍ଗରିଗୁଡା, କର୍ମେଲ ,ବିରିପୁର,ଖଙ୍ଗାରଗୁଡା ଭଲି ଅନେକ ସ୍ଥାନରୁ ବାଲି ଉଠାଣ ନିମନ୍ତେ ବିଭାଗ ଲିଜ ପ୍ରଦାନ କରିଥିଲେ ମଧ୍ୟ ବାଲି ଚୋରା ଚାଲାଣ କୁ ରୋକା ଯାଇ ପାରୁନାହିଁ ।ଫଳରେ ମାଫିଆ ମାନେ ଲିଜ ହୋଇନଥିବା ସ୍ଥାନ ମାନଙ୍କରୁ ଦୈନିକ ଶହ ଶହ ଟ୍ରିପ ବାଲି ଉଠାଣ କରି ବିଭିନ୍ନ ସ୍ଥାନରେ ଗଛିତ ରଖି ବିପୁଳ ଟଙ୍କା ଉପାର୍ଜନ କରିବାରେ ଲାଗିଛନ୍ତି ।ପାତ୍ରବସା,ତେନ୍ତୁଳିଖୁଣ୍ଟି, ଜାମପଡା,ପରୁଆଗୁଡା,ବିରିପୁର,ଆଦି ସ୍ଥାନରେ ବାଲି ଗଛିତ କରାଯାଇଥିବା ଏହାର ଜଳନ୍ତ ଉଦାହରଣ ପାଳଟିଛି ।ଏସବୁକୁ ଧରିବାକୁଯାଇ କିଛି କର୍ମଚାରୀ ନିଜ ନିଜ ପକେଟ ଗରମ କରିଚାଲିଥିବା ବେଳେ ରାଜସ୍ୱ ବୃଦ୍ଧି ଘଟିବାରେ ବାଧା ସୃଷ୍ଟି ହେଉଛି ।ଏପରିକି ସରକାରୀ ନିୟମକୁ ଉଲଂଘନ କରି କର୍ମେଲ,ପାତ୍ରବସା ସଡ଼କ ପଥ ନବ ନିର୍ମିତ ପୋଲ ତଲୁ ବାଲି ଉଠାଣ ହେଉଥିବା ବେଳେ ବିଭାଗ ନିରବ ଦ୍ରଷ୍ଟା ସାଜିବାରୁ ବିଭାଗୀୟ କର୍ମଚାରୀ ଙ୍କ ଭୂମିକା ସନ୍ଧେହ ପୂର୍ଣ୍ଣ ରହୁଛି । ବର୍ଷ ବର୍ଷ ଧରି ଚାଳିଆସୁଥିବା ଏହି ବେନିୟମ କାରବାର ପଛରେ ପ୍ରଶାସନର ଦୁର୍ବଳତା ଜଳ ଜଳ ଭାବେ ବାରି ହୋଇପଡୁଛି ,ଅନ୍ୟ ପକ୍ଷେ ଯେଉଁ କିଛି କାଂଶରେ ଧରପଗଡ଼ ହେଉଛି ତାର ମଧ୍ୟ କୌଣସି ପ୍ରକାର ବିଧି ବ୍ୟବସ୍ଥା ପରିଲକ୍ଷିତ ହେଉନାହିଁ ,କେତେ ବେଳେ କେଉଁ ଟ୍ରାକ୍ଟର କୁ ଧରି ୫ହଜାର ତ କେଉଁ ଟ୍ରାକ୍ଟର କୁ ଧରି ୨୫ହଜାର ଟଙ୍କା ମନଇଚ୍ଛା ଆଦାୟ କରାଯାଉଛି, ତାହା ପୁଣି ରାଜକୋଷକୁ ଯାଉଛି କି ନାହିଁ ସନ୍ଧେହ ,କଲମପୁର ତହସିଲ ଅଂଚଳରେ ୪ଗୋଟି ଆର ଆଇ ସର୍କଲ ରହିଥିବା ବେଳେ କେତେ ଟଙ୍କା ବାର୍ଷିକ ଆଦାୟ ହେଉଛି ସେ ତଥ୍ୟ ମଧ୍ୟ ଉନ୍ମୋଚନ ହୋଇପାରୁନାହିଁ, ଏ ନେଇ ତହସିଲଦାର କରିସ୍ମା ବେଶ୍ରା ଙ୍କ ମତାମତ ମିଳିପାରି ନ ଥିବା ବେଳେ ଜିଲ୍ଲା ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅଂଚଳ ବାସୀ ଙ୍କ ମହଲରେ ଦାବୀ ହେଉଛି ।ପରମାନନ୍ଦ ଠାକୁର ମସିହା ପ୍ରତିନିଧି କଲମପୁର କଳାହାଣ୍ଡି

Related posts

ନର୍ଲାବ୍ଲକ୍ ରେ ଶାନ୍ତି ଶୃଙ୍ଖଳା ସହିତ ରଥଯାତ୍ରା ଅନୁଷ୍ଠିତ 

ବେଣୁଧର ସୂତାର ଙ୍କ କବିତା ବୟସ ନଦୀର ତୀରେ

Sunil Chandra Nayak

ବେଙ୍ଗାଲୁର ରୁ ଗାଁକୁ ଫେରୁଛି ଦାଦନ ଶ୍ରମିକଙ୍କ ଶବ

Leave a Comment

error: Content is protected !!