ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁସୁର୍ଲା ଅଙ୍ଗନୱାଡି କେନ୍ଦ୍ରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା: ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେର ଓ ଲେଖାପାଳ ଦୁତୀୟ ବନଛୋରଙ୍କ ତତ୍ବାବଧାନରେ କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ପଞ୍ଚାୟତ ସ୍ଥିତ କୁସୁର୍ଲା ଗାଁର ଅଙ୍ଗନୱାଡି କେନ୍ଦ୍ର ଠାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ କୁସୁର୍ଲା ଅଙ୍ଗନୱାଡି କେନ୍ଦ୍ର ସଫେଇ କରାଯାଇଥିବା ବେଳେ ଆଗକୁ କିପରି ଭାବରେ ନିଜ ଘର ପାଖପାଖ, ପଡ଼ୋଶୀ ଘର, ପୋଖରୀ, ମନ୍ଦିର ହସ୍ପିଟାଲ ସ୍କୁଲ, କଲେଜ, ବଜାର, ଖେଳପଡ଼ିଆ, ପୋଲିସ ଷ୍ଟେସନ, ବସ ଷ୍ଟାଣ୍ଡ ଆଦି ସବୁ ସଫାସୁତୁରା କରି ସମସ୍ତେ ମିଳିମିଶି ଏକ ସ୍ୱଚ୍ଛ ଭାରତ ଗଢି ତୋଳିବାରେ ସାହାଯ୍ୟ କରିବ ସେ ଉପରେ ଲକ୍ଷ୍ୟ ରଖା ଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ଗାଁ କଲ୍ୟାଣ ସମିତି ମୁଖ୍ୟ ଅଙ୍ଗନୱାଡି କର୍ମୀ ମମତା ସାହୁ, ସହାୟିକା ଇଛାବତୀ ସାହୁ, କଳାରୁଦ୍ର ଯୁବକ ସଂଘ ପୂର୍ବତନ ସଭାପତି ତଥା ଜାତୀୟ ଯୁବ ସ୍ୱେଚ୍ଛାସେବୀ ସନତ କୁମାର ସାହୁ, କଳାରୁଦ୍ର ଯୁବକ ସଂଘ ପରିବେଶ ସମ୍ପାଦକ ଲଳିତ ସାହୁ ଓ ଗ୍ରାମର ଅନେକ ମା ଭଉଣୀ ସହଯୋଗ କରିଥିଲେ l 

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଜନରଞ୍ଜନପ୍ରଧାନ ଙ୍କ କବିତା ଗୁରୁ ହିଁ ସାକ୍ଷାତ ଇଶ୍ଵର

Sunil Chandra Nayak

ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁରରେ ରୁଙ୍ଗୁଟା ମେଟାଲିକ ପ୍ରାଇଭେଟ୍ ଲିମିଟେଡର ଶିଳ୍ପାୟନକୁ ଶତାଧିକ ସଶସ୍ତ୍ର ଆଦିବାସୀଙ୍କ ବିରୋଧ

Sunil Chandra Nayak

Leave a Comment

error: Content is protected !!